• Saturday, September 21, 2024

ଗୋପାଳନ କରି କୋଟିପତି ହୋଇଛନ୍ତି ପୂଜା ଜୈନ

Subhadra Live:Rajasthan-Couple-Transforms-Small-Dairy-Farm-into-Thriving-Rs-125-Crore-Business

ଗୋପାଳନ ଏକ ଲାଭଜନକ ବୃତ୍ତି । ଏହାକୁ ଠିକ ଢଙ୍ଗରେ କରିପାରିଲେ ମିଳିଥାଏ ଫାଇଦା । କମ୍ପ୍ୟୁଟର ସାଇନ୍ସରେ ବି ଟେକ କରିଥିବା ରାଜସ୍ଥାନର  ପୂଜା ଜୈନ ଚାକିରୀ ପଛରେ ନ ଯାଇ ନିଜ ସ୍ୱାମୀଙ୍କ  ସହିତ ମିଶି ଆରମ୍ଭ କରିଥିଲେ କିନାୟା ଅର୍ଗାନିକ୍ ଫାର୍ମ । ଦୁଗ୍ଧ ଉତ୍ପାଦନ ପାଇଁ ସେ  ୧୦୦ ଗିର ପ୍ରଜାତିର ଗାଈ ପାଳୁଛନ୍ତି ଏବଂ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି l

ପୂଜା ଓ ତାଙ୍କର ସ୍ୱାମୀ ବିଭୋର ଜୈନ ବିଗତ ୫ ବର୍ଷ ଧରି କିନାୟା ଅର୍ଗାନିକ ଫାର୍ମ ଆରମ୍ଭ କରିଥିଲେ l ତାଙ୍କର ଏହି ଫାର୍ମ ରାଜସ୍ଥାନର ଜୟପୁର, ହିଙ୍ଗୋନିଆ ରୋଡ୍ ତିବରିଆରେ ଅବସ୍ଥିତ l ଏହା ପୂର୍ବରୁ କେହି ତାଙ୍କ ଘରେ ଚାଷକାର୍ଯ୍ୟରେ ସାମିଲ ନଥିଲେ ଏହା ପ୍ରଥମ କରି ପୂଜା ଓ ବିଭୋର ଆରମ୍ଭ କରିଛନ୍ତି l ପ୍ରଥମେ ଏହି ଫାର୍ମ ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା l ଅର୍ଥ ଅଭାବରୁ ସେ ପ୍ରଥମେ ଋଣ ଆଣି ଡାଏରୀ ଫାର୍ମ ପ୍ରତିଷ୍ଠା କରିଥିଲେ l ପରେ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବା ସେ ନିଜର ଏକ ଜାଗା କିଣି ସ୍ଥାୟୀ ଗୋଶାଳା ନିର୍ମାଣ କରିଥିଲେ l ଏବେ ସେମାନଙ୍କ ନିକଟରେ ମୋଟ ୧୨ ଏକର ଜମି ରହିଛି  । ୧.୨୫ କୋଟି ଟଙ୍କା ଲାଭ ହେଉଥିଲେ ମଧ୍ୟ ସମସ୍ତ ଖର୍ଚ୍ଚ କରିବା ପରେ ମୋଟ ୮୦ ରୁ ୯୦ ଲକ୍ଷ ଟଙ୍କା ଅବଶିଷ୍ଟ ଲାଭ ହୋଇଥାଏ ବୋଲି କହିଥିଲେ ପୂଜା । ସେମାନଙ୍କ ଫାର୍ମରେ ପ୍ରଥମେ ୨୦ ଗିର ଗାଈ ଥିଲା  l ଏବେ ଏହି ସଂଖ୍ୟା  ୧୦୦ ପହଂଚିଛି l ସେ କହିଥିଲେ ୨୦୧୮  ମସିହାରେ ଯେତେବେଳେ ସେ ଗୋଟିଏ ଗାଈ କିଣିଥିଲେ ସେତୀବେଳେ ଏହାର ଦାମ ଥିଲା ୧.୨୫  ଲକ୍ଷ ଟଙ୍କା ।

ଗୋଟିଏ ଗିର ପ୍ରଜାତିର ଗାଈ ଦିନକୁ  ୮ ରୁ ୧୦ ଲିଟର କ୍ଷୀର ଦେଇଥାନ୍ତି l ପ୍ରତିଦିନ ୧୬ ରୁ ୨୦ ଲିଟର କ୍ଷୀର ସକାଳ ଏବଂ ସନ୍ଧ୍ୟା ସମୟରେ ମିଳିଥାଏ l ଯଦି ବାଛୁରୀ କ୍ଷୀର ପିଇ ଥାଏ ଏହାଛଡ଼ା ମଧ୍ୟ ଗିର ଗାଈ ୧୨ ରୁ ୧୪ ଲିଟା କ୍ଷୀର ଦେଇଥାଏ । ଏହି ଗାଈ କ୍ଷୀର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହୋଇଥାଏ l ତେବେ ବିଭୋର ଜୈନ କହିଛନ୍ତି ପ୍ରତିଦିନ ୩୦୦ ଲିଟର ରୁ ଅଧିକ କ୍ଷୀର ତାଙ୍କ ଫାର୍ମରେ ଉତ୍ପାଦନ ହୋଇଥାଏ । ସେହି କ୍ଷୀରରୁ ୧୨୫ ଲିଟର ପର୍ଯ୍ୟନ୍ତ କ୍ଷୀର ବିକ୍ରି ହୋଇଥାଏ । ବଳକା କ୍ଷୀର ଯାହା ଗାଈ ଘିଅ ପ୍ରସ୍ତୁତ କରାଯାଇଥାଏ । ଏହି ଗାଈ ଘିଅ ୩୩୦୦ ଟଙ୍କାରେ ବିକ୍ରି ହୋଇଥାଏ । ଗୋପାଳନ କରି ଏହି ଦମ୍ପତ୍ତି ଏବେ ସୃଷ୍ଟି କରିଛନ୍ତି ନିଆରା ଦୃଷ୍ଟାନ୍ତ ।

 

ଅଧିକ ପଢନ୍ତୁ: ବାର୍ଷିକ ୧.୫ କୋଟି ଆୟ କରୁଛନ୍ତି ମହିଳା ଚାଷୀ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.