• Tuesday, April 15, 2025

ଗାଁ ମହିଳାଙ୍କୁ ସଶକ୍ତ ପାଇଁ ଅଧ୍ୟାପିକାଙ୍କ ହାଇଟେକ ଛତୁ ଚାଷ

Subhadra Live:Haryana-Teachers-hi-tech-greenhouse-farming-to-empower-village-women

 ହରିୟାଣାର ଜଣେ ଅଧ୍ୟାପିକା ଏବେ ଚର୍ଚ୍ଚାରେ । ନିଜ ଚାକିରୀ ସହିତ ଗାଁ ମହିଳାଙ୍କ ସଶକ୍ତ ପାଇଁ ଆରମ୍ଭ କରିଛନ୍ତି ବହୁ ଲକ୍ଷ ଟଙ୍କାର ଛତୁ ଉଦ୍ୟୋଗ । ଏହି ଅଧ୍ୟାପିକାଙ୍କ ନାଁ ହେଉଛି ସାନିଆ ଦହିୟା । ଜୈବ ପ୍ରଯୁକ୍ତିରେ ସ୍ନାତକୋତ୍ତର କରିଥିବା ସାନିଆ ' ଡ଼କ୍ଟର ଦହିୟା ମଶରୁମ ଫାର୍ମ 'ନାଁରେ ଆରମ୍ଭ କରିଛନ୍ତି ହାଇଟେକ ଛତୁ ଉତ୍ପାଦନ କେନ୍ଦ୍ର । ଅତ୍ୟାଧୁନିକ ଶୀତ ତାପ ନିୟନ୍ତ୍ରିତ ପ୍ରକୋଷ୍ଠ ଭିତରେ ତାଙ୍କର ଏହି ଛତୁଚାଷ ପ୍ରୟାସ ୨୦୧୯ ଠାରୁ ଆରମ୍ଭ ହୋଇଛି । ସାରା ଦେଶ ଯେତେବେଳେ କରୋନା ମହାମାରୀକୁ ନିୟନ୍ତ୍ରଣ ପାଇଁ ଲକ ଡାଉନ ବ୍ୟବସ୍ଥା ଭିତରେ ଛନ୍ଦି ହୋଇପଡ଼ିଥିଲା ଠିକ ସେତିକିବେଳେ ଗାଁ ମହିଳାଙ୍କ ରୋଜଗାରକୁ ନେଇ ବିକଳ୍ପ ଚିନ୍ତା କରିଥିଲେ ଅଧ୍ୟାପିକା ଡ଼କ୍ଟର ସାନିୟା ଦହିୟା । କୃଷି କ୍ଷେତ୍ରକୁ ଲକ ଡାଉନ ବ୍ୟବସ୍ଥା ବାହାରେ ରଖାଯାଇଥିବାରୁ ଚାଷ କ୍ଷେତ୍ରରେ ଗତିବିଧି ଜାରି ରହିଥିଲା । ଏହି ସମୟ ମଧ୍ୟରେ ସାନିୟା ନିଜ ଅଂଚଳର ମହିଳା ମାନଙ୍କୁ ନିୟୋଜିତ କରି ଅତ୍ୟାଧୁନିକ ଯନ୍ତ୍ରପାତି ଓ ଶୀତତାପ ନିୟନ୍ତ୍ରିତ ଚାମ୍ବର ଭିତରେ ଆରମ୍ଭ କଲେ ଛତୁଚାଷ ।

ଜୈବ ପ୍ରଯୁକ୍ତିର ପୃଷ୍ଠଭୂମି ସାଙ୍ଗକୁ ସାନିଆଙ୍କ ମନରେ ଲୋକଙ୍କ ପାଇଁ କିଛି କରିବାର ଆଗ୍ରହ ବାସ୍ତବ ରୂପରେଖ ନେଲା । ତାଙ୍କ ଫାର୍ମରୁ ଉତ୍ପାଦିତ ହେଲା ମାସିକ ୧୦ ଟନ ଛତୁ । ଏହି ଛତୁକୁ ସେ ଦିଲ୍ଲୀ ଆଜାଦପୁର ମଣ୍ଡିରେ ବିକ୍ରି କରି ମାସିକ ୯ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ସବୁ ଖର୍ଚ୍ଚ ଯାଇ ମିଳୁଥିଲା ଲକ୍ଷେ ଟଙ୍କାର ରୋଜଗାର । ସ୍ଥାନୀୟ ମହିଳାଙ୍କୁ ଛତୁ ଉତ୍ପାଦନ କୌଶଳ ବାବଦରେ ତାଲିମ ଦେବା ସହିତ ଛତୁ ପ୍ରକ୍ରିୟାକରଣ ବାବଦରେ ଦେଉଥିଲେ ଶିକ୍ଷା । ଏହା ମହିଳାଙ୍କ ଆୟ ବୃଦ୍ଧିରେ ସହାୟକ ହେବା ସହିତ ମନରେ ଭରୁଥିଲା ଆତ୍ମ ବିଶ୍ୱାସ । ୨୦୨୨ରେ ସାନିଆ ଅତିରିକ୍ତ ଆଉ ଦୁଇଟି ପ୍ରକୋଷ୍ଠ ନିର୍ମାଣ କରିଛନ୍ତି । ଆଗକୁ ଛତୁକୁ ମୂଳ୍ୟଯୋଗ କରାଯାଇ ବଜାରକୁ ଛଡାଯିବା ଦିଗରେ ହୋଇଛି ଯୋଜନା ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.