• Sunday, September 22, 2024

ବୃତ୍ତିରେ ପାଚିକା ; ନିଶା କିନ୍ତୁ ବେସାହାରା ରୋଗୀଙ୍କ ସେବା

Subhadra Live:Cook-By-Profession-But-Passionate-About-Patient-Care

ମୁନି ଜେନା ,ସୁକୁମତୀ ଓ ସୁରେଖା  ରେଶମ ସହର ବ୍ରହ୍ମପୁରରେ ରହନ୍ତି । ନିମ୍ନ ମଧ୍ୟବିତ୍ତ ପରିବାରର ଏହି ତିନି ଯୁବତୀ ଜୀବିକା ପାଇଁ ଆରମ୍ଭ କରିଛନ୍ତି ଭୋଜନ ପ୍ରସ୍ତୁତି ଓ ଯୋଗାଣ ସେବା । ରୋଷେଇ କରି ଅର୍ଡର ଅନୁଯାୟୀ ଏମାନେ ଘର ବାହାରେ ରହୁଥିବା କର୍ମଜୀବିଙ୍କୁ ପାରିଶ୍ରମିକ ବିନିମୟରେ ଖାଦ୍ୟ ଯୋଗାନ୍ତି ।ଏମାନେ ବୃତ୍ତିରେ ସିନା ପାଚିକା ହେଲେ ନିଶା ଏମାନଙ୍କ ସମାଜସେବା । ରୋଷେଇ ସମୟ ବାହାରେ ଏମାନେ ବ୍ରହ୍ମପୁର ଏମ କେ ସି ଜି  ମେଡିକାଲ କଲେଜ ବେସାହାରା ୱାର୍ଡରେ ରୋଗୀଙ୍କ ସେବା କରିଥାନ୍ତି ।

ରାଜ୍ୟର ପ୍ରମୁଖ ମେଡିକାଲ କଲେଜ ଗୁଡିକରେ ରହିଛି ବେସାହାରା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ । ଏହି ସବୁ ୱାର୍ଡ ଗୁଡିକରେ ଦୟନୀୟ ସ୍ଥିତି ଦେଖିବାକୁ ମିଳୁଥିବା ବେଳେ ଏମ କେ ସି ଜି ମେଡିକାଲ କଲେଜର ଏହି ୱାର୍ଡରେ ଦେଖିବାକୁ ମିଳୁଛି ଭିନ୍ନ ଦୃଶ୍ୟ । ନର୍ସ ଏବଂ ଡାକ୍ତରଙ୍କ ବ୍ୟତୀତ ଏଠାରେ ବିଗତ କିଛି ମାସ ଧରି ତିନିଜଣ ମହିଳା ସ୍ବେଛାସେବୀଙ୍କୁ ଦେଖିବାକୁ ମିଳୁଛି ।  ମୁନି ,ସୁକୁମତୀ ଓ ସୁରେଖା ନିଜ ବୃତ୍ତିରୁ ଫାଙ୍କା ପାଇଲେ ଛୁଟି ଆସିଥାନ୍ତି ଏହି ୱାର୍ଡକୁ । ବ୍ରହ୍ମପୁର ବଡ଼ ମେଡିକାଲ କଲେଜରେ ବେସାହାରା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଏହି ୱାର୍ଡ PHYSICAL MEDICINE & REHABILITATION DEPT ଅଧୀନରେ ୨୦୧୮ଠାରୁ କାର୍ଯ୍ୟକାରୀ ହେଉଛି । ଏଠାରେ ଏବେ ୧୭ ଜଣ ଏମିତି ରୋଗୀ ଅଛନ୍ତି ଯେଉଁ ମାନଙ୍କର ଏତେ ବଡ଼ ଦୁନିଆରେ ମେଡିକାଲ ବ୍ୟତୀତ ଆଉ କେହି ନାହାନ୍ତି । ମୁନି ,ସୁକୁମତୀ ଓ ସୁରେଖା ଏହି ବେସାହାରା ରୋଗୀଙ୍କ ପାଇଁ ପାଲଟିଛନ୍ତି ପରୀ । ସେମାନେ ଦିନକୁ ଦୁଇଥର ଏହି ୱାର୍ଡ କୁ ଆସି କାହାକୁ ଦାନ୍ତ ଘସାଇ ଦିଅନ୍ତି ତ କାହାକୁ ଗାଧୋଇ ଦେଇଥାନ୍ତି । କାହାର ପୋଷାକ ବଦଳାଇ ଦେଇଥାନ୍ତି ତ କାହାର ମୁଣ୍ଡ କୁଣ୍ଡାଇ ଦେଇଥାନ୍ତି । ରୋଗ ,ନିଃସଙ୍ଗତା ଓ ଉଦାସରେ ସମୟ ନିର୍ବାହ କରୁଥିବା ରୋଗୀ ଏବେ ଏମାନଙ୍କୁ ଦିନେ ନ ଦେଖିଲେ ଖୋଜି ହେଉଛନ୍ତି ।

 

କ୍ୟାନସର ପୀଡ଼ିତଙ୍କ ମୁହଁରେ ହସ ପାଇଁ ହରପ୍ରିୟାଙ୍କ ପ୍ରୟାସ

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.