• Sunday, September 22, 2024

ଜୀବନ ସଂଘର୍ଷରେ ନାଗବାଲ

Subhadra Live:a-struggle-Life-of-nagball
କୋରାପୁଟ:14/06/2023:

ପରିଣତ ବୟସରେ ଜୀବନ ସଂଘର୍ଷ କରୁଛନ୍ତି ନାଗବାଲ ଦୁରୁଆ । ୭୦ ବର୍ଷ ବୟସରେ ତାଙ୍କର ନିଜ ପାଇଁ ଯେତିକି ଚିନ୍ତା ନାହିଁ ତା’ଠାରୁ ଅଧିକ ଚିନ୍ତା ନାତୁଣୀ ପାଇଁ । ଆଖି ରୋଗରେ ପୀଡିତ ନାତୁଣୀ ଗୁରୁବାରୀର ଆଖି ଭଲ କରିଦେବାକୁ ସେ  କରୁଛନ୍ତି ଠାକୁରଙ୍କ ନିକଟରେ ନିବେଦନ । କୋରାପୁଟ ଜିଲା କୁନ୍ଦୁରା ବ୍ଳକ କେରିମିଟି ପଞ୍ଚାୟତ କେନ୍ଦୁଗୁଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ନାଗବାଲଙ୍କ ନାତୁଣୀ ଗୁରୁବାରୀ ନିଜ ଆଖିର ଯନ୍ତ୍ରଣା ପାଇଁ ଅଧାରୁ ଛାଡିଥିଲେ ପାଠ । ନାତୁଣୀର ଚିକିତ୍ସା ପାଇଁ ବୃଦ୍ଧା ନାଗବାଲ ନାତୁଣୀକୁ ଧରି ଜୟପୁର,କୋରାପୁଟ ଏବଂ ବିଶାଖାପାଟଣା ଡାକ୍ତରଖାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କିଛି ସୁଫଳ ମିଳି ନ ଥିଲା । ଗୁରୁବାରୀଙ୍କୁ କଟକ ବଡଡାକ୍ତରଖାନା ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ କିନ୍ତୁ  ଅର୍ଥ ସାଜିଥିଲା ବାଧକ । ମୂଲ ମଜୁରୀ  କରି ପରିବାର ଚଳାଉଥିବା ପୁଅ ଧବୁଲୁଙ୍କ ମୃତ୍ୟୁ ପରେ ଗୁରୁବାରୀଙ୍କ ଦାୟିତ୍ୱ ପଡିଥିଲା ବୃଦ୍ଧା ନାଗବାଇଙ୍କ ଉପରେ । ନିଜ କୂଳ ରକ୍ଷା ଲାଗି ସେ ସେବେଠାରୁ ନାତୁଣୀ ଗୁରୁବାରୀର ନେଇଆସିଛନ୍ତି ଦାୟିତ୍ୱ । ବିଦ୍ୟାଳୟରେ ପାଠ ପଢୁଥିବା ବେଳେ ଗୁରୁବାରୀଙ୍କ ବାମ ଆଖିରେ ପ୍ରଥମେ ସମସ୍ୟା ଦେଖାଦେଲା । ତାଙ୍କୁ ଭଲ କରିବାକୁ ବୃଦ୍ଧା ନାଗବାଲ ମାଗିଯାଚି ନାତୁଣୀଙ୍କୁ ସାଥିରେ ନେଇ ମେଡିକାଲ ପରେ ମେଡିକାଲ ବୁଲିଲେ । କୋଉଠି ହେଲେ ବି ଭଲ ହେଲାନି ଗୁରୁବାରୀ । ଏବେ ସେ ଦୃଷ୍ଟିବାଧିତ ନାତୁଣୀକୁ ଧରି ଘାଣ୍ଟି ହେଉଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ  ନାହିଁ । ଘରଟିଏ ପାଇଁ ସରପଞ୍ଚଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କଲେଣି କିନ୍ତୁ  ସୁଫଳ ମିଳିନି ବୋଲି ସେ କହନ୍ତି । ସରକାରୀ ଭାବେ ତାଙ୍କୁ ମିଳୁଥିବା ମାସିକ ପାଞ୍ଚ କେଜି ଚାଉଳ ଏବେ ଜେଜେ ମା ଆଉ ନାତୁଣୀଙ୍କ ଭୋକ ମେଣ୍ଟାଈ ପାରୁନି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.