• Tuesday, April 15, 2025

କୌଳିକ ବୃତ୍ତିକୁ ବଞ୍ଚାଇଛନ୍ତି ମହିଳା

Subhadra Live:Women-have-saved-the-traditional-profession

 କଟକ ଜିଲ୍ଲା ନରସିଂହପୁର ବ୍ଲକ ରଣସିଂହପୁର ଗାଁ ହେଉଛି କାରିଗରଙ୍କ ଗାଁ । ଏହି ଗାଁରେ ଅଛନ୍ତି ୧୦୦ କାରିଗର । ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ହେଉଛନ୍ତି ମହିଳା । ଦିନେ ସେମାନଙ୍କ ବୃତ୍ତି ଥିଲା ପାରମ୍ପରିକ ମାଟି କାମ । ଏବେ ସେମାନେ ନାନା ପ୍ରକାର  ଢୋକ୍ରା କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି ।  ଏହି ଗାଁର ୬୩ ବର୍ଷର କଇନ୍ତି ଗଡ଼ତିଆ କହନ୍ତି ବିଗତ ୪୦ ବର୍ଷ ହେଲା ମାଟି ଓ ଡୋକ୍ରାକୁ କରି ଆସିଛି ଜୀବିକା । ସମୟ ବଦଳିବା ସହିତ କାମରେ ଆସିଛି ପରିବର୍ତ୍ତନ । ହାତ କାମ ବଦଳରେ ଅଧିକାଂଶ କାମ ମେସିନ କରିଦେଉଛି । ସାମଗ୍ରୀ ଗୁଡିକ ଚିକ୍କଣ କରିବା ପାଇଁ ମେସିନ ବ୍ୟବହାର ହେଉଥିବା ବେଳେ ଆମେ ଏଠାରେ ପ୍ରତିଟି କାମ ହାତରେ କରି ଆସୁଛୁ । ଆଉ ଜଣେ ବର୍ଷୀୟାନ କଳାକାର ସରସ୍ୱତୀ ଗଡ଼ତିଆ କହନ୍ତି ଆମ ଗାଁରେ ୨୦ ଜଣ ମହିଳା କାରିଗର ମିଶି ଗଢାଯାଇଛି ଦୁର୍ଗତି ନାଶିନୀ ଉତ୍ପାଦିକା ଦଳ । ମିଶନ ଶକ୍ତି ଠାରୁ ୩ ଲକ୍ଷ ଟଙ୍କାର ଋଣ ଆଣି ତିଆରି କରୁଛୁ ମାଣ,ହାତୀ ,ଜାଗର ,ମାଛ ,କୁମ୍ପା ,ଦୀପ ,କଇଁଛ ଆଉ କୁଞ୍ଜା। ବିଗତ ୨ ବର୍ଷ ହେଲା ଉତ୍ପାଦିକା ଦଳରେ ଯୋଡି ହୋଇଥିବା ମାଣିକ ଗଡ଼ତିଆ ଓ ସଂଯୁକ୍ତା ଦେହୁରୀ କହନ୍ତି ଆମେ ସାମୁହିକ ଭାବେ ସାମଗ୍ରୀ ତିଆରି କରିବା ଠାରୁ ବିକ୍ରି ଯାଏଁ ମିଳିମିଶି କରୁଛୁ ।

ଜଣେ ମହିଳା ମାସ ସାରା କାମ କରିବା ପରେ ପାରିଶ୍ରମିକ ବାବଦକୁ କାମ ଅନୁଯାୟୀ କେବେ ୭ ହଜାର ତ କେବେ ୫ ହଜାର ରୋଜଗାର ପାଇଁ ସମର୍ଥ ହୋଇଥାନ୍ତି ।  ଏସବୁ ସାମଗ୍ରୀ ତାଳଚେର ,ଅନୁଗୋଳ ,କଟକ ଓ ଭୁବନେଶ୍ୱରରେ ବିକ୍ରି ହେଉଛି । ମାଟି ଓ ପିତ୍ତଳର ସମ୍ମିଶ୍ରଣରେ ତିଆରି ଏହି କାରିଗରୀ ମହିଳାଙ୍କୁ ରୋଜଗାର ସହିତ ଦେଇଛି ସମ୍ମାନ । ଆଗାମୀ ଦିନରେ ଏମାନଙ୍କୁ ବିଶ୍ୱକର୍ମା ଯୋଜନାରେ ସହାୟତା କରିବା ଦିଗରେ ବିଧାୟକ ଦେଇଛନ୍ତି ପ୍ରତିଶ୍ରୁତି ।

ମହିଳା ଉଦ୍ୟୋଗୀ ମୀନା ସାର୍କଙ୍କ ସଫଳ କାହାଣୀ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.