• Sunday, September 22, 2024

ଗାଁରୁ ଗୁଗୁଲ :ବାର୍ଷିକ ୫୨ ଲକ୍ଷ ପ୍ୟାକେଜ ପାଇବେ ଆରାଧ୍ୟା

Subhadra Live:From-intern-to-software-engineer-with-52-lakh-package-at-google

 ଉତ୍ତରପ୍ରଦେଶର ଜଣେ ଗ୍ରାମୀଣ ଝିଅ ପାଇଛନ୍ତି ଗୁଗୁଲରେ ନିଯୁକ୍ତି । ଚାକିରିର ସର୍ତ୍ତ ଅନୁଯାୟୀ ସେ ବାର୍ଷିକ ୫୨ ଲକ୍ଷ ଟଙ୍କାର ଦରମା ସହିତ ଅନ୍ୟାନ୍ୟ ସୁବିଧା ପାଇବେ । ଏତେ ବଡ଼ ପ୍ୟାକେଜର ନିଯୁକ୍ତି ପାଇବାରେ ସେ ହେଉଛନ୍ତି ନିଜ ଅଂଚଳରେ ପ୍ରଥମ । ଏହି ଝିଅ ଜଣଙ୍କ ହେଉଛନ୍ତି ଆରାଧ୍ୟା ତ୍ରିପାଠୀ । ଆରାଧ୍ୟାଙ୍କ ବାପା ନିମ୍ନ ବିଚାରାଳୟରେ ଓକିଲ ହୋଇଥିବା ବେଳେ ମା ହେଉଛନ୍ତି ଗୃହିଣୀ ।

ସେଣ୍ଟ ଯୋଶେଫ ସ୍କୁଲରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପଢିବା ପରେ ସେ ମଦନ ମୋହନ ମାଲବ୍ୟ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ କମ୍ପ୍ୟୁଟର ସାଇନ୍ସରେ ବି ଟେକ କରିଥିଲେ । ସ୍କେଲର ନାମକ ଏକ କମ୍ପାନୀରେ ଈଂଟର୍ଣ୍ଣ କରିବା ବେଳେ ସେ ତାଙ୍କର ପ୍ରତିଭାର ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ । ପରବର୍ତ୍ତୀ ସମୟରେ ସେ ବାର୍ଷିକ ୩୨ ଲକ୍ଷ ଟଙ୍କାର ପ୍ୟାକେଜରେ ସ୍କେଲରରେ ଯୋଗଦେଇଥିଲେ । ଗୋଟିଏ ବର୍ଷ କାମ କରିବା ଭିତରେ ସେ ଗୁଗୁଲରୁ ଅଫର ପାଇଥିଲେ ଓ ୩୨ ଲକ୍ଷ ଟଙ୍କାର ପ୍ୟାକେଜକୁ ଆଡେଇ ଗୁଗୁଲରେ ୫୨ ଲକ୍ଷ ଟଙ୍କାର ଅଫରକୁ ଗ୍ରହଣ କରିଥିଲେ । ଆରାଧ୍ୟା ରିଆକ୍ଟ ଜେଏସ ,ରିଆକ୍ଟ ରେଡକ୍ସ ,ନେକ୍ସଟ ଜେଏସ ,ଟାଇପ ସ୍କ୍ରିପ୍ଟ ,ମାଙ୍ଗୋଡିବି ,ଏକ୍ସପ୍ରେସ ଜେ ଏସ ଭଳି କୋଡ଼ ଲାଙ୍ଗୁଏଜରେ ଅଭିଜ୍ଞ ହେବା ସହିତ ଡାଟା ଷ୍ଟ୍ରକ୍ଚର ,ଏବଂ ଆଲଗାରିଥମରେ ବିଶେଷ ଜ୍ଞାନ ଅର୍ଜନ କରିଛନ୍ତି । ବିଭିନ୍ନ କୋଡ଼ିଙ୍ଗ ପ୍ଲାଟଫର୍ମରୁ ସେ ପ୍ରାୟ ୧୦୦୦ ପ୍ରଶ୍ନର ସମାଧାନ କରି ବେଶ ଲୋକପ୍ରିୟ ହୋଇଛନ୍ତି । ଆରାଧ୍ୟାଙ୍କ କାହାଣୀ କଠିନ ପରିଶ୍ରମ ଓ ଦୃଢ ଅଧ୍ୟବସାୟର ଏକ ବଳିଷ୍ଠ ନିଦର୍ଶନ ।

ଅଧିକ ପଢନ୍ତୁ :୧୬ବର୍ଷର ଝିଅ ଠିଆ କରାଇଛନ୍ତି ୧୦୦ କୋଟିର ବ୍ୟବସାୟ

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.