• Wednesday, January 22, 2025

କୋରାପୁଟ ପର୍ଯ୍ୟଟନର ଆଉ ଏକ ବିଭବ ମାଲିଗୁଡା ଟନେଲ

Subhadra Live:Maliguda-Tunnel-India-4th-highest-broad-gauge-railway-tunnel

 ମେଘକୁ ଛୁଇଁଥିବା ଦେଓମାଳୀ ଗିରିଶୃଙ୍ଗ କୋରାପୁଟ ପର୍ଯ୍ୟଟନକୁ ଗୌରବ ମଣ୍ଡନ କରିଛି । ଜଲାପୁଟ ଓ  ରାଣୀ ଡୁଡୁମାର  ଜଳଭଣ୍ଡାର ,ଘଂଚ ଜଙ୍ଗଲ ଓ ନଦୀଶଯ୍ୟା ନିକଟରେ ଅବସ୍ଥାପିତ ଗୁପ୍ତେଶ୍ୱର ମହାଦେବଙ୍କ ଗୁମ୍ଫା ମନ୍ଦିର ,କୋଲାବର ନୀଲାଭ ଜଳରାଶି ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅନନ୍ୟ ଆକର୍ଷଣ । କୋରାପୁଟ ପର୍ଯ୍ୟଟନରେ ଆଉ ଏକ ଅତ୍ୟନ୍ତ ସୁନ୍ଦର ସ୍ଥାନ ହେଉଛି ମାଲିଗୁଡା ଟନେଲ । ଛତିଶଗଡ଼ ବସ୍ତର ସହିତ ବିଶାଖାପାଟଣା ବନ୍ଦର ମଧ୍ୟରେ  ଖଣିଜ ଦ୍ରବ୍ୟର  ପରିବହନ ପାଇଁ ୧୯୬୦ ମସିହାରେ ତିଆରି ହୋଇଥିଲା ଏ ଟନେଲ । ପାହାଡ଼ର ଛାତି ଉପରେ ଟ୍ରେନର ଆଗକୁ ବଢିବା ଦୃଶ୍ୟ ଯେତିକି ମନୋରମ ,ପାହାଡର ଛାତି ଚିରି ଅନ୍ଧାର ମାର୍ଗରେ ଟନେଲ ଅତିକ୍ରମ କରି ଟ୍ରେନର ସର୍ପିଳ ଗତି ରୋମାଞ୍ଚକର ଅନୁଭୂତି ଦେଇଥାଏ । ଇଂଜିନିୟରିଂର ଆଶ୍ଚର୍ଯ୍ୟ ଭାସ୍କର୍ଯ୍ୟ ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆନମନା କରିଥାଏ । କୋରାପୁଟ ରେଳ ଷ୍ଟେସନରୁ ମାଲିଗୁଡା ଟନେଲ ଦେଇ ଟ୍ରେନରେ କିରଣ୍ଡୁଲ ଯାତ୍ରା ରୋମାଞ୍ଚକର ଅନୁଭବ ଦେଇଥାଏ । ଡିସେମ୍ବର ଠାରୁ ମାର୍ଚ୍ଚ ଯାଏଁ କୋରାପୁଟ ର ପ୍ରକୃତିକୁ ଉପଭୋଗ କରିହେବ  ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.