• Thursday, November 14, 2024

ଦିନ ମଜୁରିଆରୁ ସଫଳ ଲୁଗା ବ୍ୟବସାୟୀ

Subhadra Live:daily-wage-worker-to-successful-textile-business-owner

ମଧ୍ୟପ୍ରଦେଶ ଛିନ୍ଦୱାଡା ଜିଲ୍ଲାର ମୋୟପାଲି ଗାଁରେ ରହନ୍ତି ଜୟପାଲି ନାମ୍ନୀ ଜଣେ ମହିଳା । ସେ ତାଙ୍କ ସ୍ୱାମୀଙ୍କ ସହିତ ଦିନ ମଜୁରିଆ ଭାବେ ଜୀବିକା ନିର୍ବାହ କରିଥାନ୍ତି । ମଜୁରୀ ବାବଦରେ ତାଙ୍କୁ ଯାହା ପ୍ରାପ୍ୟ ମିଳେ ସେଥିରୁ କିଛି କିଛି ସେ ସଂଚୟ କରି  ଛୋଟ ଏକ ବ୍ୟବସାୟ ପାଇଁ ଇଛା ରଖିଥାନ୍ତି । କିନ୍ତୁ ତାଙ୍କର ସାହସ ହେଉନଥାଏ । ଦିନେ ତାଙ୍କ ସ୍ୱାମୀଙ୍କୁ  ସେ ବ୍ୟବସାୟ  ବିଷୟରେ କହିବା ପରେ  ଅର୍ଥର ଆବଶ୍ୟକତା ଥିବା ସେ ଜଣାଇଲେ  । ଜୟପାଲିଙ୍କ ନିକଟରେ ୫ହଜାର ଟଙ୍କାର ସଞ୍ଚୟ ଥିଲା ଓ ସେ ଏତିକି ଅର୍ଥରୁ ଆରମ୍ଭ କରିହେବ ବୋଲି କହିଲେ । ଜୟପାଲିଙ୍କ ସ୍ୱାମୀ ପ୍ରଥମେ ୧୦ ହଜାର ଟଙ୍କାରେ ସହରରୁ କିଛି କପଡା କିଣି ଆଣିଲେ ଓ ଉଭୟେ ସ୍ୱାମୀ ସ୍ତ୍ରୀ ଗାଁକୁ ଗାଁ ଯାଇ ବିକ୍ରି କଲେ । ପ୍ରଥମ ପର୍ଯ୍ୟାୟରେ ସେମାନେ ମୂଳ ଟଙ୍କା ସହିତ ୨ ହଜାର ଟଙ୍କା ଲାଭ ପାଇଲେ । ଏହା ସେମାନଙ୍କ ମନୋବଳ ବଢ଼ାଇଥିଲା । ସ୍ଥାନୀୟ ବ୍ୟାଙ୍କ ସହିତ ଯୋଗାଯୋଗ କରି ସେମାନେ ୩୦ ହଜାର ଟଙ୍କାର ଋଣ ଯୋଗାଡ଼ କରିବାରେ ସଫଳ ହେଲେ । ଏହି ଟଙ୍କାରେ ଅଧିକ ଶାଢ଼ୀ ଓ ପୋଷାକ କିଣି ଗ୍ରାମୀଣ ହାଟରେ ପସରା ମେଲାଇଲେ । କ୍ରମଶଃ ବେପାର ବଢ଼ିବାରୁ ଜୟପାଲି ମରକାମ ମଜୁରୀ ଖଟିବାକୁ ନ ଯାଇ ପୂର୍ଣ୍ଣକାଳୀନ ଲୁଗା ବ୍ୟବସାୟରେ ନିଜକୁ ନିୟୋଜିତ ରଖିଲେ । ଏବେ ପ୍ରତି ମାସରେ ପୋଷାକ ବ୍ୟବସାୟରୁ ଟଙ୍କାର ରୋଜଗାର ୧୫ ହଜାରରୁ ଅଧିକ । ହାଟକୁ ଲୁଗା ବୋହିନେବା ପାଇଁ ସେ ଗୋଟିଏ ଅଟୋ କିଣିଛନ୍ତି । ଘରର ଆର୍ଥିକ ଅବସ୍ଥା ଏବେ ଢେର ବଦଳିଯାଇଛି ।

ଅଧିକ ପଢ଼ନ୍ତୁ: ତନ୍ତ କରିଛି ମହିଳାଙ୍କୁ ସ୍ୱାବଲମ୍ବୀ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.