• Sunday, September 22, 2024

କୃଷି ଶ୍ରମୀକରୁ ସଫଳ ସି ଇ ଓ

Subhadra Live:Agricultural-worker-to-successful-Software-Company-CEO

ଆନ୍ଧ୍ରପ୍ରଦେଶ ୱାରଙ୍ଗଲ ଜିଲ୍ଲାରେ ଜ୍ୟୋତି ରେଡ୍ଡୀଙ୍କ ଘର । ଯିଏକି ଦିନେ ୨୫ ଟଙ୍କାର ଦୈନିକ ମଜୁରୀରେ ଧାନ ଜମିରେ କରୁଥିଲେ କାମ । ଦିନେ ଯେଉଁ ଜ୍ୟୋତିଂକ ନିକଟରେ ହଜାରେ ଟଙ୍କା ଦେଖିବା ସ୍ବପ୍ନ ଥିଲା ଏବେ ସେହି ଜ୍ୟୋତିଙ୍କ ନିକଟରେ ରହିଛି ୧୫ ମିଲିୟନ ଡଲାରର ଆଇଟି ଫାର୍ମ ।

ଜ୍ୟୋତିଂକ ପାଇଁ ଏହି ଯାତ୍ରା ସହଜ ନଥିଲା । ପଢ଼ା ଖର୍ଚ୍ଚ ତୁଲାଇବା ତ ଦୁରକଥା ଖାଦ୍ୟ ପାଇଁ ତାଙ୍କ ପରିବାର କରିପାରୁନଥିଲା ଖର୍ଚ୍ଚ । ପେଟର ଭାତ ତ ମିଳିପାରିବ ଏଇୟା ଭାବି ଜ୍ୟୋତିଂକ ବାପା ଜ୍ୟୋତିଂକ ନାଁ ଏକ ଅନାଥାଶ୍ରମ ଦ୍ୱାରା ପରିଚାଳିତ ସ୍କୁଲରେ ଲେଖାଇଥିଲେ । ଜ୍ୟୋତି ସେଠି ପେଟର ଭୋକ ମେଂଟାଇଲେ ସତ ହେଲେ ଦୂର କରିପାରିନଥିଲେ ଅନ୍ୟାନ୍ୟ ଆବଶ୍ୟକତା । ଉଚ୍ଚ ଶିକ୍ଷା ପାଇଁ ଇଛା ଥିଲା କିନ୍ତୁ ଅର୍ଥ ନଥିବାରୁ ବଂଧାଗଲା ପାଠରେ ଡୋର । ୱାରଙ୍ଗଲ ଜିଲ୍ଲାର ଏକ ଗରିବ ପରିବାରରେ ୧୯୭୦ ମସିହାରେ ଜନ୍ମିତ ଜ୍ୟୋତି ନିଜ ୫ ଭାଇ ଭଉଣୀଙ୍କ ମଧ୍ୟରେ ଦ୍ୱିତୀୟ  ଥିଲେ । ୯ ବର୍ଷ ବୟସରେ ତାଙ୍କ ପିତା ଭେଙ୍କଟେଶ ତାଙ୍କୁ ତାଙ୍କର ସାନ ଭଉଣୀ  ସହିତ ଅନାଥାଶ୍ରମରେ ଛାଡିଦେଇଯାଇଥିଲେ  । କିଛିଦିନ ପରେ ଜ୍ୟୋତିଂକ ସାନ ଭଉଣୀ ଅସୁସ୍ଥ ହୋଇ ଘରକୁ ଫେରିଗଲା ପରେ  ଜ୍ୟୋତି ସେଠି ଏକାକୀ ରହିଗଲେ ।

ଅନାଥାଶ୍ରମର ପରିବେଶ ଅସ୍ୱାସ୍ଥ୍ୟକର ଥିଲା । ଫ୍ୟାନ ନ ଥିଲା କି ନଥିଲା ଭଲ ଏକ ଶୌଚାଳୟ । ବାଲଟିଏ ପାଣି ପାଇଁ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡିରେ ଠିଆ ହେବାକୁ ପଡିଥିଲା । ଟ୍ୟାପ ନଥିବାରୁ ପାନୀୟଜଳ ସମସ୍ୟା ମଧ୍ୟ ଭୋଗୁଥିଲେ ଅନ୍ତେବାସୀ।

