• Monday, November 11, 2024

୬୦୦ରୁ ୫୯୯ ମାର୍କ ରଖି ଉଦାହରଣ ରଚିଲେ ମନସ୍ଵି

Subhadra Live:Naga-Sai-Manasvi-achieved-a-remarkable-feat-by-securing-an-astounding-599-marks-out-of-a-total-of-600

 ସଫଳତା ରାତାରାତି ମିଳିନଥାଏ । ଏଥିପାଇଁ ଫୋକସ ଓ ଦୃଢତାର ଆବଶ୍ୟକତା ରହିଛି । ପରୀକ୍ଷା ପାଇଁ ପ୍ରସ୍ତୁତି ହେବା ଏବଂ ଅଧିକ ମାର୍କ ରଖିବା ଜଣେ ଛାତ୍ର ପାଇଁ ଏକ ନିରବଛିନ୍ନ ପ୍ରକ୍ରିୟା । ମୋ ପାଇଁ ମୋ ହିରୋ ,ମାର୍ଗଦର୍ଶକ ଏବଂ ବନ୍ଧୁ ହେଉଛନ୍ତି ମୋର ପିତାମାତା । ଏଲୁରୁ ଜିଲ୍ଲାର ୧୫ ବର୍ଷୀୟା ଅକୁଲା ଭେଙ୍କଡ ନାଗା ସାଇ ମନସ୍ଵି ନିକଟରେ ଆନ୍ଧ୍ରପ୍ରଦେଶ ଏସ ଏସ ସି ପରୀକ୍ଷାରେ ମୋଟ ୬୦୦ ମାର୍କ ମଧ୍ୟରୁ ୫୯୯ ମାର୍କ ରଖି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ।

ଏଲୁରୁ ଜିଲ୍ଲାର ପୋଲିସ ଅଧିକ୍ଷକ ଡି ମେରୀ ପ୍ରଶାନ୍ତି ମନସ୍ଵି ଏବଂ ତାଙ୍କର ପିତାମାତା ନାଗା ଶୈଳଜା ଏବଂ ନାଗ ପ୍ରସାଦ ରାଓଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ସେ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ସର୍ବୋଚ୍ଚ ନମ୍ବର ରଖିବା ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧି । ଇଣ୍ଟରମିଡିଏଟ ପଢ଼ା ଶେଷ କରିବା ପରେ ମନସ୍ଵି ଆଇଆଇଟିରେ ପଢ଼ିବାର ଲକ୍ଷ ସ୍ଥିର କରିଥିଲେ । ଦିନକୁ ୮ ଘଣ୍ଟାରୁ ଅଧିକ ସମୟ ପଢି ସେ ଲକ୍ଷର ନିକଟତର ହୋଇଥିଲେ ।

ମନସ୍ୱୀଙ୍କ ପିତା ଜଣେ ସରକାରୀ ସ୍କୁଲ ଶିକ୍ଷକ । ନିୟମିତ ଚାକିରୀ ପାଇଁ ସେ ୨୫ ବର୍ଷ ଅପେକ୍ଷା କରିଥିଲେ । ପିତାଙ୍କ ସଂଘର୍ଷ ମନସ୍ୱୀଙ୍କ ପାଇଁ ପାଲଟିଥିଲା ଶିକ୍ଷା । ନିମ୍ନ ମଧ୍ୟବିତ ପରିବାରର ସ୍ବପ୍ନ କିଭଳି ସ୍ବପ୍ନ ହୋଇ ରହିଯାଏ ସେ ଶୁଣିଥିଲେ । କିନ୍ତୁ ସେ ନିଜ କ୍ଷେତ୍ରରେ ଏହି ଧାରାକୁ ବଦଳାଇବାର ଲକ୍ଷ ସ୍ଥିର କଲେ । ଭଲ ପଢିଲେ ଭଲ ଚାକିରୀ ମିଳିବ ଓ ଭଲ ଚାକିରୀ ମିଳିଲେ ସେ ନିଜର ସ୍ଥିତିକୁ ବଦଳାଇ ପାରିବେ ଭାବି ଆରମ୍ଭ କଲେ ସ୍ମାର୍ଟ ଭାବେ ପଢ଼ିବାର ଅଭ୍ୟାସ । ଏହାର ଫଳ ଏବେ ତାଙ୍କୁ ମିଳିଯାଇଛି । ପୁରା ରାଜ୍ୟରେ ସେ ପାଲଟିଛନ୍ତି ଉଦାହରଣ ।

 

ଭାରତୀୟ ସେନାକୁ ମିଳିଲା ପ୍ରଥମ ମହିଳା ଲେଫ୍ଟନେଣ୍ଟ ଡାକ୍ତର

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.