• Sunday, September 22, 2024

୧୬ଟି ସରକାରୀ ଚାକିରୀ ଛାଡି ବନିଲେ ଆଇପିଏସ

Subhadra Live:IPS-Trupati-Bhatt-rejected-16-government-job-offers-for-UPSC-cracked-CSE-in-first-attempt

ଆଇ ପି ଏସ ଅଫିସର ତୃପ୍ତି ଭଟ୍ଟ ଦେଶର ସଫଳ ଅଧିକାରୀ ମାନଙ୍କ ମଧ୍ୟରୁ ଅନ୍ୟତମ । ଶିକ୍ଷକ ପରିବାରରୁ ଯାଇ ପ୍ରଥମ ପ୍ରୟାସରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ପଛରେ ରହିଛି ତାଙ୍କର କଠିନ ଅଧ୍ୟବସାୟ ସାଙ୍ଗକୁ ଲକ୍ଷ ପ୍ରତି ଏକାଗ୍ରତା । ଆଲମୋଡାର ବାସିନ୍ଦା ତୃପ୍ତି ଏକ ମଧ୍ୟବିତ୍ତ ପରିବାରରୁ ପ୍ରତିନିଧିତ୍ବ କରନ୍ତି । ତାଙ୍କର ପିତା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବା ବେଳେ ମା ହେଉଛନ୍ତି ଗୃହିଣୀ । ୪ ଭାଇ ଭଉଣୀଙ୍କ ମଧ୍ୟରୁ ତୃପ୍ତି ତୃତୀୟ ସନ୍ତାନ । ପିଲାଟି ଦିନରୁ ଭଲ ପଢିବା ସହିତ କ୍ରୀଡ଼ାରେ ମଧ୍ୟ ତାଙ୍କର ରୁଚି ରହିଆସିଛି । କେନ୍ଦ୍ରୀୟ ବିଦ୍ୟାଳୟରେ ନବମ ଶ୍ରେଣୀ ପଢ଼ୁଥିବା ବେଳେ ତାଙ୍କୁ ମିଳିଥିଲା ଦିବଂଗତ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ସହିତ ଭେଟିବାର ସୁଯୋଗ । ଆଇରନ ମ୍ୟାନଙ୍କ ଠାରୁ ସେ ଏକ ହାତଲେଖା ଉପଦେଶ ଉପହାର ଭାବରେ ପାଇଥିଲେ  । ଏହି ଉପଦେଶକୁ ଗୁରୁମନ୍ତ୍ର କରି ତୃପ୍ତି ଆଗକୁ ବାଢ଼ିଥିଲେ । ମେକାନିକାଲ ଇଞ୍ଜିନିୟରିଂରେ ବିଟେକ କରିବା ପରେ ବହୁ କମ୍ପାନୀରୁ ମିଳିଥିଲା ଅଫର । ଇସ୍ରୋ ସମେତ ୧୬ ଟି ସରକାରୀ ଅନୁଷ୍ଠାନର ଅଫର ଲେଟର ପାଇଥିବା ସତ୍ୱେ ସେ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ ନେଇ ସମସ୍ତ ଅଫର ପ୍ରତ୍ୟାଖ୍ୟାନ କରିଥିଲେ ।

୨୦୧୩ ମସିହାରେ ନିଜେ ନିଜେ ପ୍ରସ୍ତୁତ କରି ତୃପ୍ତି ୟୁପିଏସସି ପରୀକ୍ଷା ଦେଇଥିଲେ ଓ ପ୍ରଥମ ଉଦ୍ୟମରେ ଦେଶରେ ୧୬୫ ସ୍ଥାନ ରଖି ଆଇପିଏସ ପାଇଁ ଯୋଗ୍ୟ ହୋଇଥିଲେ । ଯୋଜନାବଦ୍ଧ ଭାବେ ପ୍ରତିଦିନ ଅଭ୍ୟାସ ଜାରି ରଖିଲେ ସଫଳତା ନିଶ୍ଚିତ ବୋଲି କହିଛନ୍ତି ତୃପ୍ତି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.