• Saturday, September 21, 2024

ଗ୍ରୀଷ୍ମରେ ବି ସବୁଠୁ ଶୀତଳ ଏହି ସ୍ଥାନ

Subhadra Live:Oymyakon-is-the-coldest-place-in-the-world
ସୁଭଦ୍ରା : 02/06/2023

ଗ୍ରୀଷ୍ମ ଋତୁରେ ଥଣ୍ଡା ସ୍ଥାନକୁ ଯିବା ପାଇଁ ସମସ୍ତେ ଚାହିଁଥାନ୍ତି । କିଏ ସମୁଦ୍ରକୁଳକୁ ପସନ୍ଦ କରିଥାଏ ତ କିଏ ହିଲ ଷ୍ଟେସନ ଯିବା ପାଇଁ  ଇଚ୍ଛା ପ୍ରକାଶ କରିଥାନ୍ତି । ଶିମ୍‌ଲା ହେଉ କି ମନାଲି ହେଉ, କିମ୍ବା ଉତ୍ତରାଖଣ୍ଡ ଏବଂ ଲେହ ଲଦାଖର ପର୍ବତ । ଆଜିକାଲି ସେଠାକୁ ବହୁ ଲୋକ ବୁଲିବାକୁ ଯାଉଛନ୍ତି । ଆମ ଦେଶରେ ଏଭଳି ଅନେକ ସ୍ଥାନ ଅଛି ଯାହା ନିଦାଘ ବେଳର ପ୍ରମୁଖ ଗନ୍ତବ୍ୟ ସ୍ଥାନ ପାଲଟିଛି । ଗ୍ରୀଷ୍ମରେ ଥଣ୍ଡା ଜଳବାୟୁର କଥା ଆସିଲେ ଅନେକ ଜାଗାର ନାଁ ଆମ ମନକୁ ଆସିଥାଏ । ତେବେ ବିଶ୍ୱର ସବୁଠୁ ଶୀତଳ ତମ ସ୍ଥାନ କେଉଁଠି ରହିଛି ଜାଣନ୍ତି କି? ବିଶ୍ୱର ସବୁଠୁ ଶୀତଳ ତମ ସ୍ଥାନ ରହିଛି ରୁଷିଆରେ ଯେଉଁଠି ଲୋକେ ବରଫ ତରଳାଇ ପାଣି ପିଇଥାନ୍ତି ।

ଓମୟାକନ୍‌ ହେଉଛି ବିଶ୍ୱର ସବୁଠାରୁ ଥଣ୍ଡା ସ୍ଥାନ । ଏଠାରେ ତାପମାତ୍ରା ମାଇନସ୍‌ ୬୦ ଡିଗ୍ରୀକୁ ଖସିଆସେ । ଏହା ସତ୍ତ୍ୱେ ଏଠାରେ ପ୍ରାୟ ୫୫୦ ଲୋକ ବାସ କରନ୍ତି। ଏଠାରେ ଗରମ ଦିନରେ ତୁଷାରପାତ ହୋଇଥାଏ । ମାଇନସ ୬୦ ଡିଗ୍ରୀ ସହିତ ଅଭ୍ୟସ୍ତ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଶୈଳୀ ମଧ୍ୟ ବିଚିତ୍ର ।

ସେମାନେ ନିଜର କାର ରଖିବା ପାଇଁ ଏକ ସ୍ୱତନ୍ତ୍ର ଗରମ ଘର ତିଆରି କରିଥାନ୍ତି ।ଏଥିରେ ସବୁ ସମୟରେ ଗାଡି ଗୁଡିକୁ ରଖାଯାଏ । ଯଦି ବାହାରେ ଛାଡି ଦିଆଯାଏ, ତେବେ ସେଗୁଡିକ ଆଉ ସଡ଼କରେ ଗଡିପାରେ ନାହିଁ । ସବୁ ସମୟରେ ବରଫ ପଡୁଥିବାରୁ  ଜମିରେ ଫସଲ ହୁଏ ନାହିଁ । ତେଣୁ ଲୋକଙ୍କ ଖାଦ୍ୟ ସମ୍ପୂର୍ଣ୍ଣ ଅଲଗା । ହରିଣ ମାଂସ, ବରଫିକୃତ କଂଚା ମାଛ ଏବଂ ମାକାରୋନି ସହିତ ଘୋଡା ରକ୍ତର ବରଫ କ୍ୟୁବ ସେମାନଙ୍କ ଖାଦ୍ୟର ମୁଖ୍ୟ ଅଂଶ । ଯେହେତୁ ସେହି ଗାଁରେ ଚାଷ ତେଣୁ ସ୍ଥାନୀୟ ଲୋକେ ବଞ୍ଚିବା ପାଇଁ ହରିଣ ମାଂସ ଏବଂ ଘୋଡା ମାଂସ ଖାନ୍ତି । ରୋଜଗାର କରିବା ପାଇଁ, ସେମାନେ ହରିଣ-ପ୍ରଜନକ, ଶିକାରୀ ଏବଂ ବରଫ-ମତ୍ସ୍ୟଜୀବୀ ଭାବରେ କାର୍ଯ୍ୟ କରନ୍ତି । ସେମାନେ ହରିଣ ଶାବକ ,ମାଂସ ଓ ମାଛ ବିକ୍ରି କରି ଜୀବିକା ପ୍ରତିପାଳିତ କରିଥାନ୍ତି । ସ୍ଥାନୀୟ ବୈଚିତ୍ରତା ,ବରଫ ପାହାଡ଼ ଓ ଭିନ୍ନ ସଂସ୍କୃତି ପାଇଁ ସେଠାକୁ ଅନେକ ପର୍ଯ୍ୟଟକ ସାମୟିକ ସମୟ ପାଇଁ ଯାଇଥାନ୍ତି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.