• Sunday, September 22, 2024

ଫୁଲ ଓ ପତ୍ରର ରଙ୍ଗରୁ ମଧୂବନି ଚିତ୍ରକଳା

Subhadra Live:madhubani-art-with-colors-extracted-from-flowers-and-leaves

ନାଁ ତାଙ୍କର ଶିଳ୍ପୀ । ପିଲାଟି ଦିନରୁ ରଖି ଆସିଛନ୍ତି ଚିତ୍ରକଳା ପ୍ରତି ଦୁର୍ବଳତା । ପତ୍ର ଓ ଫୁଲରୁ ରଙ୍ଗ ପ୍ରସ୍ତୁତ କରି ମିଥିଳା ପେଇଁଟିଙ୍ଗ ଏବଂ ଟିକୁଲି କାଳରେ ରଙ୍ଗ ଭରୁଥିବା ବିହାର ରାମବାଗର ଯୁବତୀ ଶିଳ୍ପୀ ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଶିଳ୍ପୀଙ୍କ ବାଲ୍ୟକାଳ ଗାଁରେ କଟିଛି । ପ୍ରକୃତିର ସୁଷମା ସାଙ୍ଗକୁ ସ୍ଥାନୀୟ ଚିତ୍ରକଳା ପ୍ରତି ଆଗ୍ରହ ତାଙ୍କର ଶୈଶବରୁ ରହିଥିଲେ ହେଁ ଉଚ୍ଚଶିକ୍ଷା ପାଇଁ ସେ ନିଜର ଚିତ୍ରକଳା ସଉକକୁ ମନରେ ରଖିଥିଲେ ।  ମନସ୍ତତ୍ଵରେ ସ୍ନାତୋକୋତ୍ତର ଶିକ୍ଷା ପରେ ସେ ଚିତ୍ରକଳାକୁ କ୍ୟାରିୟର କରିବାକୁ ଆଗକୁ ଆସିଲେ । ନିଆରା ଭାବେ କିଛି କରିବାର ଇଛା ଥିବାରୁ ସେ ପ୍ରାକୃତିକ ରଙ୍ଗ ଉପରେ ଗବେଷଣା ସହିତ ରଙ୍ଗ ତିଆରିରେ ମନଯୋଗ କରିଥିଲେ । ବିଭିନ୍ନ ରଙ୍ଗର ପତ୍ର ଓ ଫୁଲକୁ ଯୋଗାଡ଼ କରି ସେ ନୂଆ ନୂଆ ରଙ୍ଗ ପ୍ରସ୍ତୁତ ସହିତ ସେଥିରେ ବହୁ ପ୍ରାଚୀନ ମଧୂବନି ପେଇଁଟିଙ୍ଗ ତିଆରି କରିବାକୁ ଲାଗିଲେ  । ଗୋଟିଏ ଗୋଟିଏ ଚିତ୍ରକଳା ତିଆରି ପାଇଁ ତାଙ୍କୁ ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ତାହାକୁ ୧୫୦୦ ଟଙ୍କାରେ ବିକ୍ରି କରୁଥିଲେ  ।

ଶିଳ୍ପୀଙ୍କ ଏଭଳି ଚିତ୍ରକଳା ଅନଲାଇନ ଜରିଆରେ ଭଲ ବ୍ୟବସାୟ କରିବା ସହିତ ବଢିଥିଲା ତାଙ୍କର ଲୋକପ୍ରିୟତା  । ସୁଟ ଓ ଶାଢ଼ୀରେ ତାଙ୍କର ମଧୂବନି ଚିତ୍ରକଳା ବଜାରରେ ସ୍ୱତନ୍ତ୍ର ଚାହିଦା ତିଆରି କରିଥିଲା । ଲୋକପ୍ରିୟତା ବଢିବା ସହିତ ବିଭିନ୍ନ ସଂସ୍ଥା ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ସହିତ କରାଯାଇଛି ପୁରସ୍କୃତ  । ଫେସ ଅଫ ଫ୍ୟୁଚର ଇଣ୍ଡିଆ ସଂଗଠନ ପକ୍ଷରୁ ତାଙ୍କୁ ଜୈବିକ ରଙ୍ଗର ଦୂତର ଆଖ୍ୟା ପ୍ରଦାନ କରାଯାଇଛି  । ସମୁଦାୟ ୪୦ରୁ ଅଧିକ ଆୱାର୍ଡ ପାଇବା ସହିତ ଶିଳ୍ପୀ ନିଜ ପିଲାଦିନର ସଉକକୁ ବୃତ୍ତିରେ ବଦଳାଇ ଅତ୍ୟନ୍ତ ଖୁସି ଥିବା କହିଛନ୍ତି  ।

ଅଧିକ ପଢ଼ନ୍ତୁ : ସଂସ୍କୃତିର ପ୍ରସାରରେ ତେଜସ୍ମିତା

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.