• Wednesday, January 22, 2025

କୃଷ୍ନାଙ୍କୁ ସ୍ୱାବଲମ୍ବୀ କରିଛି ପିଜୁଳି ଚାଷ

Subhadra Live:Guava-farming-has-made-Krishna-self-reliant

 ନୂଆ ପଦ୍ଧତିରେ ଭଲ ପ୍ରଜାତିର ହୋଇଛି ପିଜୁଳି ଚାଷ । ଆବଶ୍ୟକୀୟ ଦେଖାରଖା ଓ ଯତ୍ନ କରାଯାଉଥିବାରୁ ଗଛ ଗୁଡିକ ବେଶ ଭଲ ବଢିଛି  । ରୋପଣର ଦୁଇବର୍ଷ ମଧ୍ୟରେ ଦୁଇଥର ଅମଳ କରାଯିବା ସହିତ  ଲାଗିଥିବା ୧୬୦୦ ଗଛରୁ ଦୈନିକ ୩ରୁ ୪ କ୍ୟୁଣ୍ଟାଲ ପିଜୁଳି ଅମଳ କରୁଛନ୍ତି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ପାରିମୁଣ୍ଡା ନିଁକ୍ତିମାଲ ଗାଁର ପରିବା ଚାଷୀ ସୌଭାଗ୍ୟ ନାୟକ ଓ ତାଙ୍କ ପତ୍ନୀ କୃଷ୍ନା ନାୟକ । ସୌଭାଗ୍ୟ ପୂର୍ବରୁ ଧାନ ଓ ପରିବା ଚାଷ କରୁଥିଲେ । ପତ୍ନୀଙ୍କ ପ୍ରେରଣାରେ ଉଦ୍ୟାନ କୃଷିରେ  ମନୋନିବେଶ କଲେ । ସୌଭାଗ୍ୟ ଓ ତାଙ୍କ ପତ୍ନୀଙ୍କ ମିଳିତ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ଅତି କମ ସମୟରେ ସେମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା  ପିଜୁଳି ଫାର୍ମ ଉଦାହରଣ ପାଲଟିଛି । ନିଜର ୩ ଏକର ଜମିରେ ଏହି ଦମ୍ପତ୍ତି ଲଗାଇଛନ୍ତି ଥାଇ ସେଭେନ ଓ ରେଡ ଡାଇମଣ୍ଡ ପ୍ରଜାତିର ପିଜୁଳି । କ୍ରିଷ୍ଣା କୁହନ୍ତି ଏକ ଏକର ଜମିରେ ଧାନ ଚାଷ କଲେ ଅତି ବେଶୀରେ ଲକ୍ଷେ ଟଙ୍କା ଆୟ ହୁଏ । କିନ୍ତୁ ସେତିକି ଜମିରେ ପିଜୁଳି ଚାଷ ଦେଇଥାଏ ୧୫ ଲକ୍ଷ ଟଙ୍କାର ରୋଜଗାର । ଏହି ଦୁଇ ପ୍ରଜାତିର ପିଜୁଳି ବର୍ଷକୁ ତିନିଥର ଅମଳ ଦେଉଛି । ଗୋଟିଏ ଗଛରୁ ଅନ୍ୟୁନ ୩୦ କେଜି ଅମଳ ହେଲେ ଅତି କମରେ ଗଛ ପ୍ରତି ୬ ହଜାର ଟଙ୍କାର ଆୟ ମିଳିବ ବୋଲି କହିଛନ୍ତି ତାଙ୍କ ସ୍ୱାମୀ ସୌଭାଗ୍ୟ । ଅନ୍ୟ ପାରମ୍ପରିକ ଚାଷ ଅପେକ୍ଷା ପିଜୁଳି ଚାଷ ଅଧିକ ଲାଭଦାୟକ ବୋଲି କହନ୍ତି  କୃଷ୍ନା ନାୟକ ।

 ପିଜୁଳି କ୍ଷେତରେ ଅନୁସୃତ ହୋଇଛି ନୂଆ ପଦ୍ଧତି । ହାଇ ଡେନସିଟି ପ୍ଲାଣ୍ଟିଙ୍ଗ ସହିତ ଫଳ ଗୁଡିକରେ କ୍ୟାପିଙ୍ଗ ଓ କଭରିଙ୍ଗ ପ୍ରତି ଦିଆଯାଉଛି ଧ୍ୟାନ । ଫଳରେ ଅଧିକ ଉତ୍ପାଦନ ହେବା ସାଙ୍ଗକୁ ଫଳ ଗୁଡିକର ରଙ୍ଗ ରହୁଛି ଅକ୍ଷୁର୍ଣ୍ଣ । ଆକାର ,ରଙ୍ଗ ,ସ୍ୱାଦ ଓ ବାସ୍ନା ଅଦ୍ୱିତୀୟ ହେଉଥିବାରୁ ଏଠାରୁ ଉତ୍ପାଦିତ ପିଜୁଳୀର ଚାହିଦା ଥିବା କହିଛନ୍ତି ଉଦ୍ୟାନ କୃଷିରେ ସ୍ନାତକ କରିଥିବା କୃଷ୍ନାଙ୍କ  ପୁଅ ସୌମ୍ୟ ରଞ୍ଜନ ନାୟକ । କମ ଜାଗାରେ ଅଧିକ ଗଛ ଲଗାଯାଇଥିବାରୁ ଉତ୍ପାଦନ ଭଲ ରହିଛି ବୋଲି କହିଛନ୍ତି ସୌମ୍ୟ । ରେଡ ଡାଇମଣ୍ଡ ପ୍ରଜାତିର ପିଜୁଳି ମଞ୍ଜି ବିହୀନ ଓ ରସାଳ ହୋଇଥିବାରୁ କେଜି ପ୍ରତି ୧୨୦ ଟଙ୍କା ଦାମରେ ବିକ୍ରି ହେଉଛି । ଅମୃତଭଣ୍ଡା ,କଦଳୀ ଓ ପିଜୁଳି ଚାଷ ପାଇଁ ସରକାରୀ ସବସିଡି ସୁବିଧା ଚାଷୀ ମାନେ ନେବାକୁ ପରାମର୍ଶ ଦେଇଛନ୍ତି କୁଚିଣ୍ଡା ସରକାରୀ ଉଦ୍ୟାନ କୃଷି ନିର୍ଦେଶକ ସତ୍ୟଭାମା ଧାନ । ସତ୍ୟଭାମା କହିଛନ୍ତି ଯେ ରାଜ୍ୟରେ କୃଷ୍ଣାଙ୍କ ପରି ଅନେକ ମହିଳା ଚାଷୀ ଉଦ୍ୟାନ କୃଷିରେ ଦେଖାଇଛନ୍ତି ଚମକ । ଏଥିରେ କମ ପରିଶ୍ରମ ଓ ଅଧିକ ଲାଭ ରହିଥାଏ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.