• Wednesday, January 22, 2025

ସାମୁହିକ ପ୍ରୟାସରେ ସଫଳ ହୋଇଛି ଗେଣ୍ଡୁଫୁଲ ଚାଷ

Subhadra Live:Marigold-Flower-farming-has-been-successful-in-Borigumma-Block-of-Odisha

 ସବୁଜ ଡାଳରେ ଝଟକୁଛି ସୁନା ରଙ୍ଗର ଫୁଲ । ଶୀତୁଆ ସକାଳର ଶିରି ଶିରି ପବନରେ ଦୋଳାୟମାନ ହଳଦୀ ରଙ୍ଗର ଏହି ଫୁଲ ସୃଷ୍ଟି କରିଛି ସୁନ୍ଦର ଏକ ପରିବେଶ । ଯେଉଁ ଜମିରେ ଦିନେ ସୁଆଁ ,ମାଣ୍ଡିଆ ,କୋଳଥ ପରି ପାରମ୍ପରିକ ଫସଲ ହେଉଥିଲା ସେଠାରେ ଏବେ ଉଦ୍ୟାନ କୃଷି ବଢ଼ାଇଛି ଆଶା । ଅତୀତର ଫସଲରେ ଚାଷୀ କ୍ଷତି ସହୁଥିବା ବେଳେ ଗେଣ୍ଡୁଫୁଲ ଭଳି ଅର୍ଥକରି ଫସଲ କମ ଜମିରେ ଅଳ୍ପ ପରିଶ୍ରମରେ ଦେଉଛି ଅଧିକ ଲାଭ । ଫୁଲ ଚାଷ ପାଇଁ ଉତ୍କୃଷ୍ଟ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକ ମାଲଦା ଗ୍ରାମରେ ଏବେ ଦେଖିବାକୁ ମିଳୁଛି ଉଦ୍ୟାନ କୃଷିର ଏହି ନୂଆ ଅଭ୍ୟାସ । ଗାଁରେ ୧୦ ଜଣ ମହିଳାଙ୍କୁ ନେଇ ଗଠିତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ପ୍ରଥମ କରି ଗେଣ୍ଡୁ ଫୁଲ ଚାଷ କରି ସଫଳ ହୋଇଛନ୍ତି ।

ମାଲଦା ଗାଁରେ ଏବେ ଫୁଲ ଅମଳର ଋତୁ । ବିଗତ ତିନି ମାସ ହେଲା ଫୁଲ ଅମଳ ହେଉଥିବା ବେଳେ ଆଗାମୀ ଫେବୃୟାରୀ ମାସ ଯାଏଁ ଏଭଳି ଅମଳ ହେବ । ଗାଁରେ ସମୁଦାୟ ୩ ଏକର ଜମିରେ ଗେଣ୍ଡୁଫୁଲ ଚାଷ ହୋଇଥିବା ବେଳେ ମହିଳା ଦଳ ଏକାଠି ହୋଇ ୫୦ ସେଣ୍ଟ ଜମିରେ କରିଛନ୍ତି ଚାଷ । ବିଗତ ୩ ମାସ ମଧ୍ୟରେ ନବରଙ୍ଗପୁର ,ବୋରିଗାଁ ,ଜଗଦଲପୁର ଓ ଗାଁରେ ୪୦ କ୍ୟୁଣ୍ଟାଲ ଫୁଲ ବିକ୍ରି ହୋଇଥିବା ବେଳେ ଆଗକୁ ଆଉ ୩୦ କ୍ୟୁଣ୍ଟାଲ ଅମଳ ହେବାର ସମ୍ଭାବନା ରହିଛି । ଜୈବିକ ଉପାୟରେ ଚାଷ ହୋଇଥିବାରୁ ଫୁଲ ଗୁଡିକର ଆକାର ଓ ରଙ୍ଗ ବେଶ ଲୋଭନୀୟ ହୋଇଛି । ଏଭଳି ଚାଷ ପାଇଁ ମିଶନ ଶକ୍ତି ଓ ଓଡିଶା ଜୀବିକା ନିର୍ବାହ ପ୍ରକଳ୍ପର ସହଯୋଗ ରହିଥିବା କହିଛନ୍ତି ସ୍ୱରୋଜଗାରୀ

ଆନ୍ତର୍ଜାତୀୟ ଯୁବ ସମ୍ମିଳନୀ ପାଇଁ ଦୁବାଇ ଗଲେ ଓଡିଆ ଝିଅ ପଦ୍ମାଳୟା ନନ୍ଦ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.