ଟେଲରିଂ ସହିତ ଜ୍ୟୋତି ଅନେକ ପ୍ରକାର ଆୟକାରୀ କୌଶଳ ଶିଖିଲେ । ଭଲ ଚାକିରିଟିଏ ମିଳିଲେ କିଭଳି ଜୀବନ ବଦଳିଯିବ ଏହା ସେ ପିଲାଟି ଦିନରୁ ଜାଣିଥିଲେ ।  ଉତ୍କଟ ଦାରିଦ୍ର ସତ୍ୱେ ସେ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରିଥିଲେ । ଅଧିକ ପଢିବା ପାଇଁ ତାଙ୍କ ନିକଟରେ ପଇସା ନଥିଲା  । ୧୬ ବର୍ଷ ବୟସରେ ଜ୍ୟୋତି ସାମି ରେଡି ନାମକ ଜଣେ କୃଷକଙ୍କୁ ବିବାହ କଲେ । ସାମୀଙ୍କ ନିକଟରେ ଅଧ ଏକର ଜମି ଥିବାରୁ ତାଙ୍କ ସ୍ୱାମୀ ମୁଖ୍ୟତଃ କୃଷି ଶ୍ରମିକ ଭାବେ ଜୀବିକା ନିର୍ବାହ କରୁଥିଲେ । ବିବାହର ଅଳ୍ପ କିଛିଦିନ ଭିତରେ ଜ୍ୟୋତିଂକୁ ନିଜ ସ୍ୱାମୀଙ୍କ ସହିତ କ୍ଷେତରେ କାମ କରିବାକୁ ପଡିଲା । ନେହୁରୁ ଯୁବ କେନ୍ଦ୍ରର ସ୍ବେଛାସେବୀ ଭାବେ ତାଲିମ ନେବା ସହିତ ସେ ଘରୋଇ ଭାବେ ଇଣ୍ଟରମିଡିଏଟ ଓ ଗ୍ରାଜୁଏସନ ପରୀକ୍ଷା ଦେଇ ସଫଳ ହେଲେ । ୧୯୯୪ ମସିହାରେ ମାସିକ ୩୯୩ ଟଙ୍କା ଦରମାରେ ଆରମ୍ଭ କରିଥିଲେ ଶିକ୍ଷକତା ବୃତ୍ତି । ଏଥିରୁ ମିଳୁଥିବା ଅର୍ଥ ନିଅଣ୍ଟ ହେବାରୁ କମିଶନ ଭିତ୍ତିରେ ଘରକୁ ଘର ବୁଲି ଶାଢ଼ୀ ବିକ୍ରି କରିବା ଆରମ୍ଭ କଲେ । ଗୋଟିଏ ଶାଢ଼ୀ ବିକ୍ରି ବାବଦକୁ ତାଙ୍କ ହାତକୁ ଆସୁଥିଲା ୧୦୦ ଟଙ୍କା । ଦିନକୁ ୪/୫ ଶାଢ଼ୀ ବିକ୍ରି କରୁଥିବା ବେଳେ ସେ ପ୍ରଥମ କନ୍ୟା ସନ୍ତାନର ଜନନୀ ହେଲେ । ୧୯୯୫ ରେ ସେ ୨୭୫୦ ଟଙ୍କା ଦରମା ପାଇବା ସହିତ ୧୯୯୭ରେ ପୋଷ୍ଟ ଗ୍ରାଜୁଏସନ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିଲେ ।ହାଇଦ୍ରାବାଦରେ ସଫ୍ଟୱେର କୋର୍ସ ଭିସିଏଲ ଉପରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇ ସେ ବିଦେଶ ଯିବାକୁ ସଂଚୟ କଲେ ଅର୍ଥ । ସ୍ୱାମୀ ଏହାକୁ ବିରୋଧ କରିବାରୁ ସେ ଝିଅକୁ ସାଥିରେ ନେଇ ନିଜ ପିତାଙ୍କ ଘରକୁ ଚାଲି ଆସିଲେ ଓ ବିଭିନ୍ନ ପ୍ରକାର କାମ କରି ଆମେରିକା ଯିବାର ଖର୍ଚ୍ଚ ଠୁଳ କଲେ । ଆମେରିକାରେ ଟଙ୍କାର ଜଣେ ସମ୍ପର୍କୀୟ ମାଉସୀ ଥିବାରୁ ତାଙ୍କ ସହ ଯୋଗାଯୋଗ କରି ସେ ଆମେରିକା ଚାଲିଗଲେ ଓ କି -  ସଫ୍ଟୱେର ସଲ୍ୟୁସନ ନାମରେ ଆରମ୍ଭ କଲେ ଷ୍ଟାର୍ଟଅପ । ପ୍ରଥମ ବର୍ଷ ଟଙ୍କାର ୧,୬୦,୦୦୦ ଡଲାର ଲାଭ ହେବାରୁ ସେ କେତେକ ଇଞ୍ଜିନିୟରଙ୍କ ସହଯୋଗରେ ଏହାର ବିସ୍ତାର ଆରମ୍ଭ କରିଥିଲେ  । ଏବେ ଟଙ୍କାର ଆମେରିକାରେ ୪ଟି ଘର ସାଙ୍ଗକୁ ହାଇଦ୍ରାବାଦରେ ରହିଛି ଏକ ବଙ୍ଗଳା । ତାଙ୍କ ନିକଟରେ ରହିଛନ୍ତି ୧୦୦ କର୍ମଚାରୀ । ଜିରୋ ରୁ ହିରୋ ପଛରେ ଥିବା  ତାଙ୍କର ଏହି ଯାତ୍ରା ଯୁବ ପିଢିଙ୍କ ପାଇଁ ପ୍ରେରଣାର କାହାଣୀ ।

ଅଧିକ ପଢ଼ନ୍ତୁ: ଜୀବିକାରେ ସଫଳ ମହିଳା ମାଛଚାଷୀ ରାଇମଣି

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.