• Friday, November 15, 2024

ସ୍କୁଲ ଯାଇନାହାନ୍ତି କିନ୍ତୁ ଚାଷରୁ କରୁଛନ୍ତି ବାର୍ଷିକ ୩୦ ଲକ୍ଷ ଆୟ

Subhadra Live:No-Formal-Education-But-This-Jodhpur-Lady-Earns-30-Lakhs-Per-Annum-As-Agro-Entrepreneur

 ନାଁ ତାଙ୍କର ବିଏସ ରାଜବାଳା । ଘର ରାଜସ୍ଥାନ ଜୋଧପୁରରେ । ସ୍କୁଲ ବାରଣ୍ଡା ମାଡ଼ିନଥିବା ୬୪ ବର୍ଷର ଏହି ମହିଳା ଜୈବିକ କୃଷିରୁ କିନ୍ତୁ ଆୟ କରନ୍ତି ବାର୍ଷିକ ୩୦ ଲକ୍ଷ ଟଙ୍କା। କୃଷି ବିଜ୍ଞାନୀ କି କୃଷିରେ ସ୍ନାତକ କରିନାହାନ୍ତି ସତ କିନ୍ତୁ ପ୍ରକୃତିକୁ ନିରୀକ୍ଷଣ କରି କେଉଁ ମାଟିରେ କେଉଁ ଫସଲ କିଭଳି ଭାବେ କରାଯାଇପାରିବ ତାହା ତାଙ୍କୁ ବେଶ ଭଲ ଭାବେ ମାଲୂମ । ପିଲାଟି ଦିନରୁ କୃଷି ପ୍ରତି ସମର୍ପିତ ରାଜବାଳା ବାହାହୋଇ ଆସିବା ପରେ ନିଜ ଘରବାଡ଼ିରେ ପରିବାରର ଆବଶ୍ୟକତା ପାଇଁ ଆରମ୍ଭ କରିଥିଲେ ଜୈବିକ ଉପାୟରେ ପରିବା ଉତ୍ପାଦନ । ନିଜ ବାଡ଼ିରେ ସେ ଲଗାଇଥିବା ଏକ ମୂଳା ୫ କେଜି ଓଜନ ଓ ଏକ ଲାଉର ଓଜନ କେଜି ପ୍ରତି ୧୧ କେଜି ହେବା ପରେ ସେ ଚର୍ଚ୍ଚାକୁ ଆସିଥିଲେ ।

ନିଜ ମାଲିକାନାରେ ଥିବା ୧୧ ବୀଘା ଜମି ତାଙ୍କୁ ଦେଖାଇଥିଲା ସ୍ବପ୍ନ । ସେ କରିଥିବା ଚାଷ ଘରର ଆବଶ୍ୟକତା ପୂରଣ ପରେ ବଳକା ହେବାରୁ ବଜାରକୁ ପଠାଇ ସେ ଭଲ ଫଳ ପାଇଲେ। ସ୍ୱାଦ ଓ ଗୁଣବତ୍ତା ପାଇଁ ଆସ୍ତେ ଆସ୍ତେ ଚାହିଦା ସୃଷ୍ଟି ହେବାରୁ ସେ ଅଧିକ ଜମିରେ ପରିବା ଉତ୍ପାଦନ ପାଇଁ ଉଦ୍ୟମ କଲେ । ୫ ଜଣ କୃଷି ଶ୍ରମିକ ଓ ଦୁଇଜଣ ପରିଚାଳକ ଓ ବଜାର ପାଇଁ ଜଣଙ୍କୁ ନିୟୋଜିତ କରି ସେ ବିଷମୁକ୍ତ ଚାଷର ନୂଆ ଏକ ଯାତ୍ରା ଆରମ୍ଭ କଲେ । ସମର୍ପଣ ଓ ପରିଶ୍ରମର ସୁଫଳ ତାଙ୍କ ସପକ୍ଷରେ ଗଲା । ପଲିହାଉସ ଭିତର ଡଚ ରୋଜ ଓ ଜୈବିକ ପଦ୍ଧତିରେ ବାଇଗଣ ,ଭେଣ୍ଡି ,ବିନ୍ସ,କଲରା ,କାକୁଡି ,ପାଳଙ୍ଗ ଶାଗ ,ମଲ୍ଲି ,ଯାରବେରା ,ଷ୍ଟ୍ରବେରି ଚାଷ କରି ସେ ଦୈନିକ ୧୨ ହଜାର ଟଙ୍କାର ରୋଜଗାର ପାଇବାରେ ସେ ଏବେ ସଫଳ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ :ବିବିଧ ଫସଲ କରି ସୁନାମ ସାଉଣ୍ଟିଛନ୍ତି ଗାଁର ବୋହୁ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.