• Tuesday, April 15, 2025

ଦୁର୍ଗମ ଅଞ୍ଚଳରେ ଆଶାର କିରଣ କନକ ଓ ଅଞ୍ଜଳି

Subhadra Live:Kanak--Anjali-has-become-a-ray-of-hope-in-in-remote-areas

 ୩୮ବର୍ଷ ବୟସ୍କା କନକ ପ୍ରଧାନ ଓ ୩୬ବର୍ଷ ବୟସ୍କା ଅଞ୍ଜଳି ସାହୁ ଓରଫ ଅମ୍ବିକା ମରୁଡି ଓ ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଦୁର୍ଗମ ମନିଗାଁ ଓ ବିଜେପୁର ପଞ୍ଚାୟତରେ ଅବହେଳିତ ଗରିବ ଲୋକଙ୍କ ସ୍ଵର ପାଲଟିଛନ୍ତି। କନକ ଓ ଅଞ୍ଜଳି ସଫଳ ଗୃହିଣୀ ହେବା ସହିତ ଆଦିବାସୀ, ଦଳିତ ଓ ପଛୁଆ ବର୍ଗ ଲୋକଙ୍କୁ ସାମାଜିକ ଓ ଆର୍ଥିକ ବିକାଶରେ ଅନ୍ତର୍ଭୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

ସ୍ଵାମୀ, ଶାଶୁ ଓ ଦୁଇ ଝିଅଙ୍କୁ ନେ଼ଇ ସଂସାର ଗଢିଥିବା କନକ ବିଗତ ବର୍ଷେ ହେଲା ସି ୱାଇ ଏସ ଡିର ବିଭିନ୍ନ କାର୍ଯ୍ୟକ୍ରମ ସହିତ ଯୋଡି ହୋଇ ମନିଗା ଗ୍ରାମ ପଞ୍ଚାୟତର ନାଳଝର, ଭୂଷିଲାଡ, ମନିଗା, ପିପଲ ପଦର, ଓ ଥଲକା ଆଦି ପାଞ୍ଚଟି ପଡ଼ା ଗ୍ରାମରେ ସ୍ଵୟଂ ସହାୟକ ଦଳ ଗଠନ, ମହିଳା ସଶକ୍ତିକରଣ, ସାମୁହିକ ସଞ୍ଚୟ ପାଇଁ ପ୍ରବର୍ତ୍ତନା ଆଦି କାମରେ ଲାଗିଛନ୍ତି।

ଗୁରୁତର ଅସୁସ୍ଥ ରୋଗୀଙ୍କୁ ମେଡିକାଲରେ ପହଞ୍ଚାଇବା ଭଳି କାମ କରି କନକ ସାଉଣ୍ଟିଛନ୍ତି ପ୍ରଶଂସା। ନିକଟରେ ଡେଙ୍ଗପଦର ଗାଁର ୨୭ବର୍ଷ ବୟସ୍କା ସୁଷମା ରତେଇଙ୍କୁ ବୁର୍ଲା ମେଡିକାଲ ନେଇ ତାଙ୍କୁ ଆରୋଗ୍ୟ କରିବାରେ ସେ କରିଛନ୍ତି ସହଯୋଗ। ବାହାରକୁ କାମ ଅନ୍ୱେଷଣରେ ଚାଲିଯାଉଥିବା ଲୋକେ ଗାଁରେ ରହି କିଭଳି କାମ ପାଇବେ ସେ ଦିଗରେ ରହିଛି କନକଙ୍କ ପ୍ରୟାସ।

କନକଙ୍କ ପରି ବିଜେପୁର ପଞ୍ଚାୟତର ଅଞ୍ଜଳି ସାହୁ ମଧ୍ୟ ଲୋକଙ୍କ ସୁଖ ଦୁଃଖରେ ଯୋଡି ହୋଇ ଅଛନ୍ତି। ସେ ବିଜେପୁର ପଞ୍ଚାୟତର ବିଜେପୁର, ରିକଡୁଲ, ତରା ସିଂ, ଚୋରମରା, ଘୁଘୁରପଲା, ଗୋଖୁର, ତୋବଡି, ଚାନ୍ଦତାରା, ଓ ଲିମପଡ଼ା ଭଳି ପଛୁଆ ଗାଁ ଗୁଡିକରେ ମହିଳା ଓ ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ସଚେତନ କରୁଛନ୍ତି। ପୁରୁଣା ସ୍ଵୟଂ ସହାୟକ ଦଳ ଗୁଡ଼ିକୁ ସୁଦୃଢ଼ କରିବା ସହିତ ନୂଆ ସ୍ଵୟଂ ସହାୟକ ଦଳ ଗଢି ଜୀବିକାର ଉନ୍ନତି ପାଇଁ ବ୍ୟବସାୟିକ ଯୋଜନାକୁ କରୁଛନ୍ତି ରୂପାୟନ।

 

ମୟୁରଭଞ୍ଜର ବୋହୁ ହେଲେ ରିଜର୍ଭ ବ୍ୟାଙ୍କର ଚତୁର୍ଥ ମହିଳା ଡିଜି

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.