• Saturday, September 21, 2024

ତନ୍ତ କରିଛି ମହିଳାଙ୍କୁ ସ୍ୱାବଲମ୍ବୀ

Subhadra Live:Even-in-the-age-of-power-looms-handicrafts-and-handlooms-are-still-alive

କଳତନ୍ତର ଯୁଗରେ ମଧ୍ୟ ତିଷ୍ଟିରହିଛି  ହସ୍ତତନ୍ତ । ହସ୍ତତନ୍ତକୁ ଜୀବିକାର ମାଧ୍ୟମ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି କଟକ ଜିଲ୍ଲା ବାଙ୍କି ତୁଳସୀପୁର ଗାଁର ୨୦୦ ବୁଣାକାର ପରିବାରର ମହିଳା । ବର୍ଷ ବର୍ଷ ଧରି ଏହି ବୁଣାକାର ପରିବାର ଗୁଡିକର ମହିଳା କାରିଗର ମାନେ ପାରମ୍ପରିକ ହସ୍ତଚାଳିତ ତନ୍ତରେ ଶାଢ଼ୀ ,ଗାମୁଛା ଓ ଲୁଙ୍ଗି ସିଲେଇ କରି ଜୀବିକା ନିର୍ବାହ କରିଆସୁଛନ୍ତି । ଏଥିରେ ସେମାନଙ୍କୁ ସହଯୋଗ କରୁଛି ତୁଳସୀପୁର ତନ୍ତୁବାୟ ସମିତି । ସମିତି ପକ୍ଷରୁ ବୁଣାକାର ମାନଙ୍କୁ ଯୋଗାଇ ଦିଆଯାଉଛି ଆବଶ୍ୟକୀୟ କଞ୍ଚାମାଲ । ଗାଁରେ ଏଥିପାଇଁ ଖୋଲାଯାଇଛି ଏକ ସୁତା ବ୍ୟାଙ୍କ । ସୁତାବ୍ୟାଙ୍କରୁ ସୁତା ଓ ଅନ୍ୟାନ୍ୟ କଞ୍ଚାମାଲ ନେଇ ନିଜ ଘର ମାନଙ୍କରେ ସେମାନେ ବୁଣିଥାନ୍ତି ଲୁଗା । ଲୁଗା ତିଆରି ସରିଲେ ସମବାୟ ସମିତି ସବୁ ଉତ୍ପାଦ କିଣିନିଏ । ଦିନକୁ ଜଣେ କାରିଗର ଶାଢ଼ୀ ,ଗାମୁଛା ଓ ଲୁଙ୍ଗି ବୁଣି ପ୍ରତିବଦଳରେ ୨୦୦ ରୁ ୪୦୦ ଟଙ୍କା ଯାଏଁ  ରୋଜଗାର ପାଇଥାଏ ।

ଘର ବାରଣ୍ଡାରେ ଘୁରୁଛି ଚକ । ଚକରେ ଗୁଡା ଯାଉଛି ସୁତା । ସୂତାକୁ ପାଗ କରିବା ଓ ଗୁଡ଼ାଇ ରଖିବା ପାଇଁ କେତେ  ପ୍ରକାର ପାରମ୍ପରିକ ତନ୍ତ ଓ ଅରଟ ବ୍ୟବହାର କରାଯାଉଛି । ସୁତା ବଣ୍ଡିଲକୁ ହସ୍ତ ତନ୍ତରେ ଯୋଡି ଏହି ଗାଁର କାରିଗର ତିଆରି କରନ୍ତି ନାନା ରଙ୍ଗ ଓ ଡିଜାଇନର ପିନ୍ଧାଲୁଗା । ବିଗତ ଅନେକ ଦିନ ଧରି ଏଭଳି ବୁଣାବୁଣି କାମରେ ସାମିଲ ହୋଇଛନ୍ତି ଗାଁର ମହିଳା କାରିଗର । ସରକାରଙ୍କ ତରଫରୁ ବୁଣାକାର ମାନଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ମିଳୁଥିବା ବେଳେ ପାରିଶ୍ରମିକ ତୁଳନାତ୍ମକ ଭାବେ କମ ମିଳୁଥିବା କହିଛନ୍ତି ସ୍ୱରୋଜଗାରୀ ।

ଅଧିକ ପଢନ୍ତୁ: ଓଡ଼ିଶାର ବୁଣାକାର ଓ ହସ୍ତଶିଳ୍ପୀଙ୍କ ପାଇଁ SOWW ଦ୍ୱାରା ୱାକାଥନ୍ ର ଆୟୋଜନ

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.