• Saturday, September 21, 2024

ଓଡ଼ିଶାର ବୁଣାକାର ଓ ହସ୍ତଶିଳ୍ପୀଙ୍କ ପାଇଁ SOWW ଦ୍ୱାରା ୱାକାଥନ୍ ର ଆୟୋଜନ

Subhadra Live:Swabhimani-Odia-Womens-World-Organises-Walkathon-to-promote-Odisha-handloom

 ହସ୍ତତନ୍ତ ଆମର ସାଂସ୍କୃତିକ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏହି ପରିବେଶ ଅନୁକୂଳ ଶିଳ୍ପକୁ  ସମର୍ଥନ ଏବଂ ପ୍ରୋତ୍ସାହିତ କରିବା ଆଇନ ଆଜି ସ୍ୱାଭିମାନୀ ଓଡ଼ିଆ ୱଏମେନ୍ସ ୱାର୍ଲଡ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ  ଆୟୋଜିତ ହୋଇଥିଲା ହୋଇଥିଲା ୱାକାଥନ୍ | ଭୁବନେଶ୍ୱରରେ ଆୟୋଜିତ ଓଡିଶା ହ୍ୟାଣ୍ଡଲୁମ ୱାକଥନରେ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରୀର ପାରମ୍ପରିକ ରଙ୍ଗୀନ ଶାଢୀ ପିନ୍ଧି ୱାକଥମରେ ଯୋଗଦେଇଥିଲେ ୬୦୦ ରୁ ଉର୍ଧ୍ଵ ଓଡ଼ିଆଣୀ। ହସ୍ତତନ୍ତ କାରିଗରମାନଙ୍କୁ ସେମାନଙ୍କ  ଦକ୍ଷତା ପ୍ରଦର୍ଶନ କରିବା ଏବଂ ଇକୋ ଫ୍ରେଣ୍ଡଲି  ଫ୍ୟାଶନକୁ ଗୁରୁତ୍ୱ ଦେଉଥିବା ଗ୍ରାହକଙ୍କ ସହିତ ଯୋଡିବା  ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବାକୁ ଉଦ୍ୟମ କରିଛି ସ୍ୱାଭିମାନୀ ଓଡ଼ିଆ ୱଏମେନ୍ସ ୱାର୍ଲଡ |

ଓଡ଼ିଶାର କଳା ସଂସ୍କୃତି ପରମ୍ପରାର ନିଦର୍ଶନ କୁ ନେଇ ହୋଇଥିବା ଏହି ୱାକଥନ ଶିଖରଚଣ୍ଡୀ ରୁ ଇନ୍ଫୋସିଟି ପର୍ଯ୍ୟନ୍ତ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣର ମହିଳାମାନେ ପାରମ୍ପରିକ ବେଶ ଭୂଷାରେ ଆଭୂଷିତ  ହୋଇ ଓଡ଼ିଶାର ହସ୍ତତନ୍ତର  ପ୍ରଚାର ଏବଂ  ପ୍ରସାର କରିଥିଲେ। ତେବେ ଆୟୋଜିତ ହୋଇଥିବା ଏହି ଓଡିଶା ହ୍ୟାଣ୍ଡଲୁମ ୱାକଥନରେ ମୁଖ୍ୟ ଅତିଥି ଭାବେ ପ୍ରସିଦ୍ଧ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ,  ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ଦିଲୀପ କୁମାର ରାଉତରାଏ , ବିଜେପି ରାଜ୍ୟ ଉପସଭାପତି  ଗୋଲକ ମହାପାତ୍ର ,ବିଜେପି  ନେତା ପ୍ରିୟଦର୍ଶୀ ମିଶ୍ରଙ୍କ,  ବିଜେପି ନେତା ଦିଲୀପ ଦିଲୀପ ମଲ୍ଲିକ, ବିଜେପି ନେତା Prithviraj Kanhar ଏବଂ ଅଭିନେତ୍ରୀ ଭୂମିକା ଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ଉପସ୍ଥିତ ରହି  ପତାକା ଦେଖାଇ ୱାକଥନ ର ଶୁଭାରମ୍ଭ କରିଥିଲେ। ଏହାସହ  ଜଣେ ଓଡ଼ିଆ ଭାବେ  ଆମ ପରିଚୟ ଆମ  କଳା ହୋଇଥିବା  ବେଳେ ଏହାର ପ୍ରଚାର ପ୍ରସାର ସହ ବିଶ୍ୱ ରେ କିଭଳି  ଆମ  ହସ୍ତତନ୍ତ  ବିଦିତ ହୋଇପାରିବ  ସେ ଦିଗରେ  ସର୍ବଦା ପ୍ରୟାସ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ଉପସ୍ଥିତ ଥିବା ଅତିଥିଗଣ । ଶେଷରେ ରେ କୁନି କୁନି ନୃତ୍ୟ ଶିଳ୍ପୀମାନଙ୍କ ନୃତ୍ୟ ପ୍ରଦର୍ଶନ କର୍ଜ୍ୟକ୍ରମଆହୁରି ସୁନ୍ଦର କରିଥିଲା  ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.