• Sunday, September 22, 2024

ଡେ଼ବ୍ରିଗଡ଼ ଅଭୟାରଣ୍ୟର ପ୍ରଥମ ମହିଳା ସଫାରୀ ଡ୍ରାଇଭର

Subhadra Live:Margaret-Baru-first-women-driver-of-Debrigarh-Safari

 ଦଶମ ଶ୍ରେଣୀ ପାସ କରିଥିବା ସମ୍ବଲପୁରର ମାର୍ଗାରେଟ ବାରୁ ଏବେ ଦେବ୍ରିଗଡ଼ ଅଭୟାରଣ୍ୟର ସଫାରୀ ଡ୍ରାଇଭର । ଅଭୟାରଣ୍ୟ ପରିଦର୍ଶନରେ ଆସୁଥିବା  ପର୍ଯ୍ୟଟକ ମାନେ ମାର୍ଗାରେଟଙ୍କ ପ୍ରସଂଶାରେ ଶତମୁଖ । ଜଙ୍ଗଲ ଭିତରେ ଗାଡି ଚଳାଇ ସେ ଯେତେବେଳେ ପର୍ଯ୍ୟଟକଙ୍କୁ ଜଙ୍ଗଲୀ ଜନ୍ତୁ ଦେଖାଇବା ପାଇଁ  ନେଉଥାନ୍ତି ସେତେବେଳେ ସେ ଜଣେ ମହିଳା ହିସାବରେ ବେଶ ଗର୍ବିତ ଥିବା କହନ୍ତି । ମାର୍ଗାରେଟଙ୍କ ପରି ଇକୋ ଟୁରିଜିମ ଗାଇଡର ଭାବେ ଯୋଗଦେଇଛନ୍ତି ସଂଗୀତା ସାରିକା । ମାର୍ଗାରେଟ ଓ ସଂଗୀତା ଦେବ୍ରୀଗଡ଼ ଅଭୟାରଣ୍ୟରେ ନେଇଛନ୍ତି ବଡ଼ ଦାୟିତ୍ୱ । ମହିଳା ସଶକ୍ତିକରଣ ଦିଗରେ ଏହା ଏକ ବଡ଼ ସୂଚକ ବୋଲି କହିଛନ୍ତି ହୀରାକୁଦ ବନ୍ୟପ୍ରାଣୀ ବିଭାଗର ଡ଼ିଏଫ ଓ ଆଁଶୁପ୍ରଜ୍ଞା ଦାସ ।

ଇକୋ ଟୁରିଜିମର ବଦଳିଛି ଧାରା । ଘରୋଇ ଓ ବାହାର ପର୍ଯ୍ୟଟକଙ୍କ ବଢୁଛି ସମାଗମ । ପର୍ଯ୍ୟଟକ ମାନଙ୍କ ମଧ୍ୟରେ ପରିବେଶ ପର୍ଯ୍ୟଟନ ପାଇଁ ଦେଖିବାକୁ ମିଳୁଛି ଅଧିକ ଆଗ୍ରହ । ଏହାକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲାରେ ଥିବା ଦେବ୍ରିଗଡ଼ ଅଭୟାରଣ୍ୟକୁ ପର୍ଯ୍ୟଟନ ଅନୁକୂଳ ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ଅଭୟାରଣ୍ୟର ପାଦଦେଶରେ ଥିବା ଖ୍ରୀଷ୍ଟିୟାନ ପଡାର ବାସିନ୍ଦା ମାର୍ଗାରେଟ ବିଗତ ତିନିମାସ ଧରି ସଫାରୀରେ ଗାଡି ଚାଳକ ଭାବେ ନିଜ ଦାୟିତ୍ୱ ନିର୍ବାହ କରିବା ସହିତ ଅନ୍ୟ ମାନଙ୍କ ପାଇଁ ଯୋଗାଇଛନ୍ତି ପ୍ରେରଣା ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.