• Sunday, September 22, 2024

ପୁରୁଷଙ୍କୁ ବାଟକୁ ଆଣିବା ପାଈଁ ମହିଳା ମାନେ ପାଳନ୍ତି କଠିନ ବ୍ରତ

Subhadra Live:Women-In-Himachals-Pini-Village-Shed-Clothes-On-This-5-Day-Festival

 ହିମାଚଳ ପ୍ରଦେଶର ଏକ ଗାଁରେ ରହିଛି ଶହ ଶହ ବର୍ଷ ତଳର ନିଆରା ଏକ ପରମ୍ପରା। ଏକ ଏପରି ପରମ୍ପରା ଯାହା ପାଇଁ ସ୍ତ୍ରୀ ଲୋକମାନେ ପାଞ୍ଚଦିନ କୌଣସି ବସ୍ତ୍ର ପରିଧାନ କରନ୍ତି ନାହିଁ | ଶ୍ରାବଣ ମାସରେ ହିମାଚଳ ପ୍ରଦେଶରେ ଅନୁଷ୍ଠିତ ହୁଏ ଏପରି ଏକ ନିଆରା ପରମ୍ପରା ଯେଉଁଥିରେ ଘରର ମହିଳାଙ୍କୁ ବିନା ବସ୍ତ୍ରରେ ଘରେ ରହିବାକୁ ପଡିଥାଏ | ଏପରିକି ମହିଳାମାନେ ଅନ୍ୟ କେଉଁ ପୁରୁଷ ସାମ୍ନାକୁ ମଧ୍ୟ ଯାଇନଥାନ୍ତି | ହିଁ ସମୟରେ ନିଜ ଲଜ୍ଜା ନିବାରଣ ପାଇଁ ମହିଳାମାନେ ପଶମ ପଟ ବ୍ୟବହାର କରନ୍ତି |

ଏହି ନିଆରା ବ୍ରତ ପାଳୁଥିବା ଗାଁ ଟି ରହିଛି ହିମାଚଳ ପ୍ରଦେଶର ମନିକର୍ଣ୍ଣ ଘାଟିରେ। ଗାଁର ନାଁ ହେଉଛି ପିଣୀ । ଏହି ଗ୍ରାମରେ ଲାହୁ ଘୋଣ୍ଡ ଦେବତା ଭଦ୍ରାବ ମାସର ପ୍ରଥମ ଦିନରେ ଏକ ରାକ୍ଷସକୁ ପରାସ୍ତ କରିଥିବା ମୁହୂର୍ତ୍ତକୁ ସ୍ମରଣ କରିବା ପାଇଁ ଆୟୋଜିତ ହୋଇଥାଏ ଏହି ବ୍ରତ। ଏହି ରାକ୍ଷସ ମହିଳାଙ୍କ ଇଜ୍ଜତ ଉପରେ ଆକ୍ରମଣ କରି ସେମାନଙ୍କ ପୋଷାକ ଚିରି ଦେଇଥିବାର ବିଶ୍ୱାସ କରାଯାଏ ତେଣୁ ବୋଧ ହୁଏ ଏହି କାରଣରୁ ଏଇ ପାଞ୍ଚଦିନିଆ ଉତ୍ସବରେ ପିଣୀ ଗାଁର ମହିଳାମାନେ ପୋଷାକ ପିନ୍ଧନ୍ତି ନାହିଁ ।

ପରମ୍ପରା ଅନୁଯାୟୀ ମହିଳା ମାନେ ବର୍ଷକୁ ୫ ଦିନ ପରିବାରର ସୁଖ ଶାନ୍ତି ବିଶେଷ କରି ପୁରୁଷ ମାନଙ୍କ ଉନ୍ନତି ପାଈଁ ପାଳିଥାଆନ୍ତି ଏକ କଠିନ ବ୍ରତ। ବ୍ରତ ଅନୁଯାୟୀ ମହିଳା ମାନେ ଏହି ୫ଦିନ ପରିବାର ସହିତ ରହନ୍ତି। ପୁରୁଷ ମାନେ ମଦ କିମ୍ବା କୌଣସି ନିଶା ଦ୍ରବ୍ୟ ସେବନ କରନ୍ତି ନାହଁ। ଏପରିକି ନନ୍ ଭେଜ୍ ଖାଦ୍ୟ ମଧ୍ୟ ଗ୍ରହଣ କରିବା ମନା। ଗାଁ ବାହାରୁ ଅତିଥି ଗାଁ କୁ ଆସନ୍ତି ନାହିଁ କି ଅନ୍ୟ ପରିବାରରୁ କେହି ଆଉ କାହା ଘରକୁ ଯାଆନ୍ତି ନାହିଁ। ପରିବାର ସହିତ ସମ୍ପୂର୍ଣ୍ଣ ଭାବେ ସମୟ ଦେଇଥାନ୍ତି। ଆଉ ଏକ ଉଲ୍ଲେଖନୀୟ କଥା ଯେ ଏହି ସମୟରେ କୌଣସି ପୁରୁଷ ମହିଳା ମାନଙ୍କ ସହିତ ହିଂସା କରିପାରିବେ ନାହିଁ। ବ୍ରତ ସମୟରେ ଘରୋଇ ହିଂସା ହେଲେ ଦେବତାଙ୍କ କୋପ ଦୃଷ୍ଟି ପଡ଼ିଥାଏ। 

 

ବର୍ତମାନ ସମୟ ସହ ତାଳଦେଇ ମହିଳା ମାନେ ସମ୍ପୂର୍ଣ୍ଣ ନଗ୍ନ ହେବା ପରିବର୍ତେ ପତଳା କପଡା ପିନ୍ଧୁଥିବା ବେଳେ ବୟସ୍କା ମହିଳାମାନେ କିଛି କାଂଶରେ ଏହାକୁ ପାଳନ କରୁଛନ୍ତୁ |

 

ଅଧିକ ପଢନ୍ତୁ :କାର୍ଗିଲ ସ୍ମୃତିରେ ୧୬୦କିମି ଦୌଡ଼ିଲେ ମହିଳା

Author Image

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.