• Saturday, September 21, 2024

୧୦୦ ଟଙ୍କାର ଆଚାର ବ୍ୟବସାୟ ପହଂଚିଛି ୪୦ ଲକ୍ଷରେ

Subhadra Live:100-rupees-business-has-reached-40-lakhs

 ଆଚାର ଦେଇଛି ରୋଜଗାର । ଏଥିରୁ ବେଶ ସୁରୁଖୁରୁରେ ନିଜର ପରିବାର ପୋଷି ଅନ୍ୟ ୫ ପରିବାର କୁ ଜୀବିକା ଦେଇଛନ୍ତି କୋରାପୁଟ ଜୟପୁର କୁମ୍ଭାର ସାହିର ମଞ୍ଜୁଳା ପାତ୍ର । ମଞ୍ଜୁଳା ଆଚାର ତିଆରିକୁ  ଘରୋଇ ଉଦ୍ୟୋଗରେ ପରିଣତ କରି ଅନ୍ୟ କିଛି ବ୍ୟବସାୟୀଙ୍କ ରୋଜଗାରରେ ମଧ୍ୟ କରୁଛନ୍ତି ସହାୟତା । ବିଗତ ୨୦ ବର୍ଷ ଧରି ମଞ୍ଜୁଳା ଆଚାର ତିଆରି ଓ ବ୍ୟବସାୟରେ କଠିନ ପରିଶ୍ରମ କରି ନିଜର ଏକ ନିଆରା ଛବି ସୃଷ୍ଟି କରିଛନ୍ତି । ୨୦ ବର୍ଷ ତଳେ ୧୦୦ ଟଙ୍କା ପୁଞ୍ଜିରେ ସେ କେଜିଏ ଆଚାରରୁ ଆରମ୍ଭ କରିଥିବା ବ୍ୟବସାୟ ଏବେ ବାର୍ଷିକ ୪୦ ଲକ୍ଷ ଟଙ୍କାର ବ୍ୟବସାୟରେ ପରିଣତ ହୋଇଛି । ଘର ଭିତରେ ତିଆରି ହେଉଥିବା ଆଚାରକୁ ସେ ଦେଇଛନ୍ତି କମ୍ପାନୀର ରୂପ । ଶୁଭମ ମେକର ନାଁରେ କମ୍ପାନୀ ଖୋଲି ଜିଲା ଓ ଜିଲ୍ଲା ବାହାରକୁ ରପ୍ତାନି କରୁଛନ୍ତି ଉନ୍ନତ ଗୁଣର ଆଚାର । ପ୍ରଥମେ ନିଜର ଦୋକାନରେ ବିକ୍ରି ହେଉଥିବା ଆଚାର ଏବେ କଟକ ,ଭୁବନେଶ୍ୱର ଓ ନବରଙ୍ଗପୁର ବଜାରରେ ପହଂଚିଛି ।

:ବଡ଼ ବଡ଼ ହାଣ୍ଡିରେ ତିଆରି ହେଉଛି ଆଚାର । ଆମ୍ବ ,ଲେମ୍ବୁ ଅଦା ,ଟମାଟୋ ,ଛତୁ ଆଉ ବାଉଁଶ କରଡ଼ି ପାଲଟୁଛି ସ୍ୱାଦିଷ୍ଟ ଖାଦ୍ୟ । ନିୟୋଜିତ କର୍ମଚାରୀ ମାନେ ଆଚାର ତିଆରି ସହିତ କରୁଛନ୍ତି ପ୍ୟାକ । କିଏ ଓଜନ କରୁଛି ତ କିଏ ଲଗାଉଛି ଷ୍ଟିକର । ଏଭଳି ଭାବେ ବଜାର ପାଇଁ ପ୍ରସ୍ତୁତ ହେଉଛି ଖଟା,ମିଠା ,ରାଗଯୁକ୍ତ ଆଚାର । କେବଳ ଉଚ୍ଚମାନର ନୁହଁ ,ଏହା ପକେଟକୁ ସୁହାଇଲା ଭଳି ମଧ୍ୟ । କେଜି ୬୦ ଟଙ୍କାରୁ ଆରମ୍ଭ ହୋଇ ୩୦୦ ଟଙ୍କା ଦାମରେ ବିକ୍ରି ହେଉଥିବାରୁ ଆଖପାଖର ବାସିନ୍ଦା ମାନେ ମଞ୍ଜୁଳାଙ୍କ ଘରକୁ ଆସି କିଣି ନେଇଥାନ୍ତି । କେଜିଏ ଦୁଇ କେଜିରୁ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ତିଆରି ହେଉଛି ।

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.