• Sunday, September 22, 2024

୧୬ବର୍ଷର ଝିଅ ଠିଆ କରାଇଛନ୍ତି ୧୦୦ କୋଟିର ବ୍ୟବସାୟ

Subhadra Live:Pranjali-Awasthi16-year-old-Indian-girl-whose-AI-startup-is-valued-at-Rs-100-crore

 ଯେଉଁ ବୟସରେ ସାଙ୍ଗସାଥି ମାନଙ୍କ ସହିତ ଅଧିକାଂଶ ମଜାମସ୍ତିରେ ସମୟ ଵିତାନ୍ତି ସେହି ବୟସରେ ଜଣେ ଭାରତ ଜନ୍ମିତ ଝିଅ ଆମେରିକାରେ ଷ୍ଟାର୍ଟଅପ ଆରମ୍ଭ କରି ବ୍ୟବସାୟକୁ ୧୦୦ କୋଟିରେ ପହଞ୍ଚାଇ ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଭାରତରେ ଜନ୍ମିତ ଏହି ଝିଅଟିର ନାଁ ପ୍ରାଞ୍ଜଳି ଅବସ୍ତି । ବୟସ ତାଙ୍କର ୧୬ବର୍ଷ ।  କୃତ୍ରିମ ବୁଦ୍ଧିମତା ଆଧାରିତ ଷ୍ଟାର୍ଟଅପ ପରିଚାଳନା କରି ସେ ବିଶ୍ୱର ମହିଳା ଉଦ୍ୟୋଗୀ ମାନଙ୍କ ମଧ୍ୟରେ ନିଜର ସ୍ଥାନ ପକ୍କା କରିପାରିଛନ୍ତି ।

ପ୍ରାଞ୍ଜଳିଙ୍କୁ ଯେତେବେଳେ ଦୁଇବର୍ଷ ବୟସ ସେତେବେଳେ ତାଙ୍କ ପରିବାର ରୋଜଗାର ଆଶାରେ ଭାରତରୁ ଯାଇ ଫ୍ଲୋରିଡ଼ାରେ ବସବାସ ଆରମ୍ଭ କରିଥିଲେ । ପିଲାଟି ଦିନରୁ ପ୍ରାଞ୍ଜଳି କମ୍ପ୍ୟୁଟରକୁ ନେଇ ଆଗ୍ରହ ପ୍ରକାଶ କରୁଥିବାରୁ ତାଙ୍କର ପିତା ତାଙ୍କୁ ସ୍ୱତନ୍ତ୍ର ମ୍ୟାଥ ଓ କମ୍ପ୍ୟୁଟର କ୍ଳାସରେ ନାଁ ଲେଖାଇଦେଇଥିଲେ । ତାଙ୍କୁ ଯେତେବେଳେ ମାତ୍ର ୭ବର୍ଷ ବୟସ ସେତେବେଳେ ସେ କୋଡ଼ିଙ୍ଗ ଆୟତ୍ତ କରିଥିଲେ ।  ତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ଚାଟ ଜିପିଟି -୩ ପେଟା ରିଲିଜ ହୋଇଥିଲା ।  ଏହା ପ୍ରାଞ୍ଜଳିଙ୍କୁ ବେଶ ପ୍ରଭାବିତ କରିଥିଲା । ସେ କ୍ରମଶଃ ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟସ ଆଡକୁ  ଢଳିଥିଲେ ।  ଅନଲାଇନ ତଥ୍ୟ ଏକତ୍ରକରଣ କାମରେ ଏ ଆଇକୁ ବ୍ୟବହାର କରି ସେ ଅନେକ ପ୍ରକଳ୍ପ ସଫଳତାର ସହିତ ପୂର୍ଣ୍ଣାଙ୍ଗ କରିଥିଲେ ।  ୧୪ ବର୍ଷ ବୟସରେ ସେ ନିଜର କମ୍ପାନୀ Delv -AI ଗଠନ କଲେ ଓ ସେହିବର୍ଷ ୩.୭ କୋଟି ଟଙ୍କାର ପାଣ୍ଠି ଯୋଗାଡ଼ କରିବାରେ ସକ୍ଷମ ହେଲେ ।  ୧୦ ଜଣ ସହଯୋଗୀଙ୍କୁ ନିଯୁକ୍ତି ଦେବା ସହିତ ତାଙ୍କର ବ୍ୟବସାୟ ଏବେ ୧୦୦ କୋଟି ଟଙ୍କାରେ ପହଂଚି ପାରିଛି । ୨୦୨୨ରୁ ୨୦୨୩ ମଧ୍ୟରେ delv _AI ସଫଳତାର ଶିଖର ଛୁଇଁଥିବା ବେଳେ ପାଞ୍ଚଲି ଆମେରିକୀୟ କମ ବୟସର ଉଦ୍ୟୋଗୀ ମାନଙ୍କ ମଧ୍ୟରୁ ପ୍ରମୁଖ ସ୍ଥାନରେ ପହଁଚିଯାଇଛନ୍ତି ।

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.