• Wednesday, January 22, 2025

ସିଲେଇ ଦେଉଛି ସାହିନଙ୍କୁ ସ୍ୱତନ୍ତ୍ର ପରିଚୟ

Subhadra Live:Stitching-has-given-shahin-kausar-begum-a-source-of--income

 ଦିନେ ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ଥିଲା । ରାସ୍ତାକଡ଼ରେ ଥିବା  ସ୍ୱାମୀଙ୍କ ବାଇକ ଗ୍ୟାରେଜକୁ ବେଆଇନ ଦର୍ଶାଇ ପ୍ରଶାସନ ଭାଙ୍ଗିଦେବା ପରେ ପରିବାର କିପରି ଚଳିବ ତାକୁ ନେଇ ଚିନ୍ତାରେ ଥିଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସୁବର୍ଣ୍ଣପାଲି ଗାଁର ସାହିନ କସୁର ବେଗମ । ଯୁକ୍ତଦୁଇ ଶ୍ରେଣୀରୁ ପାଠଛାଡି ଘର ସଂସାର କରିଥିବା ସାହିନ କସୁର ବେଗମ ବେଶୀ ପାଠ ପଢିନଥିବାରୁ କଣ କରିବେ ତାକୁ ନେଇ ଚିନ୍ତାରେ ଥିଲେ । ଏଭଳି ସମୟରେ ମନେ ପଡିଲା ସ୍ୱୟଂ ସହାୟକ ଦଳର ସହଯୋଗ କଥା । ୨୦୧୬ ମସିହାରେ ଦଳରୁ ୧୦ ହଜାର ଟଙ୍କା ଋଣ ଆଣି ସାହିନ ପୋଷାକ ସିଲେଇକୁ ବୃତ୍ତି ଭାବେ ଗ୍ରହଣ କଲେ । ଗୋଟିଏ ସିଲେଇ ମେସିନ କିଣିବା ସହିତ ବଜାରରୁ କପଡା ,ସୁତା ,ଅସ୍ତ୍ରକନା ଆଦି କିଣି ଆରମ୍ଭ କଲେ ପୂର୍ଣ୍ଣ କାଳୀନ ସିଲେଇ ଜୀବିକା । ସବୁ ପ୍ରକାର ପୋଷାକ ,ସାୟା ,ବ୍ଲାଉଜ ଆଦି ସିଲେଇ ଜାଣିଥିବାରୁ କମ ଦିନ ମଧ୍ୟରେ ଭଲ ରୋଜଗାର କଲେ । ସେଥିରୁ କିଛି କିଛି ଅର୍ଥ ସଂଚୟ କରି ୨୦୨୦ ମସିହାରେ ନିଜର ଏକ ସିଲେଇ ଉଦ୍ୟୋଗ ସ୍ଥାପନ କଲେ । ୧୦ ଜଣ ମହିଳାଙ୍କୁ ତାଲିମ ଓ ନିଯୁକ୍ତି ଦେଇ ସେମାନଙ୍କ ଜରିଆରେ ସାହିନ ସ୍କୁଲ ଓ ଅଙ୍ଗନବାଡି ପିଲାଙ୍କ ୟୁନିଫର୍ମ ସିଲେଇ କରି ନାଁ ଓ ଅର୍ଥ କମାଇଲେ । ଆଜି ସିଲେଇ ପାଇଁ ସାହିନ ସ୍ୱାବଲମ୍ବୀ ହେବା ସହିତ ଅନ୍ୟୁନ ୧୦୦ ଜଣ ମହିଳାଙ୍କୁ ସିଲେଇ ଶିକ୍ଷା ଦେଇ ଦେଖାଇଛନ୍ତି ରୋଜଗାରର ବାଟ ।

ସୋଆ ଉପସଭାପତି ଶାଶ୍ୱତୀ ଦାସଙ୍କୁ ‘ଫେମିନା ଆଚିଭର୍ସ ଇଷ୍ଟ-୨୦୨୪’ ସମ୍ମାନ ପ୍ରଦାନ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.