• Saturday, September 21, 2024

ଦେଶରେ ବଢୁଛି ଆଧ୍ୟାତ୍ମିକ ପର୍ଯ୍ୟଟନ

Subhadra Live:Spiritual-Tourism-Rising-in-India

ପର୍ଯ୍ୟଟକଙ୍କ ପ୍ରିୟ ପାଲଟିଛି ପୁରୀ ,ଅଯୋଧ୍ୟା ଓ କାଶୀ । ମାନସିକ ଶାନ୍ତି ପାଇଁ ମନ୍ଦିର ଭ୍ରମଣ ପାଲଟିଛି ବହୁ ଲୋକଙ୍କ ପସନ୍ଦ । ଭାରତର ମନ୍ଦିର ଗୁଡିକରେ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବଢିଛି । ସୋସିଆଲ ମିଡ଼ିଆର ବ୍ୟାପକ ବ୍ୟବହାର ଓ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି କାରଣରୁ ଭାରତରେ ବଢିଛି ଆଧ୍ୟାତ୍ମିକ ପର୍ଯ୍ୟଟନ । ପୁରୀ ରଥଯାତ୍ରାରେ ବିଶ୍ୱ ଦେଖିଛି ବଡ଼ ଦାଣ୍ଡରେ ଜନସମୁଦ୍ର । ଦେଶର ପ୍ରମୁଖ ୫ ଟି ସହର ଆଜମେର ,ବାରଣାସୀ ,ଅମୃତସର ,ପୁରୀ ଏବଂ ଅଯୋଧ୍ୟାରେ ଦୈନିକ ଲାଗିଛି ପର୍ଯ୍ୟଟକଙ୍କ ଗହଳି । ଆନ୍ଧ୍ରର ତିରୁପତି ମନ୍ଦିର ବର୍ଷ ପରେ ବର୍ଷ ଧରି ପାଲଟିଛି ବିଶ୍ୱସନୀୟ ଧାର୍ମିକ ପୀଠ । ନାଇଟ ଲାଇଫ ଓ କ୍ୟାସିନୋ କଲଚର ଭିତରେ ବି ଆମର ମନ୍ଦିର ପର୍ଯ୍ୟଟନ କୋଟି ହୃଦୟର ସ୍ପନ୍ଦନ ସାଜିଛି ।

ଅନେକ ପର୍ଯ୍ୟଟକଙ୍କ ପାଇଁ ଶକ୍ତି ଓ ଶାନ୍ତିର ଉତ୍ସ ପାଲଟିଛି ମନ୍ଦିର । କ୍ୟାରିୟର ଓ ପାଠର ଚାପ ସହିତ ବେରୋଜଗାର ଚିନ୍ତାରେ ଘାରି ହେଉଥିବା ମଣିଷ ପାଇଁ ପ୍ରକୃତ ଶାନ୍ତି ମନ୍ଦିର ଦେଉଥିବାରୁ ଅମୃତସର ,ଆଜମେର ,ବାରଣାସୀ, ଅଯୋଧ୍ୟା ,ତିରୁପତି ଓ ମହାକାଳ ମନ୍ଦିର ଭଳି ଆଧ୍ୟତ୍ମିକ ପୀଠ ଗୁଡିକ ପ୍ରମୁଖ ଆକର୍ଷଣ ପାଲଟିଛି । ଉତ୍ତରପ୍ରଦେଶର ଧାର୍ମିକ ସହର କାଶୀରେ ରହୁଥିବା ଶୁଭମ ଦ୍ୱିବେଦୀ କହନ୍ତି ମୁଁ ମାନସିକ ଶାନ୍ତି ପାଇଁ ସପ୍ତାହକୁ ଦୁଇଥର ମନ୍ଦିରକୁ ଆସିଥାଏ । ପାର୍ଟି ,କ୍ଳବ ,ଫଙ୍କସନ ଜମାନାରେ ଆଧ୍ୟାତ୍ମିକ କେନ୍ଦ୍ର ଗୁଡିକ ମଧ୍ୟ ଆକର୍ଷଣର ପ୍ରମୁଖ ସ୍ଥଳ ହୋଇଛି । ବାର୍ଷିକ ୧୬ .୨ ପ୍ରତିଶତ ହାରରେ ଘରୋଇ ପର୍ଯ୍ୟଟକ ଆଧ୍ୟାତ୍ମିକ ପର୍ଯ୍ୟଟନରେ ଯାଉଛନ୍ତି ।

 

ଅଧିକ ପଢନ୍ତୁ : ଅନନ୍ୟ ପର୍ଯ୍ୟଟନସ୍ଥଳ : ଗଜପତିର ଗଣ୍ଡାହାତୀ ଜଳପ୍ରପାତ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.