• Sunday, September 22, 2024

ଅସହାୟ ଶିଶୁଙ୍କ ପାଇଁ ପାଲଟିଲେ ଦେବଦୁତ

Subhadra Live:NK-Keny-from-Nagaland-is-helping-homeless-children

ନାଗାଲାଣ୍ଡ ସୁମି ଜନଜାତିର ଯୁବତୀ ଏନ କେ କେନି ।  ସେ ଜନ୍ମରୁ ନିଜ ପିତାମାତାଙ୍କୁ ହରାଇଥିଲେ । ଜଣେ ସମ୍ପର୍କୀୟଙ୍କ ଘରେ ବିତିଥିଲା ତାଙ୍କର ଶୈଶବ ଆଉ ଯୌବନ । କ୍ଷେତରେ କାମ କରି ସେ ଯାହା ଉପାର୍ଜନ କରୁଥିଲେ ତାହା ସେ ନିଜ ପଢ଼ା ପାଇଁ ଖର୍ଚ୍ଚ କରୁଥିଲେ । ପିଲାବେଳୁ ପିତାମାତାଙ୍କୁ ହରାଇଥିବାରୁ ସେ କମ ବୟସରୁ ଶିଖିଯାଇଥିଲେ ଜୀବନ ସଂଘର୍ଷ । ପିଲାଟି ଦିନରୁ ନିଜ ଗୋଡ଼ରେ ନିଜେ ଠିଆ ହେବା ପାଇଁ ମୂଳରୁ ସେ ପ୍ରୟାସ କରିଥିଲେ । ଅଧିକ ପାଠ ପଢିଲେ ଜୀବିକା ପାଇହେବ ଏହି ବିଶ୍ୱାସ ତାଙ୍କର ଥିଲା । କୃଷି ଶ୍ରମିକ ଭାବେ କାମ କରିବା ସହିତ ସେ ନିୟମିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ପଢ଼ାରେ ମନ ଲଗାଇଥିଲେ । ପ୍ରାଥମିକ ଶିକ୍ଷା ଠାରୁ ଉଚ୍ଚ ଶିକ୍ଷା ଯାଏଁ ଭଲ ମାର୍କ ରଖି ପାସ ହେବା ସତ୍ୱେ ସେ ଚାକିରୀ ବଦଳରେ ସ୍ୱାବଲମ୍ବୀ ହେବା ଦିଗରେ ଶିଖିଲେ ଜୈବିକ କୃଷି ,ହସ୍ତଶିଳ୍ପ ,ଏବଂ ବ୍ୟବସାୟିକ କୌଶଳ । ତିନୋଟି ବିଷୟରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିବା ସହିତ ଧର୍ମଶାସ୍ତ୍ର ,କଳା,ଦର୍ଶନଶାସ୍ତ୍ରରେ ଡିଗ୍ରୀ କରିଥିଲେ କେନ । ୨୦୦୭ରେ ସେ ନିଜ ଶ୍ରମ ଜନିତ ଆୟରୁ ଏକ କୃଷି ଜମି କିଣିଲେ ଓ ତାହାକୁ ଘରବାରିରେ ରୂପାନ୍ତର କରି ଖୋଲିଲେ ଏକ ଅନାଥାଶ୍ରମ । ପ୍ରଥମେ ସେ ୫ଜଣ ଦେବ ଶିଶୁଙ୍କୁ କୋଳେଇ ନେଲେ । ପରେ ପରେ ଆଉ ୧୦ ଏବଂ ବର୍ଷେ ପରେ ସେ ନିଜ ସହିତ ୩୦ ଜଣ ଶିଶୁଙ୍କ ଲାଳନପାଳନର ଦାୟିତ୍ୱ ନେଲେ । ଏବେ ସେ ବେଶ ଖୁସି ଯେ କେତେକ ପିଲାଙ୍କୁ ସେ ବାପା ଓ ମାର ସ୍ନେହ ଦେଇପାରିଛନ୍ତି ।

 

ଅଧିକ ପଢନ୍ତୁ : ପକ୍ଷାଘାତ ସତ୍ୱେ ପାଲଟିଛନ୍ତି ପ୍ରେରଣାଦାତ୍ରୀ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.