• Saturday, September 21, 2024

ଏହି ଦେଶରେ ଗାଡ଼ି ଭଡ଼ା ମାଗଣା

Subhadra Live:Public-Transport---buses-trains-and-the-tram---have-been-free-of-charge-throughout-Luxembourg

 ଗାଡି ଭଡାକୁ ନେଇ ବିଶ୍ବର ଅନେକ ଦେଶରେ ଜନ ଅସନ୍ତୋଷ ଦେଖିବାକୁ ମିଳୁଥିବା ବେଳେ ଏମିତି ଏକ ଦେଶ ରହିଛି ଯେଉଁଠି ଯାତ୍ରୀ ମାନଙ୍କୁ ବିନା ଭଡ଼ାରେ ମନ ଇଚ୍ଛା ବୁଲିବାର ସୁଯୋଗ ଦିଆଯାଇଛି । ତେବେ ଦିନେ କି ଦୁଇଦିନ ନୁହଁ କି କେବଳ ମହିଳାଙ୍କ ପାଈଁ ନୁହଁ । ଦେଶରେ ଥିବା ସବୁ ଲୋକଙ୍କ ପାଇଁ ଗାଡ଼ି ଭଡ଼ା କରାଯାଇଛି ସମ୍ପୂର୍ଣ ମାଗଣା । ବିଶ୍ବର ଏକମାତ୍ର ଦେଶ ଭାବେ ଏଭଳି ସେବା ଯୋଗାଇ ଦେଇ ଚର୍ଚ୍ଚାକୁ ଆସିଛି ଲକ୍ସମବର୍ଗ। ଏହି ଦେଶରେ ଆପଣ ଯୁଆଡ଼େ ଯିବେ ମାଗଣାରେ ଯିବେ । ଟ୍ରେନ୍, ବସ, ଟ୍ରାମ ସବୁଥିରେ ମାଗଣା । 

ଗାଡ଼ି ଗୁଡ଼ିକ ଦଦରା ନୁହଁ, ପରିଚ୍ଛନ୍ନ ଓ ଚକାଚକ୍। ଦୃତ, ପରିଷ୍କାର ଓ ଠିକ୍ ସମୟରେ ଯାତାୟାତ ଏହି ଦେଶର ପବ୍ଲିକ ଟ୍ରାନ୍ସପୋର୍ଟର ନିୟମ। ବାହାର ପର୍ଯ୍ୟଟକ  ନିଜର ଆଇ କାର୍ଡ ଦେଖାଇ ନେଇ ପାରୁଛନ୍ତି ମାଗଣା ଭ୍ରମଣର ମଜା। ୨୯ ଫେବୃୟାରୀ ୨୦୨୦ ପରଠାରୁ ଏହି ଦେଶ ମାଗଣାରେ ଯାତ୍ରା କରିବାର ସୁବିଧା ଦେଇ ଶିରୋନାମା ପାଲଟିଛି।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.