• Saturday, September 21, 2024

ଗ୍ରୀଷ୍ମର ଶ୍ରେଷ୍ଠ ଗନ୍ତବ୍ୟ ଭିମତାଲ

Subhadra Live:Bhimtal-a-major-tourist-attraction-in-Nainital-City

ଉତ୍ତରାଖଣ୍ଡ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଭୀମତାଲ ଅନନ୍ୟ । ସାରା ଦେଶ ଯେତେବେଳେ ପ୍ରଚଣ୍ଡ ଗରମରେ ସନ୍ତୁଳି ହେଉଥାଏ ସେତେବେଳେ ଭୀମତାଲ ହ୍ରଦରୁ ବରଫର ଧୂଁଆ ଦେଖିବାକୁ ମିଳେ । ଗୋଟିଏ ପଟେ ସବୁଜିମାମୟ ପାହାଡ଼ ଆଉ ଗୋଟେ ପଟେ ଘଂଚ ବନାନୀ । ମଝିରେ ନୀଲାଭ ପ୍ରାକୃତିକ ହ୍ରଦ । ସହର ଠାରୁ ଦୂର ଶାନ୍ତ ଶୀତଳ ପରିବେଶ ନିଦାଘର କ୍ଲାନ୍ତିକୁ ଦୂର କରିଥାଏ । ତେଣୁ ମାର୍ଚ୍ଚ ମାସ ଆରମ୍ଭରୁ ପର୍ଯ୍ୟଟକ ମାନେ ନୈନିତାଲ ଜିଲ୍ଲାର ଏହି ପର୍ଯ୍ୟଟନ ସ୍ଥଳ ନିକଟରେ ଭିଡ଼ ଜମାନ୍ତି ।

ସମୁଦ୍ରପତ୍ତନ ଠାରୁ ୧୩୭୦ ମିଟର ଦୂର ଓ ନୈନିତାଲ ସହର ଠାରୁ ୨୨ କିଲୋମିଟର ଦୂରରେ ଭୀମତାଲ ପ୍ରକୃତି ପ୍ରେମୀଙ୍କ ପାଇଁ ସର୍ବଦା ଏକ ଆକର୍ଷଣୀୟ ସ୍ଥାନ । କଥିତ ଅଛି ଯେ ପାଣ୍ଡଵ ମାନେ ବନବାସ ସମୟରେ ଏଠାରେ ଅବସ୍ଥାନ କରୁଥିଲେ । ଦିନେ ନିଦାଘ କାଳରେ  ଜଙ୍ଗଲ ଭିତରେ ବିଚରଣ କରୁଥିବା ବେଳେ ଦ୍ରୌପଦୀଙ୍କୁ ଶୋଷ ଲାଗିଲା । ଭୀମ ଦ୍ରୌପଦୀଙ୍କୁ ଜଳପାନ କରାଇବା ଉଦେଶ୍ୟରେ ଭୂମି ଉପରେ ଗଦାଘାତ କରିଥିଲେ । ଭୀମଙ୍କ ଗଦାର  ପାହାରରେ ସୃଷ୍ଟି ହୋଇଥିଲା ବିଶାଳ ଏକ ହ୍ରଦ । ଏହି ହ୍ରଦର ନାଁ ଭୀମଙ୍କ ନାଁ ଅନୁସାରେ ହେଲା ଭୀମତାଲ ।

ମାର୍ଚ୍ଚ ଠାରୁ ଜୁନ ଏବଂ ସେପ୍ଟେମ୍ବର ଠାରୁ ଡିସେମ୍ବର ହେଉଛି ଭିମତାଲ ଆସିବାର ପ୍ରକୃଷ୍ଟ ସମୟ । ଏହାର ଅନତି ଦୂରରେ ରହିଛି କୋରକଟକ ନାମରେ ଏକ ସୁନ୍ଦର ପାହାଡ଼ । ପାହାଡ଼ ନିକଟରେ ନିର୍ମିତ ହୋଇଛି ଏକ ନାଗ ମନ୍ଦିର । ସର୍ପ ଦେବତାଙ୍କୁ ପୂଜା ପାଇଁ ରୁଷି ପଞ୍ଚମୀରେ ଏଠାରେ ଭିଡ଼ ଜମେ । ପର୍ଯ୍ୟଟକ ମାନେ ନାଗମନ୍ଦିର ,ଭୀମତାଲ ହ୍ରଦ ,ନିକଟରେ ଥିବା ପ୍ରସିଦ୍ଧ ଆକ୍ବାରିୟମର ମଜା ନେଇପାରିବେ । ହ୍ରଦରେ ବୋଟିଂ ସୁବିଧା ସହିତ ଶୀତଳ ପବନ  ନିଦାଘରେ  ନୂଆ ଅନୁଭବ ହୋଇ ରହିବ ।

 

 

ବୁଲି ଆସନ୍ତୁ ମଣିନାଗ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.