• Tuesday, April 15, 2025

ମହିଳା ଉଦ୍ୟୋଗୀ ମୀନା ସାର୍କଙ୍କ ସଫଳ କାହାଣୀ

Subhadra Live:Success-Story-of-Women-Entrepreneur-Mina-Shark-of-West-Bengal

 ପଶ୍ଚିମବଙ୍ଗ ସିଙ୍ଗରାରେ ରହନ୍ତି ମୀନା ସାର୍କ ନାମ୍ନୀ ଜଣେ ମହିଳା । ବସ୍ତିର ଛୋଟ ଏକ ଭଡା ଘରେ  ତିନି ଝିଅଙ୍କୁ  ନେଇ ତାଙ୍କର ସଂସାର । ସ୍ୱାମୀ ଜଣେ କ୍ଷୁଦ୍ର ଉଦ୍ୟୋଗର କର୍ମଚାରୀ ଥିଲେ  । ପରିବାରର ଏକମାତ୍ର ରୋଜଗାରିଆ ଭାବେ ସେ ଯାହା ଆଣୁଥିଲେ ସେଥିରେ ସୁଖେ ଦୁଃଖେ ଚଳିଯାଉଥିଲା ସଂସାର । ୨୦୧୮ରେ ତାଙ୍କ ସ୍ବାମୀଙ୍କ ଘଟିଲା ଅପ୍ରତ୍ୟାଶିତ ମୃତ୍ୟୁ । ସ୍ବାମୀଙ୍କ ମୃତ୍ୟୁପରେ ଖସି ଯାଇଥିଲା ମିନାଙ୍କ ଗୋଡ଼ ତଳର ମାଟି । ତିନି ତିନି ଜଣ ଝିଅଙ୍କୁ ନେଇ ଭଡା ଘରେ କିପରି ଚଳିବେ ସେହି ପ୍ରଶ୍ନ ତାଙ୍କୁ ଆନ୍ଦୋଳିତ କରୁଥିଲା । ବିବାହ ପୂର୍ବରୁ ସେ  ଜାଣିଥିଲେ  ସିଲେଇ ମେସିନ କାମ। ସିଲେଇ ଜରିଆରେ ସ୍ୱାବଲମ୍ବୀ ହେବାକୁ ନେଇ ସେ ଦେଖିଥିଲେ ଜୀବନ ଜିଇଁବାର ଆଶା । ଆଖପାଖ ପରିବାର ଗୁଡିକର ପୁରୁଣା କାମ ସିଲେଇ କରିବା ସହିତ ସେ ହୋଲସେଲ ଦାମରେ ଶାଢ଼ୀ ସାୟା ଓ ବ୍ଲାଉଜ କିଣି ଘର ଘର ବୁଲି ବିକ୍ରି କରିବା ଆରମ୍ଭ କଲେ । ପାରିବାରିକ ସମ୍ପର୍କ ଓ ଯୋଗାଯୋଗରୁ ସେ ଖାଦ୍ୟ ପ୍ରକ୍ରିୟାକରଣର ଚାହିଦା ଅନୁଭବ କଲେ । ବଜାରରୁ ବିରି ,ରାଶି ,ବାଦାମ ଓ କଖାରୁ କିଣିଆଣି ଆରମ୍ଭ କଲେ ବଡି । ବଡି ପକାଇବା କଳା ମଧ୍ୟ  ତାଙ୍କ ନିକଟରେ ଥିଲା । ଭୋର ସାଢେ ଚାରିରୁ ଅପରାହ୍ନ ୪ ଯାଏଁ ଅବିଶ୍ରାନ୍ତ ପରିଶ୍ରମ କରି ସେ ଏବେ ମାସିକ ୨୫ରୁ ୩୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । କଖାରୁ ବଡି ,ଫୁଲ ବଡି ,ରାଶିବାଦାମ ବଡି ସହିତ ଦେଶୀ ଘିଅ ,ମହୁ ,ନାଡୀ ସୋଆ ,ବାଦାମ ଓ ରାଶି ଲଡୁ ତିଆରି ସହିତ ବିଭିନ୍ନ ବସ୍ତି ଓ ଫ୍ଲାଟ ଗୁଡିକରେ ବିକ୍ରି କଲେ । ଦୈନିକ ୧୨ କେଜି ବଡି ବିକ୍ରିରୁ ସେ ଦୈନିକ ୩୦୦ ଟଙ୍କା ଲାଭ କରିବାରେ ମଧ୍ୟ ସକ୍ଷମ ହେଲେ ।

ମୀନାଙ୍କ ବଡ଼ ଝିଅ ଶୁଭଶ୍ରୀ ଦମଦମ ପାଇଲା ସ୍କୁଲ ଏବଂ କଲେଜରୁ ଏଚଏସସି ପରୀକ୍ଷାରେ ଏ ପ୍ଲସ ସ୍ଥାନ ପାଇଛନ୍ତି । ଭବିଷ୍ୟତରେ ନର୍ସ ହେବା ନେଇ ସେ ରଖିଛନ୍ତି ଆଶା । ନିଜେ ରୋଜଗାର କରି ସେ ପିଲାମାନଙ୍କ ଶିକ୍ଷା ଓ  ଭବିଷ୍ୟତ ଗଢିବା ଦିଗରେ ସକ୍ଷମ ହେଉଥିବାରୁ ଅଛନ୍ତି ଖୁସି ।

ଜୈବପୁଞ୍ଜ ମାଛ ଚାଷରେ ସଫଳ ମହିଳା ଚାଷୀ ମିନତୀ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.