• Saturday, September 21, 2024

ଅନନ୍ୟ ପର୍ଯ୍ୟଟନସ୍ଥଳ : ଗଜପତିର ଗଣ୍ଡାହାତୀ ଜଳପ୍ରପାତ

Subhadra Live:Gandahati-Water-Reservoir-Unique-Tourist-Spot-in-Gajapati

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗଜପତିର ଗଣ୍ଡାହାତୀ ଜଳପ୍ରପାତ । ଏହା ରହିଛି ଓଡ଼ିଶାର ଗଜପତି ଜିଲ୍ଲାରେ । ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଗଜପତିର ରହିଛି ସ୍ୱତନ୍ତ୍ର ପରିଚିତି । ଯେଉଁଠି ରହିଛି ସୁନ୍ଦର ସବୁଜିମାଭରା ପାହାଡ଼ ,ଜଳପ୍ରପାତ ଓ ଆଦିମ ଜନଜାତିଙ୍କ ବସତି ସାଙ୍ଗକୁ ତିବ୍ଦତୀୟ ଜନବସତି । ଏଠାରେ ପ୍ରକୃତି ଅଜାଡି ଦେଇଛି ତାର ସବୁ ସୁନ୍ଦରତା । ଏହି ଜିଲ୍ଲାର ସୁନ୍ଦର ପର୍ଯ୍ୟଟନ ସ୍ଥଳରୁ ଅନନ୍ୟ ହେଉଛି ଗଣ୍ଡାହାତି ଜଳପ୍ରପାତ । ଜିଲ୍ଳା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ପ୍ରାୟ ୨୮କିମି ଦୂରତାରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀ ଅତ୍ୟନ୍ତ ଆକର୍ଷଣୀୟ ।

ଶୀତ ଋତୁରେ ଅଧିକ ସଂଖ୍ୟକ  ପର୍ଯ୍ୟଟକଙ୍କୁ ଏଠାରେ ଦେଖିବାକୁ ମିଳୁଥିବା ବେଳେ ବର୍ଷ ସାରା ପର୍ଯ୍ୟଟକ ଏଠାକୁ ଆସିଥାନ୍ତି  । ଜଳପ୍ରପାତର କୁଳୁକୁଳୁ ନିନାଦ ମନପ୍ରାଣକୁ ଆନ୍ଦୋଳିତ ଓ ପୁଲକିତ କରୁଥିବା ବେଳେ ଶାନ୍ତ ଶୀତଳ ବନଭୂଇଁ ସହର କୋଳାହଳର ଚାପକୁ ପ୍ରଶମିତ କରିଥାଏ । ଘଞ୍ଚ ବନାନୀ ପରିବେଷ୍ଟିତ ଶୀତଳ ପରିବେଶ ପାଇଁ  ଦୂର ଦୁରାନ୍ତର ଲୋକେ ଏଠାକୁ ବଣଭୋଜି ପାଇଁ ଆସିଥାନ୍ତି । ଗଜପତି ଜିଲ୍ଲାରେ ରହିଛି ଜିରାଙ୍ଗ ଓ ଖସଡ଼ା ଭଳି ପର୍ଯ୍ୟଟନ ସ୍ଥଳ । ଏସବୁ ପର୍ଯ୍ୟଟନ ସ୍ଥଳୀକୁ ବିକଶିତ କରାଗଲେ ଆନ୍ତଃରାଜ୍ୟ ପର୍ଯ୍ୟଟକଙ୍କ ବହୁଳ ସମାଗମ ହୋଇପାରନ୍ତା । କିନ୍ତୁ ସେ ଦିଗରେ ବିଶେଷ ଧ୍ୟାନ ଦିଆଯାଇନଥିବାରୁ ଗଜପତି ଜିଲ୍ଲାର ପର୍ଯ୍ୟଟନସ୍ଥଳ ଗୁଡିକରେ ଅଧିକ ଭିତ୍ତିଭୂମିର ବିକାଶ କରାଯାଇପାରିନାହିଁ । ଗଣ୍ଡାହାତୀ ଜଳପ୍ରପାତ ବାବଦରେ ବିଶେଷ ପ୍ରଚାର ପ୍ରସାର ନଥିବା ବେଳେ ପିକନିକ ଋତୁରେ ସଫା ସୁତୁରା ଓ ସୁରକ୍ଷା ଦିଗରେ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି ।

ଅଧିକ ପଢ଼ନ୍ତୁ : ଗୁଦଗୁଦା :ଯେଉଁଠି ପ୍ରକୃତି ଗଦେଇ ଦେଇଛି ସବୁ ସୁଷମା

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.