• Friday, November 15, 2024

ଶୋଷିତଙ୍କୁ ସଶକ୍ତ କରୁଛନ୍ତି ବିଜୟୱାଡା ମହିଳା

Subhadra Live:Vijayawada-women-is-empowering-the-exploited

ଜୋନସ ମୋନୋକଣ୍ଡାଙ୍କ ବୟସ ୫୩  । ଘର ଆନ୍ଧ୍ରପ୍ରଦେଶର ବିଜୟୱାଡା । ରାଜ୍ୟର ବିଭିନ୍ନ ସହରରେ ସେ ଖୋଲିଛନ୍ତି ୬୦ଟି ସନ୍ଧ୍ୟା ଟ୍ୟୁସନ କେନ୍ଦ୍ର । ଏହି କେନ୍ଦ୍ରରେ ୬ହଜାରରୁ ଅଧିକ ବିଦ୍ୟାର୍ଥୀ ନିଜ ଭବିଷ୍ୟତ ପାଇଁ ରାହା ପାଇଛନ୍ତି । ୧୦ ହଜାରରୁ ଅଧିକ ଲୋକଙ୍କ ନିକଟତର ହୋଇଛି ଏସବୁ ନିଃଶୁଳ୍କ ଟ୍ୟୁସନ କେନ୍ଦ୍ର ।

ମଧ୍ୟ ବୟସ୍କ ଜୋନସ ମୋନୋକଣ୍ଡା ଜଣେ ସାମାଜିକ କାର୍ଯ୍ୟକର୍ତ୍ତା । ସେ ନିଜ ଗୃହ ରାଜ୍ୟ ଆନ୍ଧ୍ରପ୍ରଦେଶରେ ସାମୁହିକଙ୍କ କଲ୍ୟାଣର ପ୍ରତୀକ ପାଲଟିଛନ୍ତି । ବସ୍ତି ବାସିନ୍ଦା ପିଲାଙ୍କୁ କେବଳ ସାକ୍ଷର ନ କରି ବୃତ୍ତିଗତ ଦକ୍ଷତା ଓ କୁଶଳୀ ପାଇଁ ସେ ନେଇଛନ୍ତି ଅଭିନବ ପଦକ୍ଷେପ ।

ସମାଜଶାସ୍ତ୍ର ,ଶିକ୍ଷା ,ଓ ପରାମର୍ଶ ମନୋବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ସହିତ ଜୋନସ ଶିକ୍ଷା ,ଶିକ୍ଷାଦର୍ଶନ ,ଏବଂ ମନୋବିଜ୍ଞାନର ବ୍ୟାଖ୍ୟାକାର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସହର ତଳି ଅଂଚଳରେ ସ୍କୁଲ ଯାଉନଥିବା ପିଲାଙ୍କୁ ଦେଖି ଆରମ୍ଭ କରିଥିଲେ ସମାଜସେବା । ସେମାନଙ୍କୁ ଶିକ୍ଷା ସହିତ ରୋଜଗାର ଦେବା ପାଇଁ ସେ ୪୮ ଜଣ ଶିକ୍ଷକ ,୧୩ ଜଣ ସ୍ବେଛାସେବୀ ନିୟୋଜିତ କରାଇ ବିଭିନ୍ନ ସହରରେ ସନ୍ଧ୍ୟା ଟ୍ୟୁସନ କେନ୍ଦ୍ରର ପରିଚାଳନା କଲେ । ଏଠାରେ ସ୍କୁଲ ଯିବା ବୟସର ପାଠ ଛାଡିଥିବା ପିଲାଙ୍କୁ ସ୍କୁଲରେ ନାଁ ଲେଖାଇବାରେ ସହଯୋଗ କରିବା ସହିତ ଆୟ କରିବା କୌଶଳ ଶିକ୍ଷା ଉପରେ ଦିଆଗଲା ଗୁରୁତ୍ୱ । ତାଙ୍କରି ସହଯୋଗ ଓ ପ୍ରବର୍ତ୍ତନାରେ କ୍ରିଷ୍ଣଜିଲ୍ଲାରେ ୨୨,ବିଜୟୱାଡାରେ ୧୩, ବିଶାଖାପାଟଣାରେ ୩ ଓ ହାଇଦ୍ରାବାଦରେ ୪ଟି ସାଂଧ୍ୟ ଟ୍ୟୁସନ କେନ୍ଦ୍ର ସଫଳତାର ସହିତ ପରିଚାଳିତ ହେଉଛି। ଇଂରାଜୀ ,ତେଲୁଗୁ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହିତ ଗ୍ରାଫିକ୍ସ ,ଭିଜୁଆଲ ଏଡିଟିଂ ,ଗେମିଙ୍ଗ ,ଆନିମେସନ ଓ ହସ୍ତକଳା ବାବଦରେ ଅତିରିକ୍ତ ବୈଷୟିକ ପ୍ରଶିକ୍ଷଣ ଦିଆଯାଉଛି ।

୫୨ ବର୍ଷର ମହିଳା ସ୍କୁଲ ପାଇଁ ଦାନଦେଲେ ୬ କୋଟି ଟଙ୍କାର ମୂଲ୍ୟବାନ ଜମି

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.