• Saturday, September 21, 2024

ମିଲିୟନ ଭିୟୁ ହେଲା ବେଳାଭୂମିରେ ଚୁଡ଼ି ବିକୁଥିବା ମହିଳାଙ୍କ ଭିଡିଓ

Subhadra Live:English-speaking-bangle-seller-from-Goa-Goes-Viral

ଗୋଆର ଭ୍ୟାଗେଟର୍ ବେଳାଭୂମି ଏହାର ମନୋରମ ଦୃଶ୍ୟ ପାଇଁ ରହିଥାଏ ଚର୍ଚ୍ଚାରେ । ଏବେ ଏହି ବେଳାଭୂମିରେ ଚୁଡ଼ି ବିକୁଥିବା ଜଣେ ଗ୍ରାମୀଣ ମହିଳା ଇଣ୍ଟରନେଟରେ ଲୋକପ୍ରିୟ ହେବାରେ ଲାଗିଛନ୍ତି । ସାଧାରଣ ଖଣ୍ଡିଏ ଶାଢ଼ୀ ପରିହିତା ଏହି ମହିଳାଙ୍କ ଭିଡିଓ ଇଣ୍ଟରନେଟରେ ମିଲିୟନ ସଂଖ୍ୟକ ଦର୍ଶକଙ୍କ ପସନ୍ଦ ପାଲଟିଛି । ଏହା ପଛର କାରଣ ହେଉଛି ଚୁଡ଼ି ବିକୁଥିବା ଏହି ମହିଳାଙ୍କ ଇଁରାଜୀ କହିବା ଶୈଳୀ । ସେ ନିଜର ବିଦେଶୀ ଗ୍ରାହକ ମାନଙ୍କ ସହିତ ଅନର୍ଗଳ ଇଁରାଜୀରେ କଥା ହୋଇଥାନ୍ତି । ନିକଟରେ ଜଣେ ଗ୍ରାହକ ମହିଳାଙ୍କ ସହିତ କଥା ହେଉଥିବା ବେଳେ ଅନ୍ୟ ଜଣେ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ । କିଛି ଘଣ୍ଟା ପରେ ଭିଡ଼ିଓଟି ଭାଇରାଲ ହୋଇଥିଲା ।

ଅନର୍ଗଳ ଇଁରାଜୀ କହୁଥିବା ଏହି ମହିଳାଙ୍କ ଜୀବନ କିନ୍ତୁ ସରଳ ନୁହଁ । ପିଲାବେଳୁ ବାପା ଓ ପରେ ପରେ ମାଙ୍କୁ ହରାଇ ଜୀବନ ଯୁଦ୍ଧରେ ନିସଙ୍ଗ ହୋଇଯାଇଥିଲେ ଏହି ମହିଳା । ଛୋଟ ବେଳୁ ସମୁଦ୍ରର ବେଳା ଭୂମି ପାଲଟିଗଲା ସାଥି । ବେଳାଭୂମିରେ ଚୁଡ଼ି ବିକୁଥିବା ବେଳେ ଆଉ ଜଣେ ବୁଲା ବିକାଳୀଙ୍କ ଧରିଥିଲେ ହାତ । କିନ୍ତୁ ସହଜ ନଥିଲା ଘର ସଂସାର। ଦିନେ ସ୍ୱାମୀ ନିଖୋଜ ହୋଇଯିବେ ଏହା ତାଙ୍କର ମନରେ ନଥିଲା । ଗୋଆର ଏହି ବେଳାଭୂମିକୁ ଅନେକ ଦେଶରୁ ପର୍ଯ୍ୟଟକ ଆସନ୍ତି । ସେମାନଙ୍କ କଥା ଶୁଣି ଶୁଣି ସେ କହିବା ଆରମ୍ଭ କରିଥିଲେ । ତାଙ୍କର ତ୍ରୁଟି ଧରିବା ପାଇଁ କେହି ନଥିଲେ । ବେଳେବେଳେ ତାଙ୍କର କଥା ଶୁଣି ବିଦେଶୀ ହସୁଥିଲେ । ଏବେ ତାଙ୍କର କଥା ଶୁଣି ଲୋକେ ଭିଡିଓ କରୁଛନ୍ତି ବୋଲି କହିଛନ୍ତି ଏହି ମହିଳା । ମହିଳାଙ୍କ ଇଁରାଜୀ ଶୁଣି ଜଣେ ଦର୍ଶକ କହିଛନ୍ତି ଯେ ଇଁରାଜୀ ଏକ ଜ୍ଞାନ ନୁହଁ ଏହା ଏକ ଭାଷା । ଏହାକୁ ଧ୍ୟାନ ରଖି ଓ କହିବା ଅଭ୍ୟାସ କରି ମହିଳା ପାଲଟିଛନ୍ତି ସେଲିବ୍ରେଟି ।

ଅଧିକ ପଢ଼ନ୍ତୁ : ନିଜେ ପୋଡି ଯାଇଥିଲେ ନିଆଁରେ,ଏବେ ଅଗ୍ନି ଦଗ୍ଧ ୨୫ ହଜାର ରୋଗୀଙ୍କୁ ଦେଇଛନ୍ତି ଜୀବନ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.