• Saturday, September 21, 2024

ପଣସ ମଞ୍ଜିରୁ କଫି ପ୍ରସ୍ତୁତ କରି ଗୃହିଣୀରୁ ପାଲଟିଛନ୍ତି ସଫଳ ବ୍ୟବସାୟୀ

Subhadra Live:Meet-Homemaker-Who-Turns-Jackfruit-Seeds-To-Coffee

ପଣସ ଖାଇସାରିବା ପରେ ଅଧିକାଂଶ ଲୋକେ ଏହାର ମଞ୍ଜିକୁ ଫିଙ୍ଗି ଦେଇଥାନ୍ତି । କିନ୍ତୁ କେରଳର ଜଣେ ମହିଳା ଏହାକୁ ପ୍ରକ୍ରିୟାକୃତ କରି ଆରମ୍ଭ କରିଛନ୍ତି ଏକ ବଡ଼ ବ୍ୟବସାୟ । ନିଜେ ଏଥିରୁ ସ୍ୱାବଲମ୍ବୀ ହେବା ସାଙ୍ଗକୁ ଅନ୍ୟ ୧୫ ଜଣଙ୍କୁ ଦେଇଛନ୍ତି ଜୀବିକା । ପଣସ ମଞ୍ଜିରୁ ଉଦ୍ୟୋଗ ପରିଚାଳନା କରୁଥିବା ଏହି ମହିଳାଙ୍କ ନାଁ ହେଉଛି ଯେମି ସାଜି । ଯେମି ବିଗତ ୫ ବର୍ଷ ମଧ୍ୟରେ ଏଭଳି ବ୍ୟବସାୟରେ ପାଦ ଥାପି ଗୃହିଣୀରୁ ସଫଳ ଉଦ୍ୟୋଗୀ ଭାବେ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ ।

କେରଳ ବାଇନାଡ଼ ବାସିନ୍ଦା ଯେମି ଆଖପାଖ ଅଂଚଳରେ ବିପୁଳ ପରିମାଣର ପଣସ ମଞ୍ଜି ଉତ୍ପାଦିତ ହେଉଥିବା ଦେଖି ଏହି ମଞ୍ଜିରୁ ଖାଦ୍ୟ  ପ୍ରକ୍ରିୟାକରଣର ଆଇଡ଼ିଆ ମନକୁ ଆଣିଥିଲେ । କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ ସହିତ ଆଲୋଚନା କରି ଏ ଦିଗରେ ଆଗକୁ ପାଦ ବଢ଼ାଇଲେ । ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ସ୍ଥାନୀୟ ରାଷ୍ଟ୍ରାୟତ ବ୍ୟାଙ୍କ ସହିତ ଆବଶ୍ୟକୀୟ ଯୋଗାଯୋଗ କରିବା ପରେ ଆରମ୍ଭ କଲେ ହୋଲି କ୍ରସ ଇଣ୍ଡଷ୍ଟ୍ରିଜ ନାମରେ ପଣସ ମଞ୍ଜି ପ୍ରକ୍ରିୟାକରଣ କେନ୍ଦ୍ର । ପଣସ ମଞ୍ଜି ଚୁର୍ଣ୍ଣରୁ ସେ ନିଆରା ଉତ୍ପାଦ ଆରମ୍ଭ କଲେ । ଜେକ ଫ୍ରେଶ ବ୍ରାଣ୍ଡରେ ତାଙ୍କର ଦୋସା ମିକସ ,ଷ୍ଟିମ କେକ ମିକସ ,କଫି ପାଉଡର ଏବଂ ଇନଷ୍ଟାଣ୍ଟ ପାଏସ ଭଳି ୧୦ ରୁ ଅଧିକ ଉତ୍ପାଦ ଉତ୍ପାଦନ କଲେ । ପ୍ରକ୍ରିୟାକୃତ ପଣସ ମଞ୍ଜିରୁ  କଫିର ମହକ ଆସିବା ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେଲା କଫି ପ୍ୟାକେଟ । ଖୁବ କମ ଦିନ ଭିତରେ ଏହାର ଚାହିଦା ବଢ଼ିଲା । ଆଜି କେରଳର ଅଧିକାଂଶ ରିଟେଲ ଦୋକାନରେ ମିଳୁଛି ଯେମିଙ୍କ ପଣସ ମଞ୍ଜିରୁ ପ୍ରସ୍ତୁତ କଫି ।

ଅଧିକ ପଢନ୍ତୁ: ଶୈବାଳ ଚାଷରୁ ସ୍ୱାବଲମ୍ବୀ ସୁପ୍ରିୟା

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.