• Sunday, September 22, 2024

ଚୁକ୍ତିଭିତ୍ତିକ ଚାଷ କରି ବାର୍ଷିକ ୬ ଲକ୍ଷ ରୋଜଗାର କରୁଛନ୍ତି ୪ ବାନ୍ଧବୀ

Subhadra Live:Four-Friends-are-earning-up-to-6-lakhs-by-doing-farming

 ଦୃଢ ଇଛାଶକ୍ତି ସାଙ୍ଗକୁ ଉତ୍ସାହ ଓ ଆଗ୍ରହ ଥିଲେ ସବୁ କାମ ସହଜରେ କରାଯାଇପାରିବ ଏକଥାକୁ ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶର ୪ ବାନ୍ଧବୀ ମାଳତୀ ,ପୁଷ୍ପା ,ଦୀପା ଏବଂ ଆରତୀ । ଗାଁର ଏହି ୪ ବାନ୍ଧବୀ ଗୋଟିଏ ଗାଁର । କାହାରି ହେଲେ ନିଜର ଜମି ନାହିଁ କି ଘରର ଆର୍ଥିକ ଅବସ୍ଥା ଭଲ ନାହିଁ। ସେମାନଙ୍କର ସ୍ୱାମୀ ମାନେ କେବେ କୃଷି ଶ୍ରମିକ ତ କେବେ ନିର୍ମାଣ ଶ୍ରମିକ ଭାବେ କାମ କରିଥାନ୍ତି । ସ୍ୱାମୀ ମାନଙ୍କ ସହିତ ପୁଷ୍ପା ,ମାଳତୀ ,ଦୀପା ଏବଂ ଆରତୀ କୃଷି ଶ୍ରମିକ ଭାବେ କାମ କରିବା ଭିତରେ ଦିନେ ସେମାନେ ଏକାଠି ହୋଇ ଚିନ୍ତା କଲେ ଯେ ଏବେ ସେମାନେ ଜମି ଥିବା ଲୋକଙ୍କ ନିକଟରୁ ଚାଷ ପାଇଁ ଚୁକ୍ତି କରି ଜମି ଆଣିବେ ଏବଂ ଅର୍ଥକାରୀ ଫସଲ ଚାଷ କରିବେ । ତାହା ହିଁ ହେଲା । ଲଖନଉ -ମାଲରୋଡ଼ ମଝି ନିକରୋଜପୁର ଗାଁର ଏହି ମହିଳାମାନେ ସ୍ଥାନୀୟ ଜଣେ ବଡ଼ଚାଷୀଙ୍କ ଠାରୁ ୩ ଏକର ଜମି ଚୁକ୍ତିଭିତ୍ତିକ ଭାବେ ଆଣି ଆଳୁଚାଷ ଆରମ୍ଭ କଲେ । ଏମାନଙ୍କ ନିକଟରେ ନାଁ ଥିଲା ବଡ଼ କଲେଜର ଡିଗ୍ରୀ ନାଁ ଥିଲା ବଡ଼ ବ୍ୟାଙ୍କ ବାଲାନ୍ସ । କିନ୍ତୁ ଏମାନଙ୍କ ନିକଟରେ ଥିବା ଉତ୍ସାହ ଏମାନଙ୍କୁ ସଫଳ ଚାଷୀ ଭାବେ ପରିଚିତି ଦେଇଛି । ଆଳୁ ଚାଷରୁ ଏମାନେ ବାର୍ଷିକ ୩ ଲକ୍ଷ ଟଙ୍କାର ଲାଭ ପାଉଥିବା ବେଳେ କୁକୁଡ଼ା ଚାଷ କରି ବାର୍ଷିକ ଆଉ ୨ଲକ୍ଷ ରୋଜଗାର କରିବାରେ ସଫଳ ହୋଇଛନ୍ତି । ଭୂମିହୀନ ମାନଙ୍କୁ ଚୁକ୍ତିଭିତ୍ତିକ ଚାଷରେ ଯୋଡ଼ିହେବା ପାଇଁ ଉତ୍ତରପ୍ରଦେଶ ସରକାର ପ୍ରୋତ୍ସାହନ ରାଶିର ପ୍ରାବଧାନ ରଖିଛି । ଏହାକୁ ହାସଲ କରି ଏହି ଚାରି ବାନ୍ଧବୀ ନିଜ ନିଜ ପରିବାରର ଆର୍ଥିକ ସ୍ଥିତିରେ ଆଣିଛନ୍ତି ପରିବର୍ତ୍ତନ ।

ଫୁଲ ଓ ପତ୍ରର ରଙ୍ଗରୁ ମଧୂବନି ଚିତ୍ରକଳା

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.