• Saturday, September 21, 2024

ବୈଷ୍ଣଦେବୀ ଯାତ୍ରୀ ଗଣ ଧ୍ୟାନ ଦିଅନ୍ତୁ ...

Subhadra Live:Two-special-trains-from-Delhi-to-Katra-station-have-started-from-May-19-and-20-to-facilitate-the-darshan-of-Vaishno-Devi
ସୁଭଦ୍ରା : 22/05/2023

ଯାତ୍ରୀମାନଙ୍କୁ ସର୍ବୋତ୍ତମ ସୁବିଧା ଯୋଗାଇବା ପାଇଁ ଭାରତୀୟ ରେଳ ଏକାଧିକ  ପଦକ୍ଷେପ ଜାରି ରଖିଛି । କେତେବେଳେ ଦ୍ରୁତଗାମୀ ବନ୍ଦେ ଭାରତ ଏକ୍ସପ୍ରେସ ତ କେବେ ସମଗ୍ର ମହିଳା କର୍ମଚାରୀଙ୍କୁ ନେଇ ଚାଲିଥାଏ ଟ୍ରେନ । କେତେବେଳେ ନିର୍ଦ୍ଧିଷ୍ଟ ଯାତ୍ରା ,ପର୍ବପର୍ବାଣି ପାଇଁ ଟ୍ରେନ ବ୍ୟବସ୍ଥା କରାଯାଏ ତ କେବେ ତୀର୍ଥଯାତ୍ରା ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା ହୋଇଥାଏ । ସମ୍ପ୍ରତି ଯାତ୍ରୀମାନଙ୍କ ସୁବିଧା ପାଇଁ ଉତ୍ତର ରେଳ ଦିଲ୍ଲୀରୁ ବୈଷ୍ଣଦେବୀଙ୍କ ଦର୍ଶନ ସୁବିଧା ଦେବା ପାଇଁ କାଟ୍ରା ଷ୍ଟେସନ ପର୍ଯ୍ୟନ୍ତ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ମେ ୧୯ ଓ ୨୦ ଠାରୁ ଆରମ୍ଭ କରିଛି ।

ଏହାର ସାହାଯ୍ୟରେ ଯାତ୍ରୀମାନେ ବୈଷ୍ଣଦେବୀଙ୍କୁ ଅତି ସୁବିଧାରେ ଦର୍ଶନ କରିପାରିବେ । ସୂଚନାଯୋଗ୍ୟଯେ ଲକ୍ଷ ଲକ୍ଷ ଭକ୍ତ ବର୍ଷସାରା ବୈଷ୍ଣଦେବୀଙ୍କ ଦର୍ଶନ ପାଇଁ ଆସନ୍ତି । ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କ ସୁବିଧାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଯଦି ଆପଣ ବୈଷ୍ଣଦେବୀ ଦର୍ଶନରେ ଆସିବାକୁ ଯୋଜନା କରୁଛନ୍ତି, ତେବେ ଏହି ଟ୍ରେନ ଦୁଇଟି ବାବଦରେ ଜାଣନ୍ତୁ ।

ଉତ୍ତର ରେଳ ଟ୍ରେନ୍ ନମ୍ବର 04071/04072 ଏବଂ 04077/04078 ନୂଆଦିଲ୍ଲୀରୁ କାଟ୍ରା ବୈଷ୍ଣଦେବୀ ପର୍ଯ୍ୟନ୍ତ ଚଳାଚଳ କରୁଛି  । ଏହି ଟ୍ରେନରେ ଯାତ୍ରୀମାନଙ୍କୁ ଏସି କୋଚ୍ ସହିତ ଶୋଇବା ଏବଂ ସାଧାରଣ କୋଚ୍ ମଧ୍ୟ ସଂଯୋଜିତ ରହିଛି । ଟ୍ରେନ୍ ନମ୍ବର 04071/04072 ନୂଆଦିଲ୍ଲୀ-ଶ୍ରୀ ମାତା ବୈଷ୍ଣଦେବୀ କାଟ୍ରା-ନୂଆଦିଲ୍ଲୀ ଗତିଶକ୍ତି ସ୍ପେଶାଲ ଏକ୍ସପ୍ରେସ ସୋନିପତ , ପାନିପତ , କର୍ଣ୍ଣଲ, କୁରୁକ୍ଷେତ୍ର, ଅମ୍ବାଲା କ୍ୟାଣ୍ଟ, ଲୁଧିଆନା, ଜଲନ୍ଦର କ୍ୟାଣ୍ଟ, ପଠାନକୋଟ କ୍ୟାଣ୍ଟ, ଜମ୍ମୁତାୱି ଏବଂ ଉଦାମପୁର ଷ୍ଟେସନରେ ରହଣି କରିବ । ଟ୍ରେନ୍ ନମ୍ବର 04071 ନୂଆଦିଲ୍ଲୀରୁ ରାତି 11.15 ରେ ଛାଡିବ । ଏହି ଟ୍ରେନ୍ ପୁନର୍ବାର ବୈଷ୍ଣଦେବୀ କାଟ୍ରାରେ  ସକାଳ 11.25 ରେ ପହଁଚୁଛି । ଉତ୍ତର ରେଳର ଏଭଳି ବ୍ୟବସ୍ଥା ବୈଷ୍ଣଦେବୀ ଦର୍ଶନରେ ଆସୁଥିବା ଭକ୍ତ ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କ ପାଇଁ ବେଶ ସହାୟକ ହୋଇପାରିବ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.