• Friday, November 15, 2024

ବିବିଧ ଫସଲ କରି ସୁନାମ ସାଉଣ୍ଟିଛନ୍ତି ଗାଁର ବୋହୁ

Subhadra Live:Mita-Mahakur-cultivates-various-veggie-crops-in-Subarnapur

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲାତୁରପେଟ ଗାଁର ବୋହୁ ମିତା ମହାକୁର । ବାହା ହୋଇ ଆସିବା ପରେ ପରିବାର ସହିତ ଯୋଡି ହୋଇ ଲାଗିଛନ୍ତି ଚାଷରେ । ପୂର୍ବରୁ ସେମାନଙ୍କ ଜମିରେ କେବଳ ଧାନ ଚାଷ ହେଉଥିବା ବେଳେ ଏବେ ମିତାଙ୍କ ମାର୍ଗଦର୍ଶନରେ କରାଯାଉଛି ସମନ୍ବିତ ଚାଷ । ସଫଳ ସମନ୍ବିତ ଚାଷ ମିତାଙ୍କ ପରିବାର ପାଇଁ ଆଣିଛି ସୁଦିନ ।

ଶାଶୁ ବୋହୁ ଯୋଡି ଲାଗିଛନ୍ତି ଚାଷରେ । ଘର ବାଡ଼ିରେ ହୋଇଥିବା ଫୁଲ, ପରିବା ,ମାଛ ଓ ଗୋ ପାଳନ କାର୍ଯ୍ୟରେ ବିନିଯୋଗ କରୁଛନ୍ତି  ସମୟ । କେତେବେଳେ କୋବି କ୍ଷେତରୁ ଘାସ ବାଛୁଛନ୍ତି  ତ କେତେବେଳେ ସହଯୋଗୀ ମାନଙ୍କ ସହିତ ଅମଳ କରୁଛନ୍ତି ମୂଳା । ଚାଷ କିଆରୀରେ ଶାଶୁ ଓ ବୋହୁଙ୍କ ଏଭଳି ତଦାରଖ ଓ ଶ୍ରମଦାନ ସଫଳତାର ନୂଆ ଅଧ୍ୟାୟ ଯୋଡ଼ିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲାତୁରପେଟ ଗାଁର ପ୍ରଧାନ ପରିବାରରେ । ତୁଳା ପ୍ରଧାନଙ୍କ ବୋହୁ ମିତା ମହାକୁର ନିଜ ଶାଶୁ ଓ ପରିବାର ସହିତ ମିଶି କରୁଛନ୍ତି ସମନ୍ବିତ ଚାଷ । ମିତା କହନ୍ତି ମୁଁ ବାହାହୋଇ ଆସିବା ବେଳକୁ ଏଠାରେ କେବଳ ଧାନ ଚାଷ ହେଉଥିଲା । ଏବେ ଧାନ ସହିତ ଗୋପାଳନ ,ବତକପାଳନ ,ମାଛଚାଷ ଓ ନାନା ପ୍ରକାର ପନିପରିବା ଚାଷ କରାଯାଉଛି । ଏସବୁ ଚାଷରୁ ହାତକୁ ଦୁଇ ପଇସା ଆସିବା ସହିତ ଅନ୍ୟ ୫ଜଣ ଲୋକଙ୍କୁ ମିଳୁଛି କାମ ।

ମିତାଙ୍କ ମାର୍ଗଦର୍ଶନରେ ଖୋଳାଯାଇଛି ଦୁଇଟି ପୋଖରୀ । ମାଛ ଚାଷ ସହିତ କରାଯାଇଛି ବତକ ପାଳନ । ପୋଖରୀ ହୁଡ଼ାରେ ଲାଗିଛି କଦଳୀ ,ନଡ଼ିଆ ଆଉ ଅମୃତଭଣ୍ଡା । ଅନତି ଦୂରରେ ସବୁଜ ସାର ଓ ଗୋଖାଦ୍ୟ ପାଇଁ କୁଣ୍ଡ ନିର୍ମାଣ ସହିତ  କରାଯାଇଛି ଆଜୋଲା ଚାଷ । କିଛି ଜମିକୁ ସମତଳ କରାଯାଇ ରୋପିତ ହୋଇଛି କଦଳୀ । ପିଆଜ ,ରସୁଣ ,ବାଇଗଣ ,ମୂଳା ଚାଷ ସହିତ ଗୁହାଳରେ ଭର୍ତ୍ତି ହୋଇ ରହିଛନ୍ତି  ଦେଶୀ ପ୍ରଜାତିର ଗାଈ । ପାରମ୍ପରିକ ଏକକ ଧାନ ଚାଷରୁ ସମନ୍ବିତ ଚାଷ ଆଡ଼କୁ ଯାତ୍ରା ଦିଗରେ ମିତାଙ୍କ ଯୋଗଦାନକୁ ପସନ୍ଦ କରିଛନ୍ତି ତାଙ୍କ ଶାଶୁ ଓ ଦିଅର । ଚାଷରେ ମିତାଙ୍କ ଯୋଗଦାନ ପ୍ରଧାନ ପରିବାରର ଆର୍ଥିକ ଉନ୍ନତିରେ ସହାୟକ ହେବା ସହିତ ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।


ଅଧିକ ପଢ଼ନ୍ତୁ : କଳାହାଣ୍ଡି କୃଷିରେ ବଡ଼ ଯୋଗଦାନ ଦେଇଛନ୍ତି ଜୟନ୍ତୀ ମହାପାତ୍ର

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.