• Saturday, September 21, 2024

ଶୈବାଳ ଚାଷରୁ ସ୍ୱାବଲମ୍ବୀ ସୁପ୍ରିୟା

Subhadra Live:Spirulina-Farming-Made-Supriya-Gaikwad-Independent

କୃଷି କ୍ଷେତ୍ର ପାଇଁ ଶୈବାଳ ହେଉଛି ସବୁଜ ସୁନା । ଔଷଧ ତିଆରି ଠାରୁ ଆରମ୍ଭ କରି ପ୍ରସାଧାନିକ ସାମଗ୍ରୀ ପ୍ରସ୍ତୁତି ଯାଏଁ ସବୁଥିରେ ବ୍ୟବହାର ହେଉଛି ଶୈବାଳ । ଜୈବିକ ଉତ୍କୃଷ୍ଟ ଖତସାର ଏଥିରୁ ମିଳୁଥିବାରୁ ଏହାର ପ୍ରୟୋଗରେ କମ ଖର୍ଚ୍ଚରେ ଅଧିକ ଲାଭବାନ ହେଉଛି ଚାଷୀ । ଗୋଟିଏ ସମୟ ଥିଲା କେହି ଜାଣିନଥିଲେ ଏହାର ବ୍ୟବହାର । କିନ୍ତୁ ଜଣେ ମହିଳା ସାହସ ଯୁଟାଇ ଆରମ୍ଭ କରିଥିଲେ ଶୈବାଳ ଚାଷ । ଆଜି ତାଙ୍କ ପ୍ରେରଣାରେ ୧୨୦୦ରୁ ଅଧିକ ଚାଷୀ ଶୈବାଳରୁ ସମ୍ବଳ ଆହରଣରେ ସକ୍ଷମ ହୋଇଛନ୍ତି ।

୨୦୧୩ ମସିହାରୁ ଶୈବାଳ ଉତ୍ପାଦନ ଆରମ୍ଭ କରି ସ୍ୱାବଲମ୍ବୀ ହୋଇଥିବା ଏହି ମହିଳା ହେଉଛନ୍ତି ସୁପ୍ରିୟା ଗାୟକୱାଡ଼ । ୨୦୧୩ରେ ସେ ଯେତେବେଳେ ଏହାର ଚାଷ ଆରମ୍ଭ କଲେ ସାରା ଜିଲ୍ଲାରେ ଏହି ଚାଷ ଥିଲା ନୂଆ । ଏହି ଚାଷକୁ ଲୋକେ ନାପସନ୍ଦ କରୁଥିବା ବେଳେ ଆୟକୁ ନେଇ କରୁଥିଲେ ସନ୍ଦେହ । କିନ୍ତୁ ସୁପ୍ରିୟା ନିଜେ ଜଣେ କୃଷି ସ୍ନାତକ ହୋଇଥିବାରୁ ପରିବାର ଲୋକେ ତାଙ୍କୁ ବିଶ୍ୱାସ କରୁଥିଲେ ।

ଚାଷୀ ପରିବାରର ସୁପ୍ରିୟା ପାରମ୍ପରିକ କୃଷିରୁ ମୁହଁ ଫେରାଇ ଯେତେବେଳେ ସିମେଣ୍ଟ କୁଣ୍ଡରେ ଶୈବାଳ ଚାଷ କଲେ ସେ ଆରମ୍ଭରୁ ନିଶ୍ଚିତ ଥିଲେ ଯେ ଲାଭ ହେବ । ପଢିବା ବେଳେ ସେ ଏକଥା ଜାଣିଥିଲେ  କିନ୍ତୁ ଜମିରେ  ଚାଷ କରି ଲାଭ ପାଇବା ଏତେ ସହଜ ନ ଥିଲା । ସେ ଛୋଟ ସ୍ତରରୁ ଆରମ୍ଭ କଲେ । ଛୋଟ ଛୋଟ ସମସ୍ୟା ମଧ୍ୟ ଆସିଲା । ସମସ୍ୟା ସମାଧାନ କରିବା ଭିତରେ ସେ ଅନେକ କଥା ଜାଣିଲେ ଓ ଶେଷରେ ସଫଳ ଚାଷୀ ଭାବେ ନୂଆ ପରିଚିତି ହାସଲ କଲେ । ତାଙ୍କର ଏଭଳି ସଫଳତା ଦେଖିବା ପରେ ମହାରାଷ୍ଟ୍ର ସରକାର ତାଙ୍କୁ ମାଷ୍ଟର ଟ୍ରେନର ଭାବେ ନିୟୋଜିତ କଲେ । ବର୍ତ୍ତମାନ ସୁଦ୍ଧା ସେ ୧୨୦୦ରୁ ଅଧିକ ଚାଷୀଙ୍କୁ ତାଲିମ ଦେବା ସହିତ ଚାଷରୁ ଲକ୍ଷାଧିକ ରୋଜଗାର କରିବାରେ ସଫଳ ହୋଇଛନ୍ତି ।

 

ଅଧିକ ପଢନ୍ତୁ : ଅଁଳା ଚାଷରୁ ସଫଳ ହୋଇଛନ୍ତି ଦୁଇଭଉଣୀ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.