• Saturday, April 19, 2025

ଉପକାରୀ କଳାହଳଦୀ

Subhadra Live:Beneficial-blackheads

 ଆପଣମାନେ ଘରେ ହଳଦିଆ ରଂଗର ହଳଦୀ ଥିବା ଦେଖିଥିବେ । କିନ୍ତୁ କଳା ରଂଗର ହଳଦୀ ଖୁବ୍ କମ ସ୍ଥାନରେ ଦେଖିବାକୁ ମିଳିଥାଏ । ଏହା ସାଧାରଣ ହଳଦୀଠାରୁ ମଧ୍ୟ ଲାଭଦାୟକ । ଆଣ୍ଟିବାୟୋଟିକ ରୂପେ ବ୍ୟବହାର ହେଉଥିବା ଏହି କଳା ହଳଦୀକୁ ବିଭିନ୍ନ ରୋଗର ଉପଚାର ପାଇଁ ବ୍ୟବହାର କରାଯାଏ । ବିଶେଷ କରି ଓଡ଼ିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ,ଉତ୍ତରପୂର୍ବ ଅଞ୍ଚଳରେ ମିଳୁଥିବା ଏହି ହଳଦୀ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । 

ଏହି ହଳଦୀରେ ଇଭୁପ୍ରୋଭିନ ଅଧିକ ମାତ୍ରାରେ ରହିଛି । ଏହାଦ୍ୱାରା ପୁରୁଣା ଅର୍ଥରାଇଟିସ ଯନ୍ତ୍ରଣାକୁ ଭଲ କରାଯାଇପାରେ । କେବଳ ସେତିକି ନୁହେଁ କୁଣ୍ଡେଇ ହେବା, ପେଟସମସ୍ୟା, ଅଲସର, କୋଲନ କ୍ୟାନସର, ଫୁସଫୁସ ଜନିତ ରୋଗକୁ ଦୂର କରିବାରେ ମଧ୍ୟ କଳା ହଳଦୀ ବେଶ୍ ସହାୟକ ହୋଇଥାଏ । ଏହି କଳାହଳଦୀକୁ ଅନେକ ଔଷଧ ତିଆରି କରିବାରେ ମଧ୍ୟ ବ୍ୟବହାର କରାଯାଏ । ଆସ୍ଥମା, କ୍ୟାନସର, ଜ୍ୱର, ବ୍ରଣ, ଆଲର୍ଜି, ମାଇଗ୍ରେସନ, ଲେପ୍ରୋସି ଭଳି ରୋଗର ଉପଚାର ପାଇଁ ତିଆରି କରାଯାଉଥିବା ମେଡିସିନରେ ଏହି ହଳଦୀର ବ୍ୟବହାର ହୁଏ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.