• Saturday, September 21, 2024

ପର୍ଯ୍ୟଟକଙ୍କ ଲକ୍ଷ୍ୟରେ ଲାକ୍ଷାଦ୍ଵୀପ

Subhadra Live:Lakshadweep-attracts-tourists

ପର୍ଯ୍ୟଟନ ପାଇଁ ଲାକ୍ଷାଦ୍ଵୀପ ରହିଛି ଅନ୍ୟତମ ଗନ୍ତବ୍ୟ ସ୍ଥାନ । ଫେବୃଆରୀ ଠାରୁ ମାର୍ଚ୍ଚ ଯାଏଁ ଦୈନିକ ଶତାଧିକ ପର୍ଯ୍ୟଟକ କୋଚି ଠାରୁ ଜଳ ପଥରେ ଲାକ୍ଷାଦ୍ଵୀପ ଯାଇଥାନ୍ତି । ସମୁଦ୍ର କୋରାଲରୁ ଉତ୍ପତ୍ତି ଲାକ୍ଷାଦ୍ଵୀପ ଏକ ସମ୍ବେଦନଶୀଲ ଅଂଚଳ ହୋଇଥିଲେ ହେଁ ଭରପୁର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହା ପର୍ଯ୍ୟଟକଙ୍କ ପ୍ରିୟ ସ୍ଥାନ ପାଲଟିଛି । କେରଳର କୋଚିରୁ ଲାକ୍ଷାଦ୍ଵୀପ ଅଭିମୁଖେ ୭ଟି ଯାତ୍ରୀବାହୀ ଜଳ ଜାହାଜ ଯାତାୟାତ କରିଥାଏ । ଏଥିରେ ଏସି ଫାଷ୍ଟ କ୍ଳାସ ,ଏସି ସେକେଣ୍ଡ କ୍ଳାସ ,କେବିନ ସୁବିଧା ସହିତ ସାଧାରଣ ବର୍ଥ ଉପଲବ୍ଧ ରହିଛି । କୋଚିରୁ ଲାକ୍ଷାଦ୍ଵୀପ ପାଇଁ ଏକ ନିର୍ଦ୍ଧିଷ୍ଟ ଜାହାଜରେ ସମୁଦ୍ରମ ନାମରେ ଏକ ପ୍ୟାକେଜ ଟୁର ସୁବିଧା ରହିଛି । ଏମ ଭି କବରତି ନାମକ ଏହି ଜାହାଜ  ୫ଦିନ ୪ ରାତିର ଯାତ୍ରା ବାବଦକୁ ଖାଦ୍ୟପେୟ ସହିତ ଜଣଙ୍କ ପ୍ରତି ୩୭୦୦୦ ଟଙ୍କା ଭଡା ନେଇଥାଏ । ପ୍ୟାକେଜରେ ଅନ୍ତର୍ଭୁକ୍ତ ହୋଇନଥିଲେ ଜାହାଜ ଭଡା ବାବଦକୁ ୫୦୦୦ ରୁ ୭୦୦୦ ଯାଏଁ ଦେବାକୁ ହୋଇଥାଏ ।

ଲାକ୍ଷାଦ୍ଵୀପରେ ରହିଛି ସମୁଦାୟ ୩୬ ଦୀପ । ଏଥିରୁ ୧୦ଟି ଦୀପରେ ଲୋକେ ବସବାସ କରିଥାନ୍ତି । ମିନିକାୟ ଓ ,କାବରତି ରେ ପର୍ଯ୍ୟଟକ ସ୍ଥାନୀୟ ଖାଦ୍ୟ ସାଙ୍ଗକୁ ଜଳକ୍ରୀଡାର ମଜା ନେଇଥାନ୍ତି । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଏହାର ଆକର୍ଷଣୀୟ ଦୃଶ୍ୟ ପର୍ଯ୍ୟଟକଙ୍କ କ୍ଳାନ୍ତି ହରଣ କରିଥାଏ । ମାଳଦୀପ ସହିତ ଆମ ଦେଶର ସମ୍ପର୍କରେ ଭଟ୍ଟା ଆସିବା ପରେ ଏବେ ଦେଶୀୟ ପର୍ଯ୍ୟଟକ ମାନେ ମାଳଦୀପ ବଦଳରେ ଲାକ୍ଷାଦ୍ଵୀପ ଆଡ଼କୁ ମୁହାଁଇଛନ୍ତି ।

ଲାକ୍ଷାଦ୍ଵୀପରେ ରହିଛି ପ୍ରକୃତିର ଚମତ୍କାରୀ ସ୍ପର୍ଶ । ନୀଳସମୁଦ୍ର ,ସବୁଜିମା ଭରା ନଡ଼ିଆ ବଗିଚା ଆଉ ଜଳ କ୍ରୀଡା ପାଇଁ ଏହି ସ୍ଥାନର ରହିଛି ସ୍ୱତନ୍ତ୍ର ଚାହିଦା । କୋଚିରୁ ବିମାନରେ ଲାକ୍ଷାଦ୍ଵୀପ ଯିବା ପାଇଁ ରହିଛି ସୁବିଧା । କମ ବଜେଟ ରେ ୮/୧୦ ଘଣ୍ଟା ଜଳଯାତ୍ରା କରି ପହଂଚି ହୋଇଥାଏ ଲାକ୍ଷାଦୀପ ।

ଅଧିକ ପଢ଼ନ୍ତୁ : ଅନନ୍ୟ ପର୍ଯ୍ୟଟନସ୍ଥଳ : ଗଜପତିର ଗଣ୍ଡାହାତୀ ଜଳପ୍ରପାତ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.