• Sunday, September 22, 2024

ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରୁ ଅନ୍ୟତମ ଭୁବନେଶ୍ୱରର ସୀମା ମଣ୍ଡଳ

Subhadra Live:Seema-Mandal-in-world-100-most-influential-women-list

ନାଁ ତାଙ୍କର ସୀମା । ଜନ୍ମ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ । ଅସୀମ ତାଙ୍କର ଆତ୍ମବିଶ୍ୱାସ । କେହି କେହି ତାଙ୍କୁ ଇସ୍ପାତ ଜଗତର ରାଣୀ ଭାବେ ସମ୍ବୋଧିତ କରିଥାନ୍ତି । ୨୦୨୩ ଫୋବର୍ସ ପତ୍ରିକା ତାଙ୍କୁ ବିଶ୍ୱର ଶହେ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ରଖିଛି । ଦେଶର ସବୁଠୁ ବଡ଼ ଷ୍ଟିଲ ଉଦ୍ୟୋଗ ସେଲର ଅଧ୍ୟକ୍ଷ ଦାୟିତ୍ୱ ନେଇ ସେ ନିଜ ପ୍ରତିଭା ଓ ଶକ୍ତିର ପରାକାଷ୍ଠା ପ୍ରଦାନ କରିଛନ୍ତି ।

ଭୁବନେଶ୍ବରର ଏକ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ । ବାପା ଡ. ହରି କୁମାର ଦାସଗୁପ୍ତା ଜଣେ କୃଷି ଅର୍ଥନୀତିଜ୍ଞ ହୋଇଥିବା ବେଳେ ମା’ ଅପର୍ଣ୍ଣା ଦାସଗୁପ୍ତା ଜଣେ ଗୃହିଣୀ । ଭୁବନେଶ୍ବରରେ ସ୍କୁଲଶିକ୍ଷା ପରେ ସୀମା ରାଉରକେଲା ରିଜିଓନାଲ ଇଂଜିନିୟରିଂ କଲେଜରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିଲେ । ପିତା ଚାହୁଁଥିଲେ ସେ ବଡ଼ ହୋଇ କୌଣସି ଏକ ସରକାରୀ ସଂସ୍ଥାରେ ନିର୍ଦେଶକ ଭାବେ କାମ କରନ୍ତୁ । କିନ୍ତୁ ସୀମା ନିଜକୁ ଇଞ୍ଜିନିୟରିଂରେ କ୍ୟାରିୟର କରିବାର ଲକ୍ଷ ରଖିଥିଲେ । ଇଂଜିନିୟରିଂରେ ସଫଳତାର ସହିତ ସ୍ନାତ୍ତକ ସମାପ୍ତ କରିବା ପରେ ସେ ସରକାରୀ କମ୍ପାନୀ ନାଲ୍‌କୋରୁ ବୃତ୍ତିଗତ ଜୀବନ ଆରମ୍ଭ କଲେ । ପରେ ସେଲ୍‌ ନିର୍ଦ୍ଦେଶିକା (କମର୍ସିଆଲ୍) ଓ ୨୦୨୧ରୁ ସେ କଂପାନିର ଅଧ୍ୟକ୍ଷା ଦାୟିତ୍ବ ଗ୍ରହଣ କରିଥିଲେ । ୨୦୦୫ ରେ ସ୍ବାମୀଙ୍କ ମୃତ୍ୟୁ ପରେ ସେ ନିଜର ତିନି ସନ୍ତାନଙ୍କ ପ୍ରତିପାଳନ ସହିତ ଷ୍ଟିଲ ପ୍ଲାଣ୍ଟର ନିର୍ଦେଶକ ଭଳି ଗୁରୁ ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନା କରି ବିଶ୍ୱର ଟପ ହଣ୍ଡ୍ରେଡ଼ ପାୱାରଫୁଲ ମହିଳାଙ୍କ ମଧ୍ୟରେ ନିଜ ସ୍ଥାନକୁ ପକ୍କା କରିନେଇଥିଲେ ।

ଅଧିକ ପଢ଼ନ୍ତୁ: ଗାଁରୁ ଗୁଗୁଲ :ବାର୍ଷିକ ୫୨ ଲକ୍ଷ ପ୍ୟାକେଜ ପାଇବେ ଆରାଧ୍ୟା

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.