• Thursday, November 14, 2024

୩୦୦ ଟଙ୍କାରେ ୱାଟର ଫିଲ୍ଟର

Subhadra Live:Cheapest-Water-Filter-made-by-Maharashtra-Women

ମହାରାଷ୍ଟ୍ର ମୁମ୍ବାଇର  ଜଳକଷ୍ଟ ଥିବା ଏକ ବସ୍ତିରେ ରହନ୍ତି ବିମଳା ପୋଦାର ନାମ୍ନୀ ଜଣେ ମହିଳା । ପ୍ରତିଦିନ ସେ ଦେଖନ୍ତି ଆଖପାଖର ମହିଳା ମାନେ ଜଳ ନାଁରେ ପିଇଥାନ୍ତି ଜହର । କେବେ ପ୍ରଦୂଷିତ ଜଳାଶୟ ତ କେବେ ନାଳ ପାଣିରୁ ମେଣ୍ଟାନ୍ତି ଶୋଷ । ମୁନ୍ଦାଏ ଭଲ ପାଣି ସେମାନଙ୍କ ଭାଗ୍ୟରେ ଜୁଟି ନ ଥାଏ । ଅଧିକାଂଶଙ୍କ ପକେଟ ସୁହାଇନଥାଏ ୱାଟର ଫିଲ୍ଟର କିଣି ବ୍ୟବହାର କରିବାକୁ । ପ୍ରଦୂଷିତ ଜଳ ପାନରୁ ଲୋକଙ୍କୁ ବଞ୍ଚାଇବା ପାଇଁ ବିମଳା ଏକ ନୂଆ ଆବିଷ୍କାର କଥା ମନକୁ ଆଣିଲେ  । ମାଟି ମାଠିଆରେ କ୍ୟାଣ୍ଡେଲ ଲଗାଇ ପାଣିକୁ ବିଶୋଧିତ ହେଉଥିବା ସେ ଅନ୍ୟ ଏକ ବସ୍ତିରୁ ଦେଖିଥିଲେ । କିନ୍ତୁ ମାଟି ମାଠିଆର ପରିଚାଳନା ଜଟିଳ ଥିବାରୁ ସେ ଏହାର ବିକଳ୍ପ ଚିନ୍ତା କଲେ । ନିଜ ହାତରୁ ଖର୍ଚ୍ଚ କରି ସେ ଫିଲ୍ଟର ତିଆରି କରୁଥିବା କିଛି ସଂସ୍ଥାକୁ ପରିଦର୍ଶନରେ ଗଲେ । ସେଠାରେ ଶସ୍ତାରେ ଫିଲ୍ଟର ତିଆରି କରିବାର କୌଶଳ ପଚାରି ବୁଝିଲେ ।

କାଚ ବୋତଲରେ କ୍ୟାଣ୍ଡେଲ ଓ ଅନ୍ୟାନ୍ୟ ସରଞ୍ଜାମ ଲଗାଇ ସେ ତିଆରି କଲେ ସହଜରେ ନେବା ଆଣିବା କରିପାରୁଥିବା ଭଳି ମିନି ଫିଲ୍ଟର । ଏହାର ଦାମ ୩୦୦ ଟଙ୍କାରୁ କମ ରହିଲା । ବଡ଼ ପ୍ଲାଷ୍ଟିକ ଜାର କିମ୍ବା ବୋତଲରେ ଖଞ୍ଜି ଏହାକୁ ବ୍ୟବହାର କରାଯାଇ ପାରୁଥିବାରୁ ଏହାର ଚାହିଦା ବଢ଼ିଲା । ବିମଳା ନିଜେ ବସ୍ତିରେ ଡେମୋନଷ୍ଟ୍ରେସନ କରି ବ୍ୟବହାର କରିବା କୌଶଳ ବୁଝେଇଦେବା ପରେ ଲୋକେ ଏହାକୁ କିଣିବା ପାଇଁ ଅର୍ଡର ଦେଲେ । ଅଧିକ ସଂଖ୍ୟକ ଅର୍ଡର ମିଳିବ ପରେ ବିମଳା ନିଜେ ପାଲଟିଗଲେ ଉଦ୍ୟୋଗୀ । ଜଳ ବିଶୋଧନ ଉପାୟ ଖୋଜୁଥିବା ବିମଳା ଆଜି ଏଥିରୁ ବେଶ ଦୁଇପଇସା ରୋଜଗାର କରିବାରେ ହେଉଛନ୍ତି ସମର୍ଥ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.