• Sunday, September 22, 2024

ରାହା ଦେଖାଇଛି ସିଲେଇ ଶିକ୍ଷା

Subhadra Live:Jay-Durga-Foundation-Trust-Has-Given-A-Source-of-Income-For-Women
କେନ୍ଦୁଝର

28.08.2023- ରୋଜଗାରକ୍ଷମ ନାରୀ ହିଁ  ସଶକ୍ତ ନାରୀ । ଏହାକୁ ଧ୍ୟାନ ଦେଇ ନାରୀ ମାନଙ୍କୁ ସ୍ୱାବଲମ୍ବୀ କରାଇବା ଦିଗରେ ଆଗକୁ ଆସିଛି ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ । ଟ୍ରଷ୍ଟ ପକ୍ଷରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ଅଂଚଳରେ ଖୋଲିଛି ଜୟଦୁର୍ଗା ଆତ୍ମନିର୍ଭର ସିଲେଇ ଶିକ୍ଷାକେନ୍ଦ୍ର । ୪୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ନେଇ ୪ ମାସ ତଳେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରରେ ଏବେ ଶହେ ଜଣ ଶିକ୍ଷାର୍ଥୀ । ଛାତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହିଣୀଙ୍କ ଯାଏଁ ବିଭିନ୍ନ ବୟସ ଓ ବର୍ଗର ମହିଳା ଓ ଯୁବତୀ ମାନେ ଏଠାକୁ ସିଲେଇ ଓ ଡିଜାଇନ ଶିଖିବାକୁ ନିୟମିତ ଆସୁଥିବା ଦେଖାଯାଉଛି । ଜୀବିକାର ରାହା ଦେଖାଇଥିବା ଏହି ଟ୍ରଷ୍ଟ ଆଗକୁ ବଢ଼ିବାରେ ଆମକୁ ସାହାଯ୍ୟ କରୁଥିବା କହିଛନ୍ତି ଶିକ୍ଷାର୍ଥୀ ।  

କେ ବାଲିପାଳ ଓ ହଦଗଡ଼ ଭଳି ଦୂରଦୂରାନ୍ତରୁ ଆସିଛନ୍ତି ଶିକ୍ଷାର୍ଥୀ । କପଡା କାଟିବା ଠାରୁ ସିଲେଇ ଯାଏଁ ସେମାନଙ୍କୁ ଦିଆଯାଉଛି ଶିକ୍ଷା । କେହି କପଡା କାଟିବା କୌଶଳ ଶିଖୁଥିବା ବେଳେ ଆଉ କେହି ଲାଗିଛନ୍ତି ସିଲେଇ କରିବା କାମରେ । ମେସିନ ସିଲେଇ ସହିତ ହାତରେ ସିଲେଇ କରିବାର କୌଶଳ ଶିଖାଉଛନ୍ତି ପ୍ରଶିକ୍ଷକ ।ବିଗତ ୪ ମାସ ତଳୁ ଆରମ୍ଭ ହୋଇଥିବା ଏହି ନିଶୁଲ୍କ ସିଲେଇ ତାଲିମ କେନ୍ଦ୍ରରେ ଗରିବ ,ଅସହାୟ ଓ ସ୍ୱାମୀ ପରିତ୍ୟକ୍ତା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ । ଏହାର ପ୍ରତିଷ୍ଠାତା ସୁରେଶ୍ୱରୀ ସାଗରିକା ଜେନା କହନ୍ତି ଏହି କେନ୍ଦ୍ରରେ ଏବେ ୧୦୦ ଜଣ ଅଂଶଗ୍ରହଣକାରୀ ଅଛନ୍ତି । ଯେଉଁମାନେ ଇଛା ଥାଇ ମଧ୍ୟ ସୁଯୋଗ ପାଉନଥିଲେ ସେମାନଙ୍କୁ ଏଠାରେ ଡିଜାଇନ ଓ ସିଲେଇ ଶିକ୍ଷା ଜରିଆରେ  ସ୍ୱରୋଜଗାରୀ କରାଯାଇଥିବା କହନ୍ତି କେନ୍ଦ୍ରର ଇନଷ୍ଟ୍ରକ୍ଟର ତୃପ୍ତି ଜେନା । :ଅସହାୟ ମହିଳା ଓ ଗୃହିଣୀ ମାନଙ୍କୁ ରୋଜଗାରର ରାହା ଦେଖାଇ ସଶକ୍ତ ଦିଗରେ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.