• Wednesday, January 22, 2025

ଯାନ୍ତ୍ରିକ କୃଷିରେ ଦୃଷ୍ଟାନ୍ତ ରଚିଛନ୍ତି ଦମ୍ପତ୍ତି

Subhadra Live:Setting-new-standards-in-mechanized-farming

 କୃଷି ଶ୍ରମିକଙ୍କ ଅଭାବ ସାମ୍ନା କରୁଛି ଚାଷୀ ଭାଇ । ଏଥିପାଇଁ କେଉଁଠି ଚାଷ ବିଳମ୍ବ ହେଉଛି ତ କେଉଁଠି ଜମି ରହୁଛି ପଡିଆ । ଏହି ସମସ୍ୟାର ସମାଧାନ ପାଇଁ କୃଷିରେ ଯନ୍ତ୍ରପାତିର ସାହାରା ନେଇ ସଫଳ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କୋଲୁହା ପାଟଣା ଗାଁର ବିରଜା ପ୍ରସାଦ ପଣ୍ଡା ଓ ତାଙ୍କର ପତ୍ନୀ ରାଜଶ୍ରୀ ପଣ୍ଡା । ଏହି ପଣ୍ଡା ଦମ୍ପତ୍ତି ସମନ୍ବିତ କୃଷି ଅଭ୍ୟାସ ସହିତ ନିକ କାମରେ ଅନ୍ୟୁନ ୫୦ ପ୍ରକାର ଛୋଟ ବଡ଼ କୃଷି ଯନ୍ତ୍ରପାତି ବ୍ୟବହାର କରି ଚାଷରୁ ପାଉଛନ୍ତି ଲାଭ । ୨୦୦୬ ପରଠାରୁ କୃଷିକୁ ବ୍ୟବସାୟିକ ଢଙ୍ଗରେ ପରିଚାଳନା କରୁଥିବା ରାଜଶ୍ରୀ ଓ ବିରଜା ନଡାକଟା ମେସିନ ଠାରୁ ଆରମ୍ଭ କରି ଔଷଧ ସିଞ୍ଚନ ,ଜମି ସମତଳ ,ଧାନ ଅମଳ ପାଇଁ ଭିନ୍ନ ଭିନ୍ନ ମେସିନ ବ୍ୟବହାର କରୁଛନ୍ତି । ବିରଜା ନିଜର ବୁଦ୍ଧି ଖଟାଇ ନିଜ ହାତରେ ଦୁଇ ଥାକିଆ ଏକ ପୋର୍ଟେବଲ ମଶରୁମ ଷ୍ଟାଣ୍ଡ ନିର୍ମାଣ କରିଛନ୍ତି ,ଯାହାକି ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ଯୋଜନାରେ ସାମିଲ ପାଇଁ ମନୋନୀତ ହୋଇଛି ।

ନିଜର ଜ୍ଞାନ ,କୌଶଳ ,ପରିଶ୍ରମ ଓ ନିଷ୍ଠାକୁ କୃଷିରେ ବ୍ୟବହାର କରି ଉଦାହରଣ ପାଲଟିଛନ୍ତି ରାଜଶ୍ରୀ ଓ ବିରଜା । ଏକକ ଫସଲ କଲେ କ୍ଷତିର ସମ୍ଭାବନା ଥିବାରୁ ସେମାନେ ସମନ୍ବିତ କୃଷିକୁ ଦେଉଛନ୍ତି ଗୁରୁତ୍ୱ । ବଡ଼ ଆକାରର ଛତୁଚାଷ ସହିତ ପରିବା ,ମସଲା ,ଡାଲି ଜାତୀୟ ଶସ୍ୟ ସହିତ କରୁଛନ୍ତି ମାଛଚାଷ । ଉଭୟେ ବିରଜା ଓ ରାଜଶ୍ରୀ କୃଷି କ୍ଷେତରେ କାମ କରୁଥିବା ବେଳେ ଅନ୍ୟ ଦୁଇ ତିନୋଟି ପରିବାରକୁ ବର୍ଷସାରା ଯୋଗାଇଥାନ୍ତି କାମ । ଏକ ସମୟରେ ଅନେକ ପ୍ରକାର ଫସଲ କରୁଥିବାରୁ ଏଥିରୁ ସେମାନଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କାର ଆୟ ମିଳିଥାଏ । କୃଷିକୁ ଲାଭଦାୟକ କରି ଏହି ଦମ୍ପତ୍ତି ସ୍ଥାନୀୟ ଚାଷୀଙ୍କ ପାଇଁ ପାଲଟିଛନ୍ତି ମାର୍ଗଦର୍ଶକ । ଧାନ ,ଛତୁ ,ମୁଗ ,ବିରି ,ହଳଦୀ ,ମାଣ୍ଡିଆ ,ପିଆଜ ,ରସୁଣ ,ଅଦା ,ଧନିଆ ଓ ଆଳୁ ଚାଷ କରି ବଡ ବେରଣା ପଂଚାୟତର ଏହି ଦମ୍ପତ୍ତି ଆର୍ଥିକ ଭାବେ ସଶକ୍ତ ହୋଇପାରିଛନ୍ତି ।

ଫୁଲ ଚାଷକୁ ଆଦରିଛନ୍ତି ଆଦିବାସୀ ମହିଳା

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.