• Tuesday, January 21, 2025

ଦେଶର ପ୍ରଥମ ମହିଳା ଜଜ୍‌

Subhadra Live:The-countrys-first-female-judge

 ଆପଣ ଜାଣନ୍ତି କି ହାଇକୋର୍ଟର ପ୍ରଥମ ମହିଳା ବିଚାରପତି କିଏ? ବର୍ତ୍ତମାନ ଦେଶର ଅନେକ ମହିଳା ବିଚାରପତି ଅଛନ୍ତି ଯେଉଁମାନେ ହାଇକୋର୍ଟରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଯେଉଁ ମହିଳା ପ୍ରଥମ ଥର ପାଇଁ ଦେଶର କୌଣସି ହାଇକୋର୍ଟର୍ର ବିଚାରପତି ଭାବେ ସ୍ଥାନ ପାଇଛନ୍ତି ଏବଂ ଏହି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଏ ଦିଗରେ ବାଟ ଫିଟେଇଛନ୍ତି, ସେ ହେଉଛନ୍ତି ଆନ୍ନାଚାଣ୍ଡି ।ତାଙ୍କ ଘର କେରଳର । ସେ ଏକ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସବୁଠାରୁ ବଡ କଥା ହେଉଛି ଆନ୍ନା କେରଳର ପ୍ରଥମ ମହିଳା ଯିଏ କି ଆଇ ନ ଡଗ୍ରୀ ହାସଲ କରିଥିଲେ ପ୍ରାୟ ୧୦ ବର୍ଷ ପରେ ୧୯୩୭ ମସିହାରେ ମସିହାରେ, କେରଳର ଦିୱାନ ସର ସିପି ରାମସ୍ୱାମୀ ଆୟର, ଆନ୍ନା ଚାଣ୍ଡିଙ୍କୁ ମୁନସିଫ ଭାବରେ ନିଯୁକ୍ତ କରିଥିଲେ । ତାଙ୍କ ପଦବୀ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ତାଙ୍କ ସଫଳତା ମଧ୍ୟ ବୃଦ୍ଧି ପାଇଥିଲା । ୧୯୪୮ରେ ଆନ୍ନା ଚାଣ୍ଡି ଜିଲ୍ଲା ଜଜ ଭାବେ ପଦୋନ୍ନତି ପାଇଲେ । ସେପର୍ଯ୍ୟନ୍ତ ଭା ରତର କୌଣସି ହାଇକୋର୍ଟରେ ମହିଳା ବିଚାରପତି ହୋଇନଥିଲେ । ଏହାପରେ ୧୯୫୯ରେ ଆନ୍ନା ଚାଣ୍ଡି କେରଳ ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ହୋଇଥିଲେ । ସେ ସର୍ବଦା ମହିଳାଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରୁଥିଲେ । ଏହି କାର୍ଯ୍ୟ ପାଇଁ ସେ ଶ୍ରୀମତି ନାମକ ଏକ ପତ୍ରିକା ମଧ୍ୟ ବାହାର କରୁଥିଲେ । ଏଥିରେ ମହିଳାମାନଙ୍କ ସହ ଜଡ଼ିତ ପ୍ରସଙ୍ଗ ଉପରେ ଜୋର ଦିଆଯାଉଥିଲା ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.