• Tuesday, April 15, 2025

ମୟୁରଭଞ୍ଜର ବୋହୁ ହେଲେ ରିଜର୍ଭ ବ୍ୟାଙ୍କର ଚତୁର୍ଥ ମହିଳା ଡିଜି

Subhadra Live:Meet-the-newly-appointed-RBI-Deputy-Governor-Poonam-Gupta

 ମୟୂରଭଞ୍ଜ ବେତନଟୀର ବୋହୂ ଡ.ପୁନମ ଗୁପ୍ତା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଡେପୁଟି ଗଭର୍ଣ୍ଣର (ଡିଜି ) ଭାବେ ନିଯୁକ୍ତି ପାଇଛନ୍ତି । ସେ ମାଇକେଲ ଦେବବ୍ରତ ପାତ୍ରଙ୍କ ସ୍ଥାନରେ ନିୟୋଜିତ ହେବେ । ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟା ଥିଲେ । ମୟୁରଭଞ୍ଜ ଜିଲ୍ଲା ବେତନଟୀରେ ବିବାହ କରିଛନ୍ତି ପୁନମ । ତାଙ୍କ ଶ୍ୱଶୁର ହେଉଛନ୍ତି  ଅବସରପ୍ରାପ୍ତ ଯନ୍ତ୍ରୀ ଅଜିତ କୁମାର ମିଶ୍ର ଓ ଶାଶୁ ରମା ମିଶ୍ର । ଅଜିତ ଓ ଉମାଙ୍କ  ପୁଅ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଦୀପକ ମିଶ୍ରଙ୍କୁ ବିବାହ କରିଛନ୍ତି ପୁନମ । ପୁନମଙ୍କ ସ୍ୱାମୀ ଦୀପକ ‘ଦି ଇଣ୍ଡିଆନ କାଉନସିଲ୍‌ ଫର ରିସର୍ଚ୍ଚ ଅନ୍‌ ଇଣ୍ଟରନ୍ୟାସନାଲ ଇକୋନୋମିକ ରିଲେସନ୍ସ’ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି ।

ଦେଶର ଜଣେ ନାମୀ ଅର୍ଥନୀତିଜ୍ଞ ଭାବେ ପୁନମଙ୍କ ରହିଛି ଖ୍ୟାତି । ଅର୍ଥନୈତିକ ଗବେଷଣା ,ଅଧ୍ୟାପନା ତଥା ପବ୍ଲିକ ଆଡଭୋକେସି ଓ ପଲିସୀ କ୍ଷେତ୍ରରେ ରହିଛି ତାଙ୍କର ଦୁଇ ଦଶନ୍ଧିର ଅଭିଜ୍ଞତା । ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ ବର୍ଷର ଗଠନ କାଳ ଠାରୁ ଅଦ୍ୟାବଧି କେହି ଜଣେ ମହିଳା ଗଭର୍ଣ୍ଣର ହୋଇନାହାନ୍ତି । କିନ୍ତୁ ଖୁସିର କଥା ପୁନମଙ୍କ ସମେତ ୪ ଜଣ ମହିଳା ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି । ପୂର୍ବରୁ କେ ଜେ ଉଦେଶୀ,ଉଷା ଥୋରାଟ ଓ ଶ୍ୟାମଳା ଗୋପୀନାଥ ଆରବିଆଇ ଡେପୁଟି ଗଭର୍ଣ୍ଣର ଭାବେ ପଦବୀର ମର୍ଯ୍ୟାଦା ବଢ଼ାଇଥିବା ବେଳେ ଏବେ ପୁନମ ଗୁପ୍ତା ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ଯୋଗଦାନ କରିଛନ୍ତି । ଦୀର୍ଘ ୧୪ ବର୍ଷ ପରେ ପୁନମ ମହିଳା ଡେପୁଟି ଗଭର୍ଣ୍ଣର ଭାବେ ଗ୍ରହଣ କରିଛନ୍ତି ଦାୟିତ୍ୱ । ଡେପୁଟି ଗଭର୍ଣ୍ଣର ମାଇକେଲ ପାତ୍ର ଗତ ଜାନୁଆରୀ ୨୦୨୫ରେ ଏହି ପଦବୀରୁ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡିଥିଲା ।

ପାପୋଛ ତିଆରିରୁ ଉଠୁଛି ଖର୍ଚ୍ଚ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.