• Sunday, September 22, 2024

ପକ୍ଷାଘାତ ସତ୍ୱେ ପାଲଟିଛନ୍ତି ପ୍ରେରଣାଦାତ୍ରୀ

Subhadra Live:Shikha-Devi-from-Assam-has-become-a-support-for-others-even-when-faced-with-adversity-and-personal-grief

 ବିପରୀତ ପରିସ୍ଥିତି ଏବଂ ବ୍ୟକ୍ତିଗତ ଦୁଃଖକୁ ସାମ୍ନା କରୁଥିବା ବେଳେ ବି ଅନ୍ୟପାଇଁ ସାହାରା ପାଲଟିଛନ୍ତି ଆସାମର ଶିଖା ଦେବୀ। ଆଦିବାସୀ ପରିବାରରୁ ଆସିଥିବା ଶିଖା ଚା ବଗିଚାରେ କାମ କରୁଥିବା  ଶ୍ରମିକଙ୍କ ପିଲା ମାନଙ୍କୁ ବିଗତ ୧୦ ବର୍ଷ ଧରି ମାଗଣାରେ ଟ୍ୟୁସନ କରି ହୃଦୟ ଜୟ କରିଛନ୍ତି । କେବଳ ଟ୍ୟୁସନ ନୁହଁ ସେ ଚା ବଗିଚାରେ କାମ କରୁଥିବା ଆଦିବାସୀ ମହିଳା ଓ କିଶୋରୀ ମାନଙ୍କ ମାସିକ ଋତୁଶ୍ରାବ ପରିଚାଳନା ବାବଦରେ ସଚେତନ କରୁଛନ୍ତି ।

ମହିଳା ଶ୍ରମିକ ମାନଙ୍କ ପାଇଁ ସେ ପାଲଟିଛନ୍ତି ତାରକା । ଯିଏକି ନିଜର ଶାରୀରିକ ସମସ୍ୟାକୁ ଖାତିର ନ କରି  ଅନ୍ୟକୁ ସହାୟତା କରିବାର ଏକ ଭଲ ଭାବନା ରଖିଛନ୍ତି ନିଜର ହୃଦୟରେ । ଚା ବଗିଚାରେ କାମ କରୁଥିବା ମହିଳା ଶ୍ରମିକ ମାନଙ୍କ ଆଙ୍ଗୁଳି ସିନା ଦାମୀ ଦାମୀ ଚା ପତି ତୋଳିପାରେ କିନ୍ତୁ ନିଜ ପାଇଁ ଖର୍ଚ୍ଚ କରିବାରେ ଏମାନେ ସବୁବେଳେ ପଛରେ । ଏପରିକି ମହିଳା ଶ୍ରମିକ ମାନେ ମାସିକ ଋତୁଶ୍ରାବ ସମୟରେ ସାନିଟାରୀ ପ୍ୟାଡ଼ ବ୍ୟବହାର ବଦଳରେ ପୁରୁଣା କପଡା ବ୍ୟବହାର କରିଥାନ୍ତି । କପଡା ଗୁଡିକୁ ଭଲରେ ସଫା କରିବା ଓ ଶୁଖାଇବା ଭଳି ଅଭ୍ୟାସ ଠାରୁ ସେମାନେ ବହୁ ଦୂରରେ ଥିବାରୁ ଶିଖା ଦେବୀ ସେମାନଙ୍କୁ ବୁଝାଇବାକୁ ଆରମ୍ଭ କଲେ । କିନ୍ତୁ ମିଳିଲାନି ଏଥିରୁ ସୁଫଳ । ସେ ଏଥିପାଇଁ ଏକ ମାଗଣା ଶିକ୍ଷାକେନ୍ଦ୍ର ଆରମ୍ଭ କଲେ । ନାଚ ଓ ଗୀତ ଜରିଆରେ ଶିକ୍ଷାଦାନ ମାଗଣାରେ ମିଳୁଥିବାରୁ ବଢ଼ିଲା ବିଦ୍ୟାର୍ଥୀଙ୍କ ସଂଖ୍ୟା । ପିଲାଙ୍କୁ ଶିକ୍ଷାକେନ୍ଦ୍ରରେ ଛାଡିବା ପାଇଁ ମା ମାନେ ଆସିଲେ । ସେମାନେ କ୍ରମଶଃ ଶିଖା ଦେବୀଙ୍କ ନିଜର ହେବାକୁ ଲାଗିଲେ । ମତ ବିନିମୟ ଭଲରେ ହେବା ପରେ ସେ ମାସିକ ଋତୁଶ୍ରାବ ସମୟରେ ପରିଷ୍କାର ନ ରହିଲେ କଣ ସବୁ ଶାରୀରିକ ଅସୁବିଧା ହେବ ସୂଚାଇଦେଲେ । କମ ଅର୍ଥ ବିନିମୟରେ କିଭଳି ଜଟିଳ ରୋଗରୁ ମୁକ୍ତି ମିଳିବ ଜାଣିବା ପରେ ମହିଳା ମାନେ ସାନିଟାରୀ ପ୍ୟାଡ଼ ପରିଧାନ କରିବା ଆରମ୍ଭ କଲେ । ପ୍ରାକୃତିକ ତନ୍ତୁ ରୁ ତିଆରି ଶସ୍ତା ସାନିଟାରୀ କପଡା ଧୋଇ ଶୁଖାଇ ପିନ୍ଧିବାର ଧାରା ବଢ଼ିଲା । ଶିଖାଙ୍କ ମାର୍ଗଦର୍ଶନ ଓ ଶିକ୍ଷା ବାସ୍ତବ ଜୀବନ ପାଇଁ ମୂଲ୍ୟବାନ ବୋଲି ବୁଝିଲେଣି ସ୍ଥାନୀୟ ଆଦିବାସୀ ।

ଅଧିକ ପଢନ୍ତୁ:୬୦୦ରୁ ୫୯୯ ମାର୍କ ରଖି ଉଦାହରଣ ରଚିଲେ ମନସ୍ଵି

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.