• Thursday, February 6, 2025

ପ୍ରକୃତି ଓ ପରିବେଶ ଅନୁକୂଳ ବିବାହ ପାଇଁ ନିଆରା ଷ୍ଟାର୍ଟଅପ

Subhadra Live:Meet-the-couple-who-plan-eco-friendly-weddings-for-sustainable-future

ମହାରାଷ୍ଟ୍ର ପୁନେର ଏକ ଦମ୍ପତ୍ତି ଏବେ ଚର୍ଚ୍ଚାରେ । ପରିବେଶ ଅନୁକୂଳ ବିବାହ ଆୟୋଜନ ପାଇଁ ସେମାନେ ଯେଉଁ ଷ୍ଟାର୍ଟଅପ ଆରମ୍ଭ କରିଛନ୍ତି ସହରରେ ତାକୁ ନେଇ ବିଭିନ୍ନ ବର୍ଗଙ୍କ ଲୋକଙ୍କ ମଧ୍ୟରେ ଏବେ ଦେଖିବାକୁ ମିଳିଛି ଉତ୍ସାହ । ନିଆରା ଢଙ୍ଗରେ ବିବାହ ନୀତି ସମ୍ପନ୍ନ ହେଉଥିବାରୁ ଆର୍ଥିକ ସ୍ୱଚ୍ଛଳ ବର୍ଗଙ୍କ ଏହି ବିବାହ ଉପରେ ପସନ୍ଦ ହେଉଥିବା ବେଳେ କମ ଖର୍ଚ୍ଚରେ ବିବାହ ଉତ୍ସବ ସମ୍ପାଦିତ ହେଉଥିବାରୁ ମଧ୍ୟମବର୍ଗର ଲୋକେ ମଧ୍ୟ ଏହାକୁ କରୁଛନ୍ତି ପସନ୍ଦ ।ସବୁଠୁ ବଡ଼ କଥା ହେଲା ଏହି ବିବାହରେ କରାଯାଉଥିବା ସାଜସଜ୍ଜା ,ଭୋଜିଭାତ ଓ ବ୍ୟବହୃତ ସାମଗ୍ରୀ ପରିବେଶ ଅନୁକୂଳ ଓ ଜିରୋ ୱେଷ୍ଟ ବିଚାରର ପକ୍ଷଭୁକ୍ତ ହୋଇଥିବାରୁ ସହରରେ ସଭିଏଁ ଏଭଳି ଢଙ୍ଗରେ ବିବାହ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

ବିବାହ କହିଲେ ଧୁମ ଧଡାସ ,ମନଇଛା ଆତସବାଜି ,ଆଡ଼ମ୍ବରପୂର୍ଣ୍ଣ ସାଜସଜ୍ଜା ,ଏବଂ ଖାଦ୍ୟପେୟ ଷ୍ଟଲର ଲମ୍ବା ଲାଇନ । କେବଳ ଏତିକି ନୁହଁ ଦୂର ଦୂର ଯାଏ ଶୁଭିଲା ଭଳି କାନଫଟା ଡିଜେର ଶବ୍ଦ ଓ ଡିଜେଲ ଲଗଜରୀ ଗାଡିର ଲମ୍ବା ଧାଡିକୁ ସଭିଏଁ ପସନ୍ଦ କରନ୍ତି । କିନ୍ତୁ ଏଥିରେ ହେଉଥିବା ପରିବେଶ କ୍ଷତିକୁ ଖୁବ କମ ଲୋକ ଚିନ୍ତା କରନ୍ତି । ଏଭଳି ଗତିବିଧି ପରିବେଶ ପାଇଁ କିଭଳି କ୍ଷତି ତାହା ଚିନ୍ତା କରି ବିକଳ୍ପ ସହିତ ବିବାହ ବଜାରକୁ ଆସିଛନ୍ତି ପୁନେର ଏହି ଦମ୍ପତ୍ତି ନୁପୁର ଅଗ୍ରୱାଲ ଓ ଅଶ୍ୱିନୀ ମଲବାଡେ । ଅଶ୍ୱିନୀ ମାରଚେଣ୍ଟ ନେଭିର ଚିଫ ଅଫିସର ଥିବା ବେଳେ ନୁପୁର ମାର୍କେଟିଙ୍ଗ ପେଷାଦାର ଥିଲେ । ଉଭୟେ ସହରର ଏକ ପରିମଳ କାର୍ଯ୍ୟକ୍ରମରେ ଭେଟିଥିଲେ ଓ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ । ପରେ ପରେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେବାର ନେଇଥିଲେ ନିଷ୍ପତ୍ତି । ଉଭୟଙ୍କ ନିଷ୍ପତ୍ତି ଅନୁଯାୟୀ କମ ଖର୍ଚ୍ଚରେ ପରିବେଶ ଅନୁକୂଳ ବିବାହ ପାଇଁ ଉଭୟେ ସମ୍ମତି ହୋଇଥିଲେ । ଡିଜେଲ ଗାଡି ବଦଳରେ ଇଭିରେ ଆସିଥିଲେ ବରଯାତ୍ରୀ ।

ଆବଶ୍ୟକତା ଅନୁଯାୟୀ ଖାଦ୍ୟ ପ୍ରସ୍ତୁତ ସହିତ ପରଶା ଯାଇଥିଲା । ବାଣ,ବାଜା ଓ ବ୍ୟଞ୍ଜନରେ ରହିଥିଲା ଶାଳୀନତା ଓ ସୁରୁଚି । ମାଙ୍କ ଶାଢ଼ିରୁ ତିଆରି ସ୍ୱତନ୍ତ୍ର ଲେହେଙ୍ଗାରେ ମଣ୍ଡପକୁ ଆସିଥିଲେ ନୁପୁର । ଅତିଥି ମାନେ ଏସବୁ ଦେଖି ପ୍ରସଂଶା କରିଥିଲେ । ସେଦିନ ଠାରୁ ଉଭୟେ ଏଭଳି ବିବାହ ଆୟୋଜିତ ପାଇଁ ଗ୍ରୀନ ମାଇନା ନାଁରେ ଆରମ୍ଭ କଲେ ଷ୍ଟାର୍ଟଅପ । ୨୦୨୦ ରୁ ଏହି ଷ୍ଟାର୍ଟଅପ ଅଦ୍ୟାବଧି ୫୦୦ ସୁନ୍ଦର ଓ ରୁଚିପୂର୍ଣ୍ଣ ପରିବେଶ ଅନୁକୂଳ ବିବାହ କରି ସାଉଁଟିଚି ପ୍ରସଂଶା ।

ପର୍ଯ୍ୟଟକଙ୍କ ଲକ୍ଷ୍ୟରେ ଲାକ୍ଷାଦ୍ଵୀପ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.