• Sunday, September 22, 2024

କାର୍ଗିଲ ସ୍ମୃତିରେ ୧୬୦କିମି ଦୌଡ଼ିଲେ ମହିଳା

Subhadra Live:Lieutenant-Colonel-Barsha-Rai-run-from-Srinagar-to-Drass-to-honour-the-25th-anniversary-of-the-Kargil-Vijay-Diwas

ଜଣେ ପୂର୍ବତନ ମହିଳା ସେନା ଅଧିକାରୀ ନିଆରା ଢଙ୍ଗରେ ପାଳିଛନ୍ତି କାର୍ଗିଲ୍ ବିଜୟ ଦିବସ। ପୂର୍ବତନଲେଫ୍ଟନାଣ୍ଟ କର୍ଣ୍ଣେଲ ବର୍ଷା ରାୟ ଶ୍ରୀନଗର ଠାରୁ ଦ୍ରାସ ଯାଏଁ ୧୬୦ କିଲୋମିଟର ରାସ୍ତା ଦୌଡ଼ି ଦୌଡ଼ି କାର୍ଜିଲ ବିଜୟ ଉତ୍ସବ ପାଳିଛନ୍ତି। ନିଜର ପ୍ରତିକ୍ରିୟା ଦେଇ ସେ ଗଣ ମାଧ୍ୟମ ଆଗରେ କହିଛନ୍ତି ଯେ ଦେଶ ପାଈଁ ଆତ୍ମ ବଳିଦାନ ଦେଇଥିବା ଦେଶର ବୀର ଯବାନ ମାନଙ୍କୁ ମୋର ଏହା ଶ୍ରଦ୍ଧାଞ୍ଜଳି।

ବର୍ଷା ରାୟ ଜାମ୍ମୁ କାଶ୍ମୀରରେ ଭାରତୀୟ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଭାବେ କାର୍ଯ୍ୟ କରିଛନ୍ତି । ସେ ନିଜର ଦୌଡ ତିନି ଦିନରେ ସମାପ୍ତ କରି ନୁଆ ରେକର୍ଡ଼ ସୃଷ୍ଟି କରିଛନ୍ତି । ୬ହଜାର ଫୁଟ ରୁ ଅଧିକ ଉଚ୍ଚ ପାହାଡ଼ ରାସ୍ତାରେ ୧୬୦କିମି ଦୌଡିବା ଏତେ ସହଜ ନୁହଁ। ଦୃଢ଼ ସଙ୍କଳ୍ପ ଓ ଇଚ୍ଛା ଶକ୍ତି ଏଭଳି ଅସମ୍ଭବକୁ ସମ୍ଭବ କରାଇଛି। ଜୁଲାଇ ୨୯ତାରିଖରୁ ଆରମ୍ଭ ହୋଇଥିବା ତାଙ୍କର ଏହି ଯାତ୍ରା ଜୁଲାଇ ୨୨ରେ ଦ୍ରାସ୍ ରେ ସମାପ୍ତ ହୋଇଥିଲା । ସେଠାରେ ପହଞ୍ଚିବା ପରେ ବର୍ଷା କାରଗିଲ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବର୍ଷା ଯେତେବେଳ ସପ୍ତମ ଶ୍ରେଣୀରେ ପଢୁଥିଲେ ସେତେବେଳେ ହୋଇଥିଲା କାରଗିଲ ଯୁଦ୍ଧ। ତାଙ୍କର ପିତା ଏଥିରେ ଯୋଗ ଦେଇଥିଲେ । ବର୍ଷା ଓ ତାଙ୍କ ପିତାଙ୍କ ସମେତ ତାଙ୍କ ଜେଜେ ମଧ୍ୟ ଭାରତୀୟ ସେନାରେ ଯୋଗଦେଇ ଦେଶ ପାଈଁ ବିରତ୍ଵର ସୂଚକ ପାଲଟିଛନ୍ତି

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.