• Saturday, September 21, 2024

ମହିଳାଙ୍କ ସାମୁହିକ ପ୍ରୟାସରେ ହସୁଛି କ୍ଷେତ

Subhadra Live:Thailand-berries-cultivatioon-in-Bhadrak

 ଘରେ ରୋଷେଇ ସମ୍ଭାଳୁଥିବା ମହିଳା ଏବେ ଆର୍ଥିକ ସ୍ୱାଧୀନତା କାମରେ ଯୋଡି ହୋଇ ବାଢୁଛନ୍ତି ଆଗକୁ । ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟପାଇଁ ସାଜୁଛନ୍ତି ପ୍ରେରଣା । ଏହାର ସଦ୍ୟ ଏକ ନମୁନା ଦେଖିବାକୁ ମିଳୁଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓସ୍ତିଆ ପଂଚାୟତ ବାମ୍ଫିସାହି ଗାଁରେ । ଗାଁରେ ଗଠିତ ମା ମଙ୍ଗଳା ମହିଳା ଦଳର ସଦସ୍ୟା ଏବେ ସାମୁହିକ ଭାବେ ଥାଇଲାଣ୍ଡ ବରକୋଳି ଚାଷରୁ ମାସକୁ ଲକ୍ଷାଧିକ ଆୟ କରି ସୃଷ୍ଟି କରିଛନ୍ତି ଉଦାହରଣ ।

ଘର କାମ ସହିତ ଅତିରିକ୍ତ ଆୟ ପାଇଁ ମହିଳା ଗୋଷ୍ଠୀ ଯୋଡି ହୋଇଛନ୍ତି କୃଷିରେ । ଏକାକୀ ନୁହଁ ସାମୁହିକ କୃଷିରେ ସଫଳତା ପାଇଁ ଅଂଟା ଭିଡିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓସ୍ତିଆ ପଂଚାୟତ ବାମ୍ଫିସାହି ଗାଁରେ ଗଠିତ ମା ମଙ୍ଗଳା ମହିଳା ଗୋଷ୍ଠୀ । ଗୋଷ୍ଠୀର ସଭ୍ୟା ମାନଙ୍କୁ ଏବେ ଏକାଠି ଚାଷ କ୍ଷେତରେ ଦେଖିବାକୁ ମିଳୁଛି । ବିଗତ ଏକ ବର୍ଷ ହେବ ଏହି ମହିଳା ମାନେ ଏକ ଏକର ଜମିରେ ଥାଇଲାଣ୍ଡ ରେଡ ଆପେଲ ବେର ଚାଷ କରି ଏବେ ପାଉଛନ୍ତି ଲାଭ । ବ୍ୟାଙ୍କ ଋଣ ଓ ବାଲେଶ୍ଵର ଉଦ୍ୟାନ ବିଭାଗରୁ ୪୦୦ ଚାରା ଯୋଗାଡ଼ କରି ବର୍ଷକ ତଳେ ସେମାନେ ସାମୁହିକ ଉଦ୍ୟାନ କୃଷି ଆରମ୍ଭ କରିଥିଲେ । ଏବେ ସେମାନଙ୍କ ଶ୍ରମ ସାର୍ଥକ ହୋଇଛି । ବର୍ଷକର ଗଛରେ  ଭଲ ଫଳ ଆସିଛି ବୋଲି ଦାୟିତ୍ୱରେ ଥିବା ଗାଁର ବାସିନ୍ଦା ଧୀରେନ୍ଦ୍ର ସାହୁ କହିଥିବା ବେଳେ ସରକାରୀ ସହାୟତା ମିଳିଲେ ଆଗକୁ ଅଧିକ ଆଉ ଏକରେ ଜମିରେ ଚାଷ କରିବୁ ବୋଲି କହିଛନ୍ତି ଦଳର ସମ୍ପାଦିକା ଝୁନା ରାଣୀ ମହାନ୍ତି ।

ଗଛରେ ଆସିଛି ପେନ୍ଥା ପେନ୍ଥା ଫଳ । ରଙ୍ଗ ଓ ଆକାର ଲୋଭନୀୟ ହୋଇଛି । ଦୈନିକ ଏଠାରୁ ୩୦ରୁ ୪୦ କେଜି କୋଳି ତୋଳାଯାଇ ବିକ୍ରି ହେଉଛି । ରଙ୍ଗ ,ଆକାର ଓ ସ୍ୱାଦ ଅତୁଳନୀୟ ହୋଇଥିବାରୁ ବିକ୍ରି ପାଇଁ ହେଉନାହିଁ ସମସ୍ୟା । ବେପାରୀ ଗାଁକୁ ଆସି କିଣିନେଉଛି କୋଳି । ଥାଇ ରେଡ ଆପେଲ ବେର ସହିତ ବଲସୁନ୍ଦରୀ ଓ ମିସ ଇଣ୍ଡିଆ ପ୍ରଜାତିର କୋଳି ମିଶାମିଶି ହୋଇ ଲାଗିଛି । ଏବେ ଅମଳ ଋତୁ ଚାଲିଥିବାରୁ କୋଳି ତୋଳିବା ଠାରୁ ବଜାର ପାଇଁ ପ୍ୟାକ କରିବା ଯାଏଁ ସବୁକାମ ଏକାଠି କରୁଛନ୍ତି ମା ମଙ୍ଗଳା ମହିଳା ଗୋଷ୍ଠୀ । ପ୍ରଥମ ବର୍ଷରେ ଦୈନିକ ୩୦ରୁ ୪୦ କେଜି କୋଳି ତୋଳାଯାଉଥିବାରୁ ଖୁସି ପ୍ରକଟ କରିଛନ୍ତି ମହିଳା ଚାଷୀ ।

ଅଧିକ ପଢ଼ନ୍ତୁ : ଚୁକ୍ତିଭିତ୍ତିକ ଚାଷ କରି ବାର୍ଷିକ ୬ ଲକ୍ଷ ରୋଜଗାର କରୁଛନ୍ତି ୪ ବାନ୍ଧବୀ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.