• Saturday, September 21, 2024

ଏକଦା ଥିଲା ବିଳାସୀ ମୋଗଲଙ୍କ ଆଡ୍ଡା ;ଏବେ ପାଲଟିଛି ଦିବା ରାତ୍ର ପୋଷାକ ବଜାର

Subhadra Live:Once-upon-a-time-Meena-Bazar-used-to-be-the-den-of-debauchery-of-Mughals
ଆଗ୍ରା:24/06/2023:

ଆଗ୍ରାର ମିନା ବଜାର ହେଉଛି ଏମିତି ଏକ ବଜାର ଯାହା ଏକଦା ମୋଗଲ ଶାସକ ମାନଙ୍କ ବିଳାସର ସ୍ଥାନ ଥିଲା । ମୋଗଲ ସାମ୍ରାଜ୍ୟ ସହିତ ଜଡିତ ବ୍ୟକ୍ତି ଓ ରାଜକୀୟ ପରିବାରର ଲୋକେ ଏଠାରେ ବାଣିଜ୍ୟର ପସରା ମେଲାଉଥିଲେ । ରାଜପୁତ ରାଣୀ ଏବଂ ବଡ଼ ବଡ଼ ହସ୍ତୀ ମାନେ ଏହି ବଜାରରୁ ସେମାନଙ୍କ ପସନ୍ଦର ସାମଗ୍ରୀ କିଣିନେଉଥିଲେ । ସାଧାରଣ ବଜାରରେ ମିଳୁଥିବା ଦ୍ରବ୍ୟର ଦାମ ଠାରୁ ଢେର ଅଧିକ ଦାମରେ ଏଠାରେ ଦ୍ରବ୍ୟ ଗୁଡିକ ବିକ୍ରି ହେଉଥିଲା । ସେ ବାବଦରୁ ମିଳୁଥିବା ଅତିରିକ୍ତ ଲାଭାଂଶ ଗରିବଙ୍କ କଲ୍ୟାଣରେ ବିନିଯୋଗ ହେଉଥିଲା ।

ଆଗ୍ରାରେ ଥିବା ଏହି ବଜାର ଆକବର ନିର୍ମାଣ କରିଥିବା ନେଇ ଅନେକେ କହିଥାନ୍ତି । କିନ୍ତୁ ଏହା ସତ ନୁହଁ । ସତ ହେଉଛି ଏହାକୁ ହ୍ୟୁମାୟୁନ ନିର୍ମାଣ କରିଥିଲେ । ତେବେ ହ୍ୟୁମାୟୁନଙ୍କ ସମୟରେ ଏହା ଯେଭଳି ପ୍ରସିଦ୍ଧି ପାଇଥିଲା ତାଠାରୁ ଢେର ଅଧିକ ପ୍ରସିଦ୍ଧି ଆକବର ଏହାକୁ ଦେଇଥିଲେ । କୁହାଯାଏ ସାହାଜାହାନ ଏଠାରେ ମୁମତାଜଙ୍କ ସହିତ ସାକ୍ଷାତ କରୁଥିଲେ । ଆଗ୍ରାର ଦୁର୍ଗ  ଭିତରେ  ଆରମ୍ଭ ହୋଇଥିବା ଏହି ମିନା ବଜାର ସେନାବାହିନୀର ନିୟନ୍ତ୍ରଣରେ ଥିବା ବେଳେ ରାଜକୀୟ ପରିବାରର ବଜାର ଭାବେ ଏହାକୁ ବ୍ୟବହାର କରାଯାଉଥିଲା । ବିଭିନ୍ନ ଅଂଚଳର ସୌଖିନ ସାମଗ୍ରୀ ଏହି ବଜାରରେ ଚଢା ଦାମରେ ବିକ୍ରି ହେଉଥିଲା ।

ମୋଗଲ ଶାସକ ଓ ସାମ୍ରାଜ୍ୟର ଅସ୍ତ ହୋଇଛି କିନ୍ତୁ ରହିଯାଇଛି ମିନା ବଜାର । ତାଜମହଲର ଅନତି ଦୂରରେ ଅବସ୍ଥିତ ଏହି ବଜାରରେ ଏବେ ଶସ୍ତାରେ ବିଭିନ୍ନ ପ୍ରକାର ପୋଷାକ ବିକ୍ରି ହେଉଛି । ଐତିହ୍ୟ ସମ୍ପର୍ଣ୍ଣ ଏହି ବଜାର ଏବେ ବି ଧରି ରଖିଛି ତାହାର ଆକର୍ଷଣ । ଆଗ୍ରା ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆଉ ଏକ ଗନ୍ତବ୍ୟ ସ୍ଥାନ ସୂଚୀରେ ଯୋଡି ହୋଇଛି ମିନା ବଜାର । ଆପଣ ଏଠାକୁ ଆସୁଥିଲେ ମିନବଜାର ନିଶ୍ଚିତ ଆସନ୍ତୁ ଓ ମୋଗଲ ସମୟର ଏକ ବଜାରର ନୂଆ ରୂପ ଓ ବିଭବ ଦେଖି ଅନୁଭୂତି ନେଇ ଫେରନ୍ତୁ । 

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